Advertisment

ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ୧୫ ତାରିଖରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ। କୋଭିଡ୍ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ ବୋଲି ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲରେ ପାଠପଢ଼ା ଜାରି ରହିଛି। ଆଉ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ସୂଚନା ମିଳିଥିଲା। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

School Reopen

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ୧୫ ତାରିଖରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ। କୋଭିଡ୍ ଗାଇଡଲାଇନ ଆଧାରରେ ପାଠପଢ଼ା ହେବ ବୋଲି ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲରେ ପାଠପଢ଼ା ଜାରି ରହିଛି। ଆଉ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ସୂଚନା ମିଳିଥିଲା। ଶେଷରେ ଏହି ଦୁଇଟି ଶ୍ରେଣୀର ସ୍କୁଲ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Advertisment

ଷଷ୍ଠ ଓ ସପ୍ତମ ଶ୍ରେଣୀର କ୍ଲାସ୍ ସକାଳ ୯.୩୦ ଟାରୁ ଦିନ ୧ଟା ଯାଏ ଖୋଲା ରହିବ। ପିଲାମାନେ ଚାହିଁଲେ ଅନଲାଇନ୍ ଓ ଅଫଲାଇନ୍ କ୍ଲାସ୍ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଦୁଇ ଶ୍ରେଣୀ ଖୋଲିବା ନେଇ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ଆମେ ପୂର୍ବରୁ ସୂଚନା ଦେଇସାରିଥିଲୁ। ଏବେ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନିଆଯାଇଛି। ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏ ଯେଉଁ ଏସଓପି ରହିଛି, ତାହା ବାକି କ୍ଲାସ୍ ପାଇଁ ବଳବତ୍ତର ରହିବ। ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇନାହିଁ। ଯେହେତୁ ଏମାନେ ବହୁତ ଛୋଟ ପିଲା, ତେଣୁ ଏ ନିଷ୍ପତ୍ତି ନିଆଯାଇନାହିଁ।

Advertisment

କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ। ଯେଉଁଥିପାଇଁ ପିଲାମାନେ ଘରେ ରହିଥିଲେ। ସ୍କୁଲ ଯାଉ ନଥିଲେ। ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ କରିଥିଲେ। ଏପରିକି ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ହୋଇଥିଲା। ତେବେ ଦଶହରା ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲା ହୋଇଥିଲା। ଅର୍ଥାତ ଅକ୍ଟୋବର ୨୧ ତାରିଖରୁ ଏକାଦଶ ଏ‍ବଂ ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିଥିଲା। ଯାହା ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା।