Advertisment

ଏସବିଆଇରେ ବାହାରିଲା ୫ହଜାରରୁ ଅଧିକ ପଦବୀ, ଏବେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) କ୍ଲର୍କ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୨୭, ୨୦୨୧ରୁ ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.inକୁ ଯାଇ ଆସୋସିଏଟ୍ସ ପଦ ପାଇଁ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ମେ’ ୧୭, ୨୦୨୧ ରହିଛି। ଏହି ପୋଷ୍ଟିଂ ମାଧ୍ୟମରେ ସଂଗଠନରେ ୫୨୩୭ ନିଯୁକ୍ତି ପାଇବେ ଏହି ରିକ୍ରୁଟ ଜରିଆରେ ମୋଟ ୫ହଜାର ନିୟମିତ […]

ଅଦ୍ୟତନ ହୋଇଛି
ଏସବିଆଇରେ ବାହାରିଲା ୫ହଜାରରୁ ଅଧିକ ପଦବୀ, ଏବେ କରନ୍ତୁ ଆବେଦନ

sbi

Advertisment

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) କ୍ଲର୍କ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୨୭, ୨୦୨୧ରୁ ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.inକୁ ଯାଇ ଆସୋସିଏଟ୍ସ ପଦ ପାଇଁ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ମେ’ ୧୭, ୨୦୨୧ ରହିଛି। ଏହି ପୋଷ୍ଟିଂ ମାଧ୍ୟମରେ ସଂଗଠନରେ ୫୨୩୭ ନିଯୁକ୍ତି ପାଇବେ

Advertisment

ଏହି ରିକ୍ରୁଟ ଜରିଆରେ ମୋଟ ୫ହଜାର ନିୟମିତ ଓ ୨୩୭ଟି ବ୍ୟାକଲଗ୍ ପଦବୀରେ ନିଯୁକ୍ତି ମିଳି ବ । ପ୍ରାର୍ଥୀଙ୍କୁ ଦୁଇଟି ପରୀକ୍ଷା ଯଥା ପ୍ରିଲିମିନାରୀ ଓ ମେନ୍ ଜରିଆରେ ଚୟନ କରାଯିବ। ପ୍ରିଲିମିନାରୀ ପରୀକ୍ଷା ଜୁନ୍ ମାସରେ ହେବ।

ଏହି ପଦବୀ ପାଇଁ ଆବେଦନ କରିବାର ବୟସ ସୀମା ଏପ୍ରିଲ୍ ୧ ତାରିଖ ସୁଦ୍ଧା ୨୦ରୁ ୨୮ ବର୍ଷ ହୋଇଥିବା ଜରୁରୀ। ପ୍ରିଲିମିନାରୀ ପରୀକ୍ଷା ଅନଲାଇନରେ ଆୟୋଜିତ କରାଯିବ। ପରୀକ୍ଷାରେ ମୋଟ ୧୦୦ ମାର୍କ ପାଇଁ ଅବଜେକ୍ଟିଭ୍ ଟାଇପ ପ୍ରଶ୍ନ ରହିବ। ପରୀକ୍ଷା ପୂରଣ କରିବା ପାଇଁ ମାତ୍ର ୧ ଘଣ୍ଟାର ସମୟ ଦିଆଯିବ, ଯେଉଁଥିରେ ତିନୋଟି ସେକ୍ସନ୍ (ଇଂରାଜୀ ଭାଷା, ନ୍ୟୁମେରିକାଲ୍ ଆବିଲିଟୀ ଓ ରିଜନିଙ୍ଗ୍ ଆବିଲିଟୀ) ରହିବ।

Advertisment

ଜରୁରୀ ସୂଚନା

ଆବେଦନ ଆରମ୍ଭ: ଏପ୍ରିଲ୍ ୨୭, ୨୦୨୧
ଆବେଦନର ଶେଷ ତାରିଖ: ମେ’ ୧୭, ୨୦୨୧
ପୁନଃପରୀକ୍ଷା ଟ୍ରେନିଂ କଲ୍ ଲେଟର୍‌: ମେ’ ୨୬, ୨୦୨୧
ପ୍ରିଲିମିନାରୀ ପରୀକ୍ଷା: ଜୁନ୍‌, ୨୦୨୧
ମେନ୍ ପରୀକ୍ଷା: ଜୁଲାଇ ୩୧, ୨୦୨୧ 

ଆବେଦନ ଫି’: ଜେନେରାଲ୍ କିମ୍ବା ଓବିସି ଓ ଇଡବ୍ଲ୍ୟୁସି ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଫି ୭୫୦ ଟଙ୍କା ରଖାଯାଇଛି । ଅନ୍ୟପକ୍ଷରେ ଏସସି/ଏସଟି/ପିଡବ୍ଲ୍ୟୁଡି/ଏକ୍ସଏସ୍‌/ଡିଏକ୍ସଏସ୍ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଆବେଦନ ସମ୍ପୂର୍ଣ୍ଣ ମାଗଣା।

Job Vacancy SBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe