Advertisment

UPSC ପ୍ରିଲିମସ ପରୀକ୍ଷା ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ: ଅକ୍ଟୋବର ୪ ରେ ହେବାକୁ ଥିବା ୟୁପିଏସସି (UPSC) ପ୍ରିଲିମସ ପରୀକ୍ଷା ୨୦୨୦ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଯୁପିଏସସି ଯେଉଁ ସତ୍ୟପାଠ ଦାଖଲ କରିଛି ତାହାକୁ କୋର୍ଟ ଗ୍ରହଣ କରିଛନ୍ତି। ପରୀକ୍ଷା ପ୍ରସ୍ତୁତି ଶେଷ ହୋଇଛି, ତେଣୁ ଘୁଞ୍ଚାଇଲେ ଏହା ପରୀକ୍ଷାର୍ଥୀଙ୍କ ଉପରେ ପ୍ରଭାବ ପକାଇବ ବୋଲି ୟୁପିଏଏସି ବୋର୍ଡ କୋର୍ଟରେ ପକ୍ଷ ରଖି କହିଥିଲା। ଯଦି ପରୀକ୍ଷା ଘୁଞ୍ଚାଯିବ ତାବେଲେ ଆସନ୍ତା ବର୍ଷ ମଧ୍ୟ ପରୀକ୍ଷା ଉପରେ ପ୍ରଭାବ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଘୁଞ୍ଚିଲା ୟୁପିଏସସି ୨୦୨୦ ପ୍ରିଲିମସ ପରୀକ୍ଷା

upsc

ନୂଆଦିଲ୍ଲୀ: ଅକ୍ଟୋବର ୪ ରେ ହେବାକୁ ଥିବା ୟୁପିଏସସି (UPSC) ପ୍ରିଲିମସ ପରୀକ୍ଷା ୨୦୨୦ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଯୁପିଏସସି ଯେଉଁ ସତ୍ୟପାଠ ଦାଖଲ କରିଛି ତାହାକୁ କୋର୍ଟ ଗ୍ରହଣ କରିଛନ୍ତି। ପରୀକ୍ଷା ପ୍ରସ୍ତୁତି ଶେଷ ହୋଇଛି, ତେଣୁ ଘୁଞ୍ଚାଇଲେ ଏହା ପରୀକ୍ଷାର୍ଥୀଙ୍କ ଉପରେ ପ୍ରଭାବ ପକାଇବ ବୋଲି ୟୁପିଏଏସି ବୋର୍ଡ କୋର୍ଟରେ ପକ୍ଷ ରଖି କହିଥିଲା।

Advertisment

ଯଦି ପରୀକ୍ଷା ଘୁଞ୍ଚାଯିବ ତାବେଲେ ଆସନ୍ତା ବର୍ଷ ମଧ୍ୟ ପରୀକ୍ଷା ଉପରେ ପ୍ରଭାବ ପକାଇବ ବୋଲି ବୋର୍ଡ ଯୁକ୍ତି ରଖିଥିଲେ ।  ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୟୁପିଏସସି ଦ୍ୱାରା ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ଏ ନେଇ ୟୁପିଏସସି ଦାଖଲ କରିଥିବା ଆଫିଡେଭିଟରେ କହିଛି। ଏଥିରେ ଆହୁରି କୁହାଯାଇଛି ଯେଉଁମାନଙ୍କୁ କାଶ କିମ୍ୱା ଥଣ୍ଡା ହୋଇଥିବ ସେମାନଙ୍କ ବସିବା ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି।

ଏହି ପରୀକ୍ଷା କରିବା ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛି। ଏଭଳି ପରିସ୍ଥିତିରେ ଯଦି ପରୀକ୍ଷା ସ୍ଥଗିତ ରଖାଯାଏ ତେବେ ସରକାରୀ ଅର୍ଥର ବଡ କ୍ଷତି ଘଟାଇବ। ଅକ୍ଟୋବର ୪ ରେ UPSC ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହେବ ଢ କରୋନା ଅବଧିରେ, ଏହାକୁ ସ୍ଥଗିତ ରଖିବାକୁ ଏକ ଆବେଦନ କରାଯାଇଥିଲା।

Advertisment

ୟୁପିଏସସି ପ୍ରିଲିମ ପରୀକ୍ଷାରେ ୬ ଲକ୍ଷ ପରୀକ୍ଷାର୍ଥୀ ଉପସ୍ଥିତ ରହିବେ। ଦେଶର ୭୨ଟି ବିଭିନ୍ନ ସହରରେ ପରୀକ୍ଷା ହେବ। ଏଥିମଧ୍ୟରୁ କେତେକ କରୋନା କାରଣରୁ ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ଏହି ପରୀକ୍ଷା ପ୍ରଥମେ ୩୧ ମେରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ତା’ପରେ ୫ ଜୁନ୍ ରେ, UPSC ୪ ଅକ୍ଟୋବର ନୂଆ ତାରିଖ ଘୋଷଣା କରିଥିଲେ।

UPSC