ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ କି? ବାହାରିଲା ବିଜ୍ଞପ୍ତି

ନୁଆଦିଲ୍ଲୀ: ବ୍ୟାଙ୍କରେ ଚାକିରି ଲାଗି ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ ଅଫ୍ ଇଣ୍ଡିଆ (SIDBI) ଏକାଧିକ ପଦବୀ ପୂରଣ ପାଇଁ ଜାରି କରିଛି ବିଜ୍ଞପ୍ତି। SIDBI ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ଫୁଲ୍‌-ଟାଇମ୍‌ ଚୁକ୍ତିଭିତ୍ତିକ ଭିତ୍ତିରେ ହେବ। ଚୁକ୍ତିନାମା ଅନୁଯାୟୀ ଚାକିରି ଅବଧି ପ୍ରାରମ୍ଭରେ ତିନି ବର୍ଷ ପାଇଁ ହେବ। ପରେ ପ୍ରାର୍ଥୀଙ୍କ ଯୋଗ୍ୟତା ଓ କାମକୁ ଦେଖି ଏହାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଧିକ […]

Job

Job

Madhupriya Mistry
  • Published: Thursday, 13 January 2022
  • Updated: 13 January 2022, 11:30 AM IST

Sports

Latest News

ନୁଆଦିଲ୍ଲୀ: ବ୍ୟାଙ୍କରେ ଚାକିରି ଲାଗି ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ ଅଫ୍ ଇଣ୍ଡିଆ (SIDBI) ଏକାଧିକ ପଦବୀ ପୂରଣ ପାଇଁ ଜାରି କରିଛି ବିଜ୍ଞପ୍ତି। SIDBI ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ଫୁଲ୍‌-ଟାଇମ୍‌ ଚୁକ୍ତିଭିତ୍ତିକ ଭିତ୍ତିରେ ହେବ। ଚୁକ୍ତିନାମା ଅନୁଯାୟୀ ଚାକିରି ଅବଧି ପ୍ରାରମ୍ଭରେ ତିନି ବର୍ଷ ପାଇଁ ହେବ। ପରେ ପ୍ରାର୍ଥୀଙ୍କ ଯୋଗ୍ୟତା ଓ କାମକୁ ଦେଖି ଏହାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଧିକ ସମୟ ପାଇଁ ସମ୍ପ୍ରସାରିତ କରିହେବ।

ମୋଟ ପଦବୀ-୧୫

J2EE ସିନିଅର ଡେଭଲପର୍‌-୨

ଟେକ୍ନିକାଲ ଲିଡ୍‌-୩

J2EE ଟେକ୍ନିକାଲ ଲିଡ୍‌-୩

ଡେଭଲପ୍‌ ଲିଡ୍‌-୨

ଟେକ୍ନିକାଲ ଆର୍କିଟେକ୍ଟ-୩

ଟେକ୍ନିକାଲ ପ୍ରୋଗ୍ରାମ ମ୍ୟାନେଜର-୨

ଶିକ୍ଷାଗତ ଯୋଗ୍ୟତା

J2EE ସିନିଅର ଡେଭଲପର୍‌: ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ, ଏମସିଏ, ଭାରତୀୟ କିମ୍ବା ବିଦେଶୀ ସମକକ୍ଷ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କରିଥିବା ଆବଶ୍ୟକ। ଏହା ବ୍ୟତୀତ ସୂଚନା ପ୍ରଯୁକ୍ତିବିଦ୍ୟାରେ ଅତିକମରେ ୫ରୁ୮ ବର୍ଷର ଅଭିଜ୍ଞତା ଥିବା ଉଚିତ।

ଟେକ୍ନିକାଲ ଲିଡ୍‌ ଓ J2EE ଟେକ୍ନିକାଲ ଲିଡ୍‌: ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ, ଏମସିଏ, ଭାରତୀୟ କିମ୍ବା ବିଦେଶୀ ସମକକ୍ଷ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କରିଥିବା ଆବଶ୍ୟକ। ସୂଚନା ପ୍ରଯୁକ୍ତିବିଦ୍ୟାରେ ଅତିକମରେ ୧୦ରୁ ୧୨ ବର୍ଷର ଅଭିଜ୍ଞତା ଥିବା ଉଚିତ।

ଡେଭଲପ୍‌ ଲିଡ୍‌ : ବିଦେଶୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଅତିକମରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାରେ ୧୨ ବର୍ଷର ଅଭିଜ୍ଞତା ଥିବା ଉଚିତ।

ଟେକ୍ନିକାଲ ଆର୍କିଟେକ୍ଟ: ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ, ଏମସିଏ, ଭାରତୀୟ କିମ୍ବା ବିଦେଶୀ ସମକକ୍ଷ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କରିଥିବା ଆବଶ୍ୟକ। ସୂଚନା ପ୍ରଯୁକ୍ତିବିଦ୍ୟାରେ ଅତିକମରେ ୧୩ ବର୍ଷର ଅଭିଜ୍ଞତା ଥିବା ଉଚିତ।

ଟେକ୍ନିକାଲ ପ୍ରୋଗ୍ରାମ ମ୍ୟାନେଜର: ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ, ଏମସିଏ, ଭାରତୀୟ କିମ୍ବା ବିଦେଶୀ ସମକକ୍ଷ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କରିଥିବା ଆବଶ୍ୟକ। ସୂଚନା ପ୍ରଯୁକ୍ତିବିଦ୍ୟାରେ ଅତିକମରେ ୧୮ ବର୍ଷର ଅଭିଜ୍ଞତା ଥିବା ଉଚିତ।

କିଭଳି କରିବେ ଆବେଦନ?

ବ୍ୟାଙ୍କର ୱେବସାଇଟରେ ଉପଲବ୍ଧ ଫର୍ମାଟ୍ ଅନୁଯାୟୀ, ନିକଟରେ ଉଠାଇଥିବା ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ଏବଂ ପାଠ୍ୟକ୍ରମର ସାର୍ଟିଫିକେଟ ସହିତ, ପ୍ରାର୍ଥୀଙ୍କର ପୂର୍ଣ୍ଣ ଦସ୍ତଖତ ଥିବା ତାରିଖ ସହିତ ନିଜ ଆବେଦନପତ୍ରରେ ପୂର୍ଣ୍ଣ (କେବଳ ଇଂରାଜୀ କିମ୍ବା ହିନ୍ଦୀରେ) ପଠାଇପାରିବେ। ୧୭ ଜାନୁୟାରୀ ପୂର୍ବରୁ @sidbi.in ରେ ଇମେଲ ମାଧ୍ୟମରେ ଆବେଦନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos