Advertisment

ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ରେଜଲ୍ଟ, ଶୁଭମ୍ କୁମାର IAS ଟପ୍ପର୍

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ୍ ସର୍ଭିସ ରେଜଲ୍ଟ। ୟୁପିଏସସି ଏହି ରେଜଲ୍ଟ ଜାରି କରିଛି। ଏଥର ଆଇଏଏସ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୭୬୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜାନୁଆରୀ ୨୦୨୧ରେ ହୋଇଥିବା ଲିଖିତ ମୁଖ୍ୟ ପରୀକ୍ଷା ଓ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ହୋଇଥିବା ପର୍ସନାଲିଟି ଟେଷ୍ଟ ଆଧାରରେ ଏହି ରେଜଲ୍ଟ ଜାରି ହୋଇଛି। ଶୁଭମ୍ କୁମାର ସିଭିଲ୍ ସର୍ଭିସ IAS ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଶୁଭମ୍ ଆଇଆଇଟି ବମ୍ବେରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି। ଏହି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ରେଜଲ୍ଟ, ଶୁଭମ୍ କୁମାର IAS ଟପ୍ପର୍

UPSC

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ୍ ସର୍ଭିସ ରେଜଲ୍ଟ। ୟୁପିଏସସି ଏହି ରେଜଲ୍ଟ ଜାରି କରିଛି। ଏଥର ଆଇଏଏସ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୭୬୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜାନୁଆରୀ ୨୦୨୧ରେ ହୋଇଥିବା ଲିଖିତ ମୁଖ୍ୟ ପରୀକ୍ଷା ଓ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ହୋଇଥିବା ପର୍ସନାଲିଟି ଟେଷ୍ଟ ଆଧାରରେ ଏହି ରେଜଲ୍ଟ ଜାରି ହୋଇଛି। ଶୁଭମ୍ କୁମାର ସିଭିଲ୍ ସର୍ଭିସ IAS ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଶୁଭମ୍ ଆଇଆଇଟି ବମ୍ବେରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି।

Advertisment

ଏହି ପରୀକ୍ଷାରେ ଭୋପାଳର ଜାଗୃତି ଅୱସ୍ତି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେ ମହିଳା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଟପ୍ପର୍ ହୋଇଛନ୍ତି। ୨୪ ବର୍ଷୀୟା ଜାଗୃତି ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଓ ଭେଲ୍ ସହିତ କାମ କରିଛନ୍ତି। ଅଙ୍କିତା ଜୈନ ତୃତୀୟ ସ୍ଥାନରେ ରହିଥିବା ବେଳେ ୟଶ ଜାଲୁକା ଚତୁର୍ଥ ଏବଂ ମମତା ଯାଦବ ପଞ୍ଚମ ସ୍ଥାନରେ ରହିଛନ୍ତି।

ସେହିପରି ଓଡ଼ିଶାର ଜୁବିନ ମହାପାତ୍ର ୪୬ତମ ରାଙ୍କରେ ଥିବା ବେଳେ ଆଶିଷ କୁମାର ୫୨ତମ ରାଙ୍କରେ, ଶୁଭଙ୍କର ବଳ ୭୯ତମ, ରୀନା ପ୍ରଧାନ ୧୯୪ତମ‍, ପୂର୍ବି ନନ୍ଦ ୨୪୪, ନଜଜ୍ୟୋତି ମିଶ୍ର ୩୯୫, ବବିତାରାଣୀ ସ୍ୱାଇଁ ୪୬୪, ଅଙ୍କିତ ମିଶ୍ର ୫୨୨, ସୁଧାଂଶୁ ନାୟକ ୬୨୦ ଓ ଜିତେନ୍ଦ୍ର କୁମାର ମିଶ୍ର ୬୫୮ ସ୍ଥାନରେ ରହିଛନ୍ତି।

Advertisment

ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୭୬୧ ଜଣଙ୍କ ମଧ୍ୟରୁ ୨୬୩ ଜଣ ଜେନେରାଲ୍‌ କ୍ୟାଟେଗୋରୀରେ ରହିଥିବା ବେଳେ ୨୨୯ ଜଣ ଓବିସି, ୧୨୨ ଜଣ ଏସସି, ୮୬ ଜଣ EWS, ଏସଟିରେ ୬୧ ଜଣ ଅଛନ୍ତି। ସେହିପରି ୧୫୦ ଜଣ ରିଜର୍ଭ ତାଲିକାରେ ରହିଛନ୍ତି। ସେଥିରୁ ୭୫ ଜଣ ଜେନେରାଲ୍, ୧୫ ଜଣ EWS, ୫୫ ଜଣ ଓବିସି, ୫ଜଣ ଏସସି ଓ ଜଣେ ଏସଟି ରହିଛନ୍ତି।

ଶ୍ରେଷ୍ଠ ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଏବଂ ୧୨ ଜଣ ମହିଳା ରହିଛନ୍ତି। ସିଭିଲ୍ ସର୍ଭିସେସ୍ ୨୦୨୦ ପ୍ରାଥମିକ ପରୀକ୍ଷା ଏବଂ ମୁଖ୍ୟ ପରୀକ୍ଷା ରେଜଲ୍ଟ www.upsc.gov.in ୱେବସାଇଟକୁ ଯାଇ ଦେଖିପାରିବେ।