Advertisment

ସ୍ଲିପ୍‌ ଇଣ୍ଟର୍ନସିପ୍‌ : ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ପ୍ରତିଦିନ ୯ ଘଣ୍ଟା କରି ୧୦୦ ଦିନ ଶୋଇଲେ ମିଳିବ ଟଙ୍କା। ସେ ପୁଣି ଶହେ କି ହଜାରେ ନୁହେଁ, ଶହେ ଦିନ ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା। ଏହି ଖବରଟି ପଢ଼ିବା ପରେ ଆପଣ ଏହାକୁ ବିଶ୍ୱାସ କରୁନଥିବେ। କିନ୍ତୁ ବିଶ୍ୱାସ ନକଲେ ମଧ୍ୟ ଏହା ସତ। ବେଙ୍ଗାଲୁରୁ ଏକ ଷ୍ଟାର୍ଟଅପ୍‌ ୱେକଫିଟ୍‌ କମ୍ପାନୀ ଲୋକଙ୍କୁ ଏପରି ସୁଯୋଗ ଦେଉଛି। ଏହା ଏକ ଡ୍ରିମ୍‌ ଜବ୍‌ ପରି ଲାଗୁଥିଲେ ବି କିଛି […]

ଅଦ୍ୟତନ ହୋଇଛି
ସ୍ଲିପ୍‌ ଇଣ୍ଟର୍ନସିପ୍‌ : ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା

sleep

Advertisment

ନୂଆଦିଲ୍ଲୀ : ପ୍ରତିଦିନ ୯ ଘଣ୍ଟା କରି ୧୦୦ ଦିନ ଶୋଇଲେ ମିଳିବ ଟଙ୍କା। ସେ ପୁଣି ଶହେ କି ହଜାରେ ନୁହେଁ, ଶହେ ଦିନ ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା। ଏହି ଖବରଟି ପଢ଼ିବା ପରେ ଆପଣ ଏହାକୁ ବିଶ୍ୱାସ କରୁନଥିବେ। କିନ୍ତୁ ବିଶ୍ୱାସ ନକଲେ ମଧ୍ୟ ଏହା ସତ। ବେଙ୍ଗାଲୁରୁ ଏକ ଷ୍ଟାର୍ଟଅପ୍‌ ୱେକଫିଟ୍‌ କମ୍ପାନୀ ଲୋକଙ୍କୁ ଏପରି ସୁଯୋଗ ଦେଉଛି। ଏହା ଏକ ଡ୍ରିମ୍‌ ଜବ୍‌ ପରି ଲାଗୁଥିଲେ ବି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ଏହି ଚାକିରିର ସୁବିଧା ରହିଛି।

Advertisment

ୱେକଫିଟ୍‌ କମ୍ପାନୀ ତା’ର ଅଫିସିଆଲ୍ ୱେବ୍‌ ସାଇଟ୍‌ରେ ବିଜ୍ଞାପନ ଦେଇ ଲେଖିଛି, ‘ଆପଣ ନିଜ ମନ ପସନ୍ଦର ଶୋ’କୁ ନ ଦେଖି ଘରେ ୯ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ପାଇଁ ଇଚ୍ଛା କରିଥା’ନ୍ତି କିନ୍ତୁ ଥରେ ଭାବନ୍ତୁ ଏପରି ଏକ ଚାକିରି ଯେଉଁଠି କାର୍ଯ୍ୟସ୍ଥଳରେ ଶୋଇବା ପାଇଁ ଆପଣଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳୁଛି। ଆପଣ ବି ଚାହିଁଲେ ଏହି ଚାକିରି ପାଇଁ ଆବେଦନ କରିପାରିବେ।’

ଏହି ଇଣ୍ଟର୍ନସିପ୍‌ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ଆବେଦନକାରୀଙ୍କର ଶୋଇବା ପାଇଁ ଅସୀମ ଇଚ୍ଛା ଥିବା ସହିତ ଶୋଇବାର ରେକର୍ଡକୁ ଭାଙ୍ଗିବା ପରି ଉପଯୁକ୍ତ ଦକ୍ଷତା ରହିଥିବା ଆବଶ୍ୟକ। ସେମାନଙ୍କୁ କମ୍ପାନୀ ପ୍ରଦାନ କରୁଥିବା ସ୍ୱତନ୍ତ୍ର ଡ୍ରେସ୍‌ କୋଡ୍‌ ପାଇଜାମା ମଧ୍ୟ ପିନ୍ଧିବାକୁ ପଡ଼ିବ ବୋଲି ବିଜ୍ଞାପନରେ ଲେଖାଯାଇଛି।

Advertisment

ଏହି ଇଣ୍ଟର୍ନସିପ୍‌ ସମୟରେ ଇଣ୍ଟର୍ନମାନେ କମ୍ପାନୀ ଦେଉଥିବା ଗଦି ଉପରେ ଶୋଇବେ ଏବଂ ସେମାନଙ୍କୁ ଏହା ପୂର୍ବରୁ କାଉନସେଲିଂ ମଧ୍ୟ କରାଯିବ।

ୱେକ୍‌ଫିଟ୍‌ ଏହି ଚାକିରିକୁ ବର୍ଣ୍ଣନା କରି ଲେଖିଛି, ‘କେବଳ ଶୁଅନ୍ତୁ। ଯେତେ ପାରୁଛନ୍ତି ଲମ୍ୱା ସମୟ ପର୍ଯ୍ୟନ୍ତ ଶୁଅନ୍ତୁ। ଯେ ପର୍ଯ୍ୟନ୍ତ ଆପଣ କରିପାରୁଛନ୍ତି, ସେ ପର୍ଯ୍ୟନ୍ତ ଆରାମ କରନ୍ତୁ।’

ରିପୋର୍ଟ ଅନୁସାରେ କର୍ମଚାରୀଙ୍କ ପାଇଁ ଅଫିସରେ ନାପ୍‌ ରୁମ୍‌ ବା ରେଷ୍ଟ ରୁମ୍‌ ରହିବା ସପକ୍ଷରେ ଏହି କମ୍ପାନୀ କ୍ୟାମ୍ପେନ୍‌ କରୁଛି। ଏଥିରେ ‘ରାଇଟ୍‌ ଟୁ ୱାର୍କ ପ୍ଲେସ୍‌’ ଉପରେ ସର୍ବେକ୍ଷଣ କରାଯାଉଛି। ଯେଉଁଥିରେ ଅଫିସରେ ରୁମ୍‌ ଅଛି କି ନାହିଁ, ମିଟିଙ୍ଗ୍‌ ସମୟରେ କେତେଥର ଶୋଇଥା’ନ୍ତି ଏବଂ କାମ କରିବା ସମୟରେ ନିଦ ଲାଗିଲେ କ’ଣ କରନ୍ତି ବୋଲି କର୍ମଚାରୀଙ୍କୁ ପ୍ରଶ୍ନ କରାଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe