/odisha-reporter/media/post_attachments/uploads/2021/06/CBSE-3.jpg)
CBSE
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ବୋର୍ଡର୍ ପରୀକ୍ଷା ବହୁତ ପ୍ରଭାବିତ ହୋଇଛି । ଅନେକ ବୋର୍ଡ ତା’ର ପରୀକ୍ଷାକୁ ବାତିଲ୍ କରିସାରିଛନ୍ତି ଏବଂ ଛାତ୍ରଙ୍କ ରେଜଲ୍ଟ ପାଇଁ ଆସେସମେଣ୍ଟ ସ୍କିମ୍ ଲାଗୁଛନ୍ତି। ସିବିଏସଇ ଓ ଆଇସିଏସଇ ମଧ୍ୟ ବୋର୍ଡ ପରୀକ୍ଷାକୁ ବାତିଲ୍ କରି ଆସେସମେଣ୍ଟ ସ୍କିମ୍ ଉପରେ କାମ କରୁଛନ୍ତି। ଏହା ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା, ଯାହାକୁ ଖାରଜ କରିଦିଆଯାଇଛି ।
ସିବିଏସଇ ଓ ଆଇସିଏସଇ ଦ୍ୱାରା ବୋର୍ଡ ପରୀକ୍ଷାକୁ ବାତିଲ୍ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କରିବା ସହ ସୁପ୍ରିମ୍ କୋର୍ଟ ବୋର୍ଡର ଆସେସମେଣ୍ଟ ସ୍କିମକୁ ମଧ୍ୟ ଅନୁମୋଦନ ଦେଇଛନ୍ତି। ବିଚାରପତି ଏଏମ୍ ଖାନୱିଲକର ଓ ଜଷ୍ଟିସ୍ ଦିନେଶ ମାହେଶ୍ୱରୀଙ୍କ ବେଞ୍ଚ୍ ମଙ୍ଗଳବାର ସିବିଏସଇ କମ୍ପାର୍ଟମେଣ୍ଟ, ଘରୋଇ ପରୀକ୍ଷାକୁ ବାତିଲ୍ କରିବାକୁ ଦାବି କରିଥିବା ୧୧୫୨ ଜଣ ଛାତ୍ରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଛାତ୍ରମାନେ ସିବିଏସଇର ମୂଲ୍ୟାଙ୍କନ ଫର୍ମୂଲା ଉପରେ ପ୍ରଶ୍ନ ଉଠାଇଥିଲେ।
ଏହା ଉପରେ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଦ୍ୱାଦଶର କମ୍ପାର୍ଟମେଣ୍ଟ, ପ୍ରାଇଭେଟ ଓ ରିପିଟର୍ସର ଛାତ୍ରଙ୍କ ପାଇଁ ପରୀକ୍ଷା ବାତିଲ୍ କରାଯିବ ନାହିଁ । କୋର୍ଟ ମଧ୍ୟ ସିବିଏସଇ ଓ ଆଇସିଏସଇର ଫର୍ମୂଲା ସହ ସହମତ ହୋଇଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି, ସିବିଏସଇ କିମ୍ବା ଆଇସିଏସଇ ପରୀକ୍ଷା ବାତିଲ କରିବା ନିଷ୍ପତ୍ତିକୁ କୌଣସି ବ୍ୟକ୍ତିଗତ ଅବଧାରଣାରେ ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ ।
CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ଜୁଲାଇ ୩୧ ସୁଦ୍ଧା ୩୦:୩୦:୪୦ ସୂତ୍ର ଅନୁଯାୟୀ ଘୋଷିତ ହେବ ଏବଂ ଯେଉଁମାନେ ଫଳାଫଳରେ ସନ୍ତୁଷ୍ଟ ନୁହଁନ୍ତି, ସେମାନେ ପରେ ଶାରୀରିକ ପରୀକ୍ଷା ପାଇଁ ଅନଲାଇନରେ ପଞ୍ଜୀକୃତ କରିପାରିବେ। ସେହି ପରୀକ୍ଷାରେ ମିଳିଥିବା ମାର୍କଗୁଡିକ ଫାଇନାଲ ଭାବେ ବିବେଚନା କରାଯିବ। ସିବିଏସଇ କେବଳ ପ୍ରମୁଖ ବିଷୟ ଗୁଡ଼ିକରେ ପରୀକ୍ଷା କରିବ। ଯଦି ପରିସ୍ଥିତି ଅନୁକୂଳ ରୁହେ, ତାହେଲେ ପରୀକ୍ଷା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଯଥାଶୀଘ୍ର ଫଳାଫଳ ଘୋଷଣା କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
