Advertisment

SIDBIରେ ଚାକିରି ସୁଯୋଗ,୧୦୦ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ଆରମ୍ଭ ହୋଇସାରିଛି ଆବେଦନ

ସ୍ମଲ୍ ଇଣ୍ଡଷ୍ଟ୍ରୀଜ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SIDBI) ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ୧୦୦ ଜଣଙ୍କୁ ନିଯୁକ୍ତି ଦେବ। ଗ୍ରେଡ୍‌-ଏରେ ଏହି ନିଯୁକ୍ତି ଦିଆଯିବାକୁ ଥିବା ବେଳେ ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇସାରିଛି। ମାର୍ଚ୍ଚ ୨୫ ତାରିଖ ହେଉଛି ଅନ୍‌ଲାଇନ୍ ଆବେଦନର ଶେଷ ଦିନ। ଆଗ୍ରହୀ ଓ ଉପଯୁକ୍ତ ପ୍ରାର୍ଥୀମାନେ SIDBIର ଅଫିସିଆଲ୍ ୱେବସାଇଟ୍ www.sidbi.in କୁ ଯାଇ ଆବେଦନ କରିପାରିବେ। ଏପ୍ରିଲ ୧୬ ତାରିଖରେ ଏହି ନିଯୁକ୍ତି ପାଇଁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
SIDBIରେ ଚାକିରି ସୁଯୋଗ,୧୦୦ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ଆରମ୍ଭ ହୋଇସାରିଛି ଆବେଦନ

SIDBI

ସ୍ମଲ୍ ଇଣ୍ଡଷ୍ଟ୍ରୀଜ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SIDBI) ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ୧୦୦ ଜଣଙ୍କୁ ନିଯୁକ୍ତି ଦେବ। ଗ୍ରେଡ୍‌-ଏରେ ଏହି ନିଯୁକ୍ତି ଦିଆଯିବାକୁ ଥିବା ବେଳେ ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇସାରିଛି। ମାର୍ଚ୍ଚ ୨୫ ତାରିଖ ହେଉଛି ଅନ୍‌ଲାଇନ୍ ଆବେଦନର ଶେଷ ଦିନ।

Advertisment

ଆଗ୍ରହୀ ଓ ଉପଯୁକ୍ତ ପ୍ରାର୍ଥୀମାନେ SIDBIର ଅଫିସିଆଲ୍ ୱେବସାଇଟ୍ www.sidbi.in କୁ ଯାଇ ଆବେଦନ କରିପାରିବେ। ଏପ୍ରିଲ ୧୬ ତାରିଖରେ ଏହି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା କରାଯିବ। ଏହା ପରେ ମେ’ ମାସରେ ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ।

ସଂରକ୍ଷଣ ବ୍ୟବସ୍ଥା
୧୦୦ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ମଧ୍ୟରୁ ୪୩ଟି ଅଣସଂରକ୍ଷିତ। ୧୬ଟି ଏସ୍‌ସିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୭ଟି ଏସ୍‌ଟି, ୨୪ଟି ଓବିସି ଓ ୧୦ଟି ଇଡବ୍ଲ୍ୟୁଏସ୍‌ଙ୍କ ପାଇଁ ସଂରକ୍ଷିତ ରହିଛି।

Advertisment

ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀମାନେ ୟୁଜିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ଅନୁଷ୍ଠାନ/ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ ବା ଇଞ୍ଜିନିୟରିଂ (ସିଭିଲ/ଇଲେକ୍ଟ୍ରିକାଲ/ମେକାନିକାଲ ପସନ୍ଦଯୋଗ୍ୟ)ରେ ସ୍ନାତକ ଡିଗ୍ରୀ ବା ଯେ କୌଣସି ପାଠ୍ୟକ୍ରମ (ବାଣିଜ୍ୟ/ଅର୍ଥଶାସ୍ତ୍ର/ମ୍ୟାନ୍ଜମେଣ୍ଟ ପାଠ୍ୟକ୍ରମ ପସନ୍ଦଯୋଗ୍ୟ)ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହା ବାଦ୍ ଭାରତ ସରକାର ବା ୟୁଜିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେ କୌଣସି ଅନୁଷ୍ଠାନରୁ ସିଏ/ସିଏସ୍/ସିଡବ୍ଲ୍ୟୁଏ/ସିଏଫ୍ଏ ବା ପିଏଚ୍‌ଡି କରିଥିବା ଯୁବକଯୁବତୀମାନେ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଏହି ସବୁ ଶିକ୍ଷାଗତ ଯୋଗ୍ୟତା ରଖିଥିବା ପ୍ରାର୍ଥୀମାନେ ପ୍ରଥମ ଶ୍ରେଣୀ ବା ସର୍ବନିମ୍ନ ୬୦% ମାର୍କ ରଖି ପାସ୍ କରିଥିବା ଆବଶ୍ୟକ। ଏସ୍‌ସି/ଏସ୍‌ଟିଙ୍କ କ୍ଷେତ୍ରରେ ଏହାକୁ ଦ୍ୱିତୀୟ ଶ୍ରେଣୀ ବା ୫୫% ରଖାଯାଇଛି।

ବୟସ ସୀମା ଓ ଦରମା
୨୦୨୨ ମାର୍ଚ୍ଚ ୪ ତାରିଖ ସୁଦ୍ଧା ଆଶାୟୀଙ୍କ ବୟସ ୨୧ ବର୍ଷରୁ କମ୍ ହୋଇ ନଥିବ କି ୨୮ ବର୍ଷରୁ ଅଧିକ ହୋଇ ନଥିବ। ଯୋଗ୍ୟ ବିବେଚିତ ପ୍ରାର୍ଥୀ ନିଯୁକ୍ତି ପାଇବା ପରେ ମାସିକ ୭୦ ହଜାର ଟଙ୍କା ଦରମା ପାଇବେ।

ଆବେଦନ ଫି’
ଓବିସି/ଇଡବ୍ଲ୍ୟୁଏସ୍ ଓ ସାଧାରଣ ବର୍ଗର ପ୍ରାର୍ଥୀ ୧୧୦୦ ଟଙ୍କା ଆବେଦନ ଫି’ ବାବଦକୁ ଦେବେ। ଏସ୍‌ସି/ଏସ୍‌ଟି/ପିଡବ୍ଲ୍ୟୁବିଡି ପ୍ରାର୍ଥୀ ୧୭୫ ଟଙ୍କା ଇଣ୍ଟିମେସନ ଚାର୍ଜ ଦେବେ।