Advertisment

ଡିଏସ୍‌ଏସ୍‌ଏସ୍‌ବି ପକ୍ଷରୁ ୩୩୫୮ଟି ଶିକ୍ଷକ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଡିଏସ୍‌ଏସ୍‌ଏସ୍‌ବି ବା ଦିଲ୍ଲୀ ସବଅର୍ଡିନେଟ୍‌ ସର୍ଭିସ୍‌ ସିଲେକ୍ସନ୍‌ ବୋର୍ଡ ପକ୍ଷରୁ ସରକାରୀ ସ୍କୁଲରେ ଥିବା ୩୩୫୮ଟି ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ପଦବୀରେ ୧୯୭ଟି ଲାଇବ୍ରେରିଆନ୍‌ ପଦବୀ ମଧ୍ୟ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୨୩ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି। କିନ୍ତୁ ଅତିଥି ଶିକ୍ଷକମାନେ ଏଥିପାଇଁ ଆବେଦନ କରିପାରିବେ ନାହିଁ। ଯୋଗ୍ୟତା ଏହିସବୁ ପଦବୀ ପାଇଁ ଆବେଦନକାରୀଙ୍କୁ […]

author-image
Puspanjali Panda
ଡିଏସ୍‌ଏସ୍‌ଏସ୍‌ବି ପକ୍ଷରୁ ୩୩୫୮ଟି ଶିକ୍ଷକ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

jobs

ନୂଆଦିଲ୍ଲୀ : ଡିଏସ୍‌ଏସ୍‌ଏସ୍‌ବି ବା ଦିଲ୍ଲୀ ସବଅର୍ଡିନେଟ୍‌ ସର୍ଭିସ୍‌ ସିଲେକ୍ସନ୍‌ ବୋର୍ଡ ପକ୍ଷରୁ ସରକାରୀ ସ୍କୁଲରେ ଥିବା ୩୩୫୮ଟି ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ପଦବୀରେ ୧୯୭ଟି ଲାଇବ୍ରେରିଆନ୍‌ ପଦବୀ ମଧ୍ୟ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୨୩ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି। କିନ୍ତୁ ଅତିଥି ଶିକ୍ଷକମାନେ ଏଥିପାଇଁ ଆବେଦନ କରିପାରିବେ ନାହିଁ।

Advertisment

ଯୋଗ୍ୟତା

ଏହିସବୁ ପଦବୀ ପାଇଁ ଆବେଦନକାରୀଙ୍କୁ ଗ୍ରାଜୁଏଟ୍‌ କିମ୍ୱା ଲାଇବ୍ରେରୀ ସାଇନ୍ସରେ ଡିପ୍ଲୋମା କରିଥିବା ଆବଶ୍ୟକ। ଏଥି ସହିତ ଲାଇବ୍ରେରୀରେ ଦୁଇବର୍ଷ ଅଭିଜ୍ଞତା କିମ୍ୱା କମ୍ପ୍ୟୁଟର ଆପ୍ଲିକେସନରେ ୧ ବର୍ଷର ସାର୍ଟିଫିକେଟ୍‌ ରହିଥିବ। ଏହିସବୁ ଯୋଗ୍ୟତା ଥିଲେ ଆବେଦନକାରୀ ଆବେଦନ କରିପାରିବେ।

ବୟସସୀମା

ସର୍ବନିମ୍ନ ବୟସ ୩୦ ବର୍ଷ

ସର୍ବାଧିକ ବୟସ ୩୬ ବର୍ଷ

ଅନ୍ତିମ ଚୟନ ପ୍ରକ୍ରିୟା ପରେ ଯୋଗ୍ୟତା ଅନୁସାରେ ଆବେଦନକାରୀଙ୍କୁ ୯୩୦୦ରୁ ୩୪୮୦୦ ପର୍ଯ୍ୟନ୍ତ ବେତନ ମିଳିବ। ଅଧିକ ସୂଚନା ପାଇଁ ଡିଏସ୍‌ଏସ୍‌ଏସ୍‌ବିର ଅଫିସିଆଲ୍‌ ୱେବସାଇଟ୍‌ dsssbonline.nic.in କୁ ଯାଇ ଆବେଦନ କରନ୍ତୁ।

Advertisment