/odisha-reporter/media/post_attachments/uploads/2022/02/Job-1.jpg)
Job-1
ନୂଆଦିଲ୍ଲୀ: ଷ୍ଟାଫ ସିଲେକ୍ସନ୍ କମିଶନ(SSC) ତଥା କର୍ମଚାରୀ ନିଯୁକ୍ତି ଆୟୋଗ ଆଣିଛି ନିଯୁକ୍ତି ସୁଯୋଗ। ଖାଲିପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବ୍ସାଇଟ୍କୁ ଲଗ୍ଇନ୍ କରି ଅନ୍ଲାଇନରେ ଆବେଦନ କରିପାରିବେ। ପରୀକ୍ଷା ଆଧାରରେ ନିଯୁକ୍ତି ହେବ।
ମୋଟ ପଦବୀ-୬ ଓ ଦରମା
ଲୋୟର ଡିଭିଜନ୍ କ୍ଲର୍କ (LDC)/ ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ (JSA): ପେ ଲେଭଲ୍ -୨ (ଦରମା-୧୯,୯୦୦ରୁ ୬୩,୨୦୦) |
ଡାକ ସହାୟକ (PA)/ ସର୍ଟିଂ ସହାୟକ (SA): ପେ ଲେଭଲ୍-୪ (ଦରମା- ୨୫,୫୦୦ରୁ ୮୧,୧୦୦) |
ଡାଟା ଏଣ୍ଟ୍ରି ଅପରେଟର (DEO): ପେ ଲେଭଲ୍ -୪ (ଦରମା- ୨୫,୫୦୦ରୁ ୮୧,୧୦୦) ଏବଂ ଲେଭଲ୍ -୫ (ଦରମା-୨୯,୨୦୦ରୁ ୯୨,୩୦୦) |
ଡାଟା ଏଣ୍ଟ୍ରି ଅପରେଟର୍, ଗ୍ରେଡ୍ ‘ଏ’: ପେ ଲେଭଲ୍ -୪ (ଦରମା- ୨୫,୫୦୦ରୁ ୮୧,୧୦୦)|
ବୟସ ସୀମା: ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ଭିତରେ ଥିବା ଉଚିତ। ବିଭିନ୍ନ ସଂରକ୍ଷିତ ବର୍ଗ ପାଇଁ ବୟସ ସୀମା କୋହଳ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା: LDC / JSA, PA / SA, DEO ପାଇଁ (C&AG ରେ DEO ବ୍ୟତୀତ): ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏକ ମାନ୍ୟତା ପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ମାନକ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ|
କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ (C&AG) ଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର (DEO ଗ୍ରେଡ୍ ‘ଏ’) ପାଇଁ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡର ବିଷୟ ବା ଗଣିତ ସହିତ ବିଜ୍ଞାନ ଷ୍ଟ୍ରିମରେ ଦ୍ୱାଦଶରେ ପାସ୍ କରିଥିବା ବାଧ୍ୟତାମୂଳକ।
କିଭଳି କରିବେ ଆବେଦନ?
ଆଗ୍ରହୀ ପ୍ରାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବସାଇଟ୍- https://ssc.nic.in ରେ ଲଗ୍ ଇନ୍ କରି ଉପରୋକ୍ତ ପଦବୀରେ ନିଯୁକ୍ତ ଲାଗି ହେବାକୁ ଥିବା ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଅନଲାଇନ୍ ଆବେଦନପତ୍ର ଦାଖଲ ଫେବୃଆରୀ ୧ରୁ ଆରମ୍ଭ ହୋଇଛି। ଆବେଦନପତ୍ରର ଶେଷ ତାରିଖ ହେଉଛି ମାର୍ଚ୍ଚ ୭ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
