Advertisment

ଏସ୍‌ବିଆଇ ଆଣିଛି ନିଯୁକ୍ତି ସୁଯୋଗ; ଜାଣନ୍ତୁ, କିପରି କରିବେ ଆବେଦନ

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଆଣିଛି ନିଯୁକ୍ତି ସୁଯୋଗ। ଖାଲି ପଡ଼ିଥିବା ସ୍ପେଶାଲିଷ୍ଟ କ୍ୟାଡର ପଦରେ ନିଯୁକ୍ତି ପାଇଁ ଏସ୍‌ବିଆଇ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ଏସ୍‌ବିଆଇର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଲଗ୍‌ ଇନ୍‌ କରି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଗତ ୫ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ସମ୍ଭବତଃ ମାର୍ଚ୍ଚ ୨୦ରେ ଅନ୍‌ଲାଇନ୍‌ ପରୀକ୍ଷା ହୋଇପାରେ। […]

author-image
Niharika Rout
ଅଦ୍ୟତନ ହୋଇଛି
ଏସ୍‌ବିଆଇ ଆଣିଛି ନିଯୁକ୍ତି ସୁଯୋଗ; ଜାଣନ୍ତୁ, କିପରି କରିବେ ଆବେଦନ

sbi

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଆଣିଛି ନିଯୁକ୍ତି ସୁଯୋଗ। ଖାଲି ପଡ଼ିଥିବା ସ୍ପେଶାଲିଷ୍ଟ କ୍ୟାଡର ପଦରେ ନିଯୁକ୍ତି ପାଇଁ ଏସ୍‌ବିଆଇ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ଏସ୍‌ବିଆଇର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଲଗ୍‌ ଇନ୍‌ କରି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଗତ ୫ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ସମ୍ଭବତଃ ମାର୍ଚ୍ଚ ୨୦ରେ ଅନ୍‌ଲାଇନ୍‌ ପରୀକ୍ଷା ହୋଇପାରେ। ଅନ୍‌ଲାଇନ୍‌ ପରୀକ୍ଷା ଓ ଇଣ୍ଟରଭ୍ୟୁ ଆଧାରରେ ନିଯୁକ୍ତି ପ୍ରଦାନ କରାଯିବ।

Advertisment

ପଦବୀ: ଆସିଷ୍ଟାଣ୍ଟ ମ୍ୟାନେଜର (ନେଟୱର୍କ ସିକ୍ୟୁରିଟି ସ୍ପେଶାଲିଷ୍ଟ)- ୧୫ଟି ପଦ । ଆସିଷ୍ଟାଣ୍ଟ ମ୍ୟାନେଜର(Routing & Switching)- ୩୩ଟି ପଦ ପୋଷ୍ଟ।

ଶିକ୍ଷାଗତ ଯୋଗ୍ୟତା:ପ୍ରାର୍ଥୀମାନେ ଯେକୌଣସି ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ତେବେ କେବଳ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ ହିଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଣି ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ।

Advertisment

ବୟସ ସୀମା:ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ୨୦୨୧ ଅଗଷ୍ଟ ୩୧ ସୁଦ୍ଧା ୪୦ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ।

ଦରମା:ଏହି ପଦ ନିମନ୍ତେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ପ୍ରଥମେ ୩୬ ହଜାର ଟଙ୍କା ଦରମା ପ୍ରଦାନ କରାଯିବ। ଏହାପରେ ବ୍ୟାଙ୍କର ବ୍ୟବସ୍ଥା ଅନୁଯାୟୀ ଦରମା ବଢ଼ିବ।

କିପରି କରିବେ ଆବେଦନ :ଇଚ୍ଛୁକ ପ୍ରାର୍ଥୀ ଏସ୍‌ବିଆଇ ୱେବସାଇଟ୍‌ରେ ଥିବା ଲିଙ୍କ https://bank.sbi/web/careers or https://www.sbi.co.in/web/careers କୁ ଯାଇ ଆବେଦନ କରିପାରିବେ। ଏଥିନିମନ୍ତେ ସେମାନେ ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡରୁ ଆବେଦନ ଫି’ ଦେଇପାରିବେ।

ଆବେଦନ ଫି:ସାଧାରଣ ବର୍ଗ ପ୍ରାର୍ଥୀ, ଓବିସି ଓ ଇଡବ୍ଲ୍ୟୁଏସ୍‌ ପ୍ରାର୍ଥୀମାନଙ୍କୁ ଆବେଦନ ଫି’ ବାବଦକୁ ୭୫୦ ଟଙ୍କା ଦେବାକୁ ପଡ଼ିବ। ଥରେ ଆବେଦନ କରିବା ପରେ ଏହି ଅର୍ଥ ଆଉ ଫେରସ୍ତ କରାଯିବ ନାହିଁ।

ଚୟନ ପ୍ରକ୍ରିୟା: ଅନ୍‌ଲାଇନ୍‌ ଟେଷ୍ଟ ଓ ଇଣ୍ଟରଭ୍ୟୁରେ ଭଲ ପ୍ରଦର୍ଶନ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।

ନିଯୁକ୍ତି ସ୍ଥାନ: ଏହି ପଦ ନିମନ୍ତେ ପ୍ରାର୍ଥୀ ଚୟନ ହେବା ପରେ ସେମାନଙ୍କୁ ମୁଖ୍ୟତଃ ମୁମ୍ବାଇ ଓ ବେଙ୍ଗାଲୁରୁରେ ନିଯୁକ୍ତି ଦିଆଯିବ। ନହେଲେ ଆବଶ୍ୟକତା ଅନୁଯାୟୀ ଅନ୍ୟ କୌଣସି ସ୍ଥାନରେ ନିଯୁକ୍ତି ଦିଆଯିବ।