Advertisment

ଏସ୍‌ଏସ୍‌ସିର ୧୧୫୭ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ ବା ଏସ୍‌ଏସ୍‌ସି ପକ୍ଷରୁ ଫେଜ୍‌ ୮ରେ ଖାଲି ପଡ଼ିଥିବା ୧୧୫୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ୨୦ ମାର୍ଚ୍ଚ ମଧ୍ୟରେ ଆବେଦନ କରିପାରିବେ। ଆବେଦନ ଶୁଳ୍କ ଡିପୋଜିଟ୍‌ କରିବାର ଶେଷ ତାରିଖ ୨୩ ମାର୍ଚ୍ଚ ରହିଛି। ଯୋଗ୍ୟତା ଦଶମ, ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍‌ କରିଥିବା ଆବେଦନକାରୀ ଏସବୁ ପଦ ପାଇଁ ଆବେଦନ କରିପାରିବେ। ଭିନ୍ନ ଭିନ୍ନ ପଦକୁ […]

author-image
Puspanjali Panda
ଏସ୍‌ଏସ୍‌ସିର ୧୧୫୭ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ssc

ନୂଆଦିଲ୍ଲୀ : ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ ବା ଏସ୍‌ଏସ୍‌ସି ପକ୍ଷରୁ ଫେଜ୍‌ ୮ରେ ଖାଲି ପଡ଼ିଥିବା ୧୧୫୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ୨୦ ମାର୍ଚ୍ଚ ମଧ୍ୟରେ ଆବେଦନ କରିପାରିବେ। ଆବେଦନ ଶୁଳ୍କ ଡିପୋଜିଟ୍‌ କରିବାର ଶେଷ ତାରିଖ ୨୩ ମାର୍ଚ୍ଚ ରହିଛି।

Advertisment

ଯୋଗ୍ୟତା

ଦଶମ, ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍‌ କରିଥିବା ଆବେଦନକାରୀ ଏସବୁ ପଦ ପାଇଁ ଆବେଦନ କରିପାରିବେ। ଭିନ୍ନ ଭିନ୍ନ ପଦକୁ ନେଇ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ। ଏସବୁ ପଦ ପାଇଁ ଲିଖିତ ପରୀକ୍ଷା କରାଯିବ। ୧୦ରୁ ୧୨ ଜୁନ୍ ମଧ୍ୟରେ ଏହି ପରୀକ୍ଷା ହେବ।

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୩୦ ବର୍ଷ

ଆବେଦନ ଶୁଳ୍କ

ସାଧାରଣ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ୧୦୦ ଟଙ୍କା।

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳାଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

Advertisment

ଇଚ୍ଛୁକ ଆବେଦନକାରୀ ଆବେଦନ ସମ୍ପର୍କିତ ଅଧିକ ସୂଚନା ପାଇଁ www.ssc.nic.in ଅଫିସିଆଲ୍‌ ୱେବସାଇଟକୁ ଭିଜିଟ୍‌ କରନ୍ତୁ।