Advertisment

୯୭୨ଟି ଅଧ୍ୟାପକ ପଦରେ ହେବ ନିଯୁକ୍ତି, ଏବେ କରିପାରିବେ ଆବେଦନ

ରାଜ୍ୟର Non Government Aided College ଗୁଡ଼ିକରେ  ୯୭୨ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ଏହି ପଦବୀରେ ନିଯୁକ୍ତି ପାଇଁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀମାନେ କେବଳ ଅନଲାଇନରେ ଆବେଦନ କରିପାରିବେ। ସେଥିପାଇଁ ସେମାନଙ୍କୁ http://www.ssbodisha.nic.in ୱେବ୍‌ସାଇଟ୍‌କୁ ଯିବାକୁ ପଡ଼ିବ। ଆରମ୍ଭ ହୋଇଗଲାଣି ଆବେଦନ ମାର୍ଚ୍ଚ ୨୨ରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୨୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। କେଉଁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
୯୭୨ଟି ଅଧ୍ୟାପକ ପଦରେ ହେବ ନିଯୁକ୍ତି, ଏବେ କରିପାରିବେ ଆବେଦନ

lecture-class

ରାଜ୍ୟର Non Government Aided College ଗୁଡ଼ିକରେ  ୯୭୨ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ଏହି ପଦବୀରେ ନିଯୁକ୍ତି ପାଇଁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀମାନେ କେବଳ ଅନଲାଇନରେ ଆବେଦନ କରିପାରିବେ। ସେଥିପାଇଁ ସେମାନଙ୍କୁ http://www.ssbodisha.nic.in ୱେବ୍‌ସାଇଟ୍‌କୁ ଯିବାକୁ ପଡ଼ିବ।

Advertisment

ଆରମ୍ଭ ହୋଇଗଲାଣି ଆବେଦନ

ମାର୍ଚ୍ଚ ୨୨ରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୨୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

କେଉଁ କେଉଁ ବିଷୟରେ ହେବ ନିଯୁକ୍ତି

ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଦିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ବାଣିଜ୍ୟ, ଅର୍ଥନୀତି, ଶିକ୍ଷା, ଇଂରାଜୀ, ହୋମ୍ ସାଇନ୍ସ, ଆଇଆରପିଏମ, ଲଜିକ ଆଣ୍ଡ ଫିଲୋସଫି, ସାଇକୋଲଜି, ଆନ୍ଥ୍ରୋପଲୋଜି, ସଂସ୍କୃତ, ସୋସିଓଲୋଜି ଓ ଷ୍ଟାଟିକ୍ସ ବିଷୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ବୟସ ସୀମା

ଏହି ପଦବୀ ପାଇଁ ଆବେଦନ କରିବାର ସର୍ବନିମ୍ନ ବୟସ ୨୧ ରହିଥିବା ବେଳେ ସର୍ବାଧିକ ବୟସ ୪୨ ରହିଛି (୧ ଜାନୁଆରୀ ୨୦୨୧ ସୁଦ୍ଧା ବୟସ ଗଣାଯିବ)। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଏହି ବୟସ ସୀମା ଲାଗୁ କରାଯାଇଛି।

ଏସ୍‌ସି, ଏସଟି, ଏସଇବିସି, ମହିଳା ଏବଂ ଏକ୍ସ-ସର୍ଭିସମ୍ୟାନ୍‌ ପ୍ରାର୍ଥୀଙ୍କ ବୟସ ସୀମା ୫ ବର୍ଷ କୋହଳ ରହିଛି। ଅର୍ଥାତ ଏହି ବର୍ଗର ପ୍ରାର୍ଥୀଙ୍କ ବୟସ ୪୭ ବର୍ଷ ପର୍ଯ୍ୟନ୍ତ ହୋଇଥିଲେ ଆବେଦନ କରିପାରିବେ। ତେବେ ପିଡବ୍ଲୁଡି ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୦ ବର୍ଷ କୋହଳ ରହିଛି।

ଆବେଦନ ଫି’

ସାଧାରଣ ବର୍ଗର ପ୍ରାର୍ଥୀ ୫୦୦ ଟଙ୍କା ଦେଇ ଆବେଦନ କରିପାରିବେ ଏସସି, ଏସଟି, ଓବିସି ଏବଂ ପିଡବ୍ଲ୍ୟୁଡି ଶ୍ରେଣୀର ପ୍ରାର୍ଥୀ ୨୦୦ ଟଙ୍କା ଦେଇ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତ

ଯେଉଁମାନେ ଆବେଦନ କରିବାକୁ ଚାହୁଁଥିବେ ସେମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୫୫% ମାର୍କ ରଖି ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିବେ।  ତେବେ ଏସସି, ଏସଟି, ଏସଇବିସି, ଏକ୍ସ-ସର୍ଭିସମେନ୍, ପିଡବ୍ଲ୍ୟୁଡି ବର୍ଗର ପ୍ରାର୍ଥୀମାନେ ୫୦% ମାର୍କ ରଖିଥିବା ଆବଶ୍ୟକ।

ଏଥିପାଇଁ ଲିଖିତ ପରୀକ୍ଷା ହେବ। ତା’ ସହିତ ସାକ୍ଷାତକାର ମଧ୍ୟ ନିଆଯିବ।

ଦରମା

ଦରମା ୪୪,୯୦୦ ଟଙ୍କାରୁ ଆରମ୍ଭ ହୋଇ ୧,୪୨,୪୦୦ ଟଙ୍କା ସର୍ବାଧିକ ରହିଛି।