Advertisment

ରବିବାର ଏସ୍‌ବିଆଇ ୮ ହଜାର ଜୁନିଅର୍ ଆସୋସିଏଟ୍ ପଦବୀ ପାଇଁ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ୍ ଇଣ୍ଡିଆ ପକ୍ଷରୁ ୮ ହଜାର ଜୁନିଅର୍ ଆସୋସିଏଟ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୬ ଜାନୁଆରୀ ଏହାର ଶେଷ ତାରିଖ ରହିଛି। ଏଥିପାଇଁ ଇଚ୍ଛୁକ ଆବେଦନକାରୀ ଏହି ତାରିଖ ପୂର୍ବରୁ ଶୀଘ୍ର ଆବେଦନ କରିନିଆନ୍ତୁ। ଶିକ୍ଷାଗତ ଯୋଗ୍ୟତା ଏସ୍‌ବିଆଇ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନ୍ ଅନୁଯାୟୀ ଆବେଦନକାରୀ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ। ୧ ଜାନୁଆରୀ ୨୦୨୦ ମଧ୍ୟରେ ଯେଉଁମାନେ ଇଣ୍ଟିଗ୍ରେଟେଡ୍ ଡୁଆଲ୍ ଡିଗ୍ରୀ ପାସ୍ କରିଥିବେ, ସେମାନେ ଏହି ପଦ […]

ରବିବାର ଏସ୍‌ବିଆଇ ୮ ହଜାର ଜୁନିଅର୍ ଆସୋସିଏଟ୍ ପଦବୀ ପାଇଁ ଆବେଦନର ଶେଷ ତାରିଖ

sbii

Advertisment

ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ୍ ଇଣ୍ଡିଆ ପକ୍ଷରୁ ୮ ହଜାର ଜୁନିଅର୍ ଆସୋସିଏଟ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୬ ଜାନୁଆରୀ ଏହାର ଶେଷ ତାରିଖ ରହିଛି। ଏଥିପାଇଁ ଇଚ୍ଛୁକ ଆବେଦନକାରୀ ଏହି ତାରିଖ ପୂର୍ବରୁ ଶୀଘ୍ର ଆବେଦନ କରିନିଆନ୍ତୁ।

Advertisment

ଶିକ୍ଷାଗତ ଯୋଗ୍ୟତା

ଏସ୍‌ବିଆଇ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନ୍ ଅନୁଯାୟୀ ଆବେଦନକାରୀ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ। ୧ ଜାନୁଆରୀ ୨୦୨୦ ମଧ୍ୟରେ ଯେଉଁମାନେ ଇଣ୍ଟିଗ୍ରେଟେଡ୍ ଡୁଆଲ୍ ଡିଗ୍ରୀ ପାସ୍ କରିଥିବେ, ସେମାନେ ଏହି ପଦ ପାଇଁ ଆବେଦନ କରିପାରିବେ। କିନ୍ତୁ ଗ୍ରାଜୁଏସନ୍ ସାର୍ଟିଫିକେଟ୍ର ପ୍ରମାଣପତ୍ର ଦେବାକୁ ପଡ଼ିବ।

ବୟସସୀମା

ସର୍ବନିମ୍ନ ବୟସ ୨୦ ବର୍ଷ

ସର୍ବାଧିକ ବୟସ ୨୮ ବର୍ଷ

ଏପରି କରନ୍ତୁ ଆବେଦନ

• ପ୍ରଥମେ ଏସ୍‌ବିଆଇର ୱେବସାଇଟ୍ ibpsonline.ibps.inକୁ ଲଗ୍ ଇନ୍ କରନ୍ତୁ।
• ଏହାପରେ ରେଜିଷ୍ଟ୍ରେସନ୍ କରନ୍ତୁ।
• ରେଜିଷ୍ଟ୍ରେସନ୍ ପରେ ନମ୍ୱର, ପାସୱାର୍ଡ ଦେଇ ଲଗ୍ ଇନ୍ କରନ୍ତୁ।
• ଫର୍ମ ଫିଲ୍ ଅପ୍ କରି ସବ୍ମିଟ୍ କରନ୍ତୁ।
• ଏହାପରେ ଫି ଦିଅନ୍ତୁ।
• ଶେଷରେ ଫର୍ମଟିକୁ ଡାଉନ୍ଲୋଡ୍ କରିନିଅନ୍ତୁ।

Advertisment

ପ୍ରିଲିମିନାରୀ ପରୀକ୍ଷା ପାଟର୍ଣ୍ଣ

ଏଥିରେ ଇଂରାଜୀ ଭାଷା, ନ୍ୟୁମେରିକାଲ୍ ଆବିଲିଟି, ରିଜନିଙ୍ଗର ୧୦୦ ମାର୍କର ପ୍ରଶ୍ନ ରହିବ। ଏଥିପାଇଁ ଆବେଦନକାରୀଙ୍କୁ ୧ ଘଣ୍ଟା ଦିଆଯିବ।

ମେନ୍ ପରୀକ୍ଷା ପାଟର୍ଣ୍ଣ

ମେନ୍ ପରୀକ୍ଷାରେ ଜେନେରାଲ୍ କିମ୍ୱା ଫାଇନାନ୍ସ ଆୱାରନେସ୍, ଜେନେରାଲ୍ ଇଂରାଜୀ, କ୍ୱାଲିଟେଟିଭ୍ ଆପ୍ଟିଟ୍ୟୁଡ୍, ରିଜନିଙ୍ଗ୍, କମ୍ପ୍ୟୁଟର୍ ଉପରେ ପ୍ରଶ୍ନ ରହିବ। ଏହି ପରୀକ୍ଷା ୧୯୦ ମାର୍କର ରହିବ। ଯାହା ପାଇଁ ୨ ଘଣ୍ଟା ୪୦ ମିନିଟ୍ ସମୟ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe