Advertisment

ରାଜ୍ୟ ଷ୍ଟାଫ ସିଲେକ୍ସନ୍ କରିବ କମ୍ବାଇନ୍‌ଡ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟସ୍ତରର କମ୍ବାଇନଡ୍ ପରୀକ୍ଷା ଭଳି ରାଜ୍ୟ ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ଦ୍ୱାରା ଓଡ଼ିଶାରେ ଗ୍ରୁପ୍ – ବି ଓ ସି ବର୍ଗର ପଦବୀ ନିମନ୍ତେ ଏଣିକି କମ୍ବାଇନଡ୍ (ଏକକ) ପରୀକ୍ଷା କରିବେ । ରାଜ୍ୟ ସରକାରଙ୍କ ବିଭିନ୍ନ କ୍ୟାଡ଼ର ପଦବୀ ଓ ସେବାରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ତଥା ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଗ୍ରୁପ୍ ବି ଓ ସି ବର୍ଗର ବିଭିନ୍ନ ପଦବୀ ଓ ସେବା […]

author-image
Ordigital Desk
ଅଦ୍ୟତନ ହୋଇଛି
ରାଜ୍ୟ ଷ୍ଟାଫ ସିଲେକ୍ସନ୍ କରିବ କମ୍ବାଇନ୍‌ଡ ପରୀକ୍ଷା

Exam-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟସ୍ତରର କମ୍ବାଇନଡ୍ ପରୀକ୍ଷା ଭଳି ରାଜ୍ୟ ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ଦ୍ୱାରା ଓଡ଼ିଶାରେ ଗ୍ରୁପ୍ - ବି ଓ ସି ବର୍ଗର ପଦବୀ ନିମନ୍ତେ ଏଣିକି କମ୍ବାଇନଡ୍ (ଏକକ) ପରୀକ୍ଷା କରିବେ । ରାଜ୍ୟ ସରକାରଙ୍କ ବିଭିନ୍ନ କ୍ୟାଡ଼ର ପଦବୀ ଓ ସେବାରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ତଥା ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଗ୍ରୁପ୍ ବି ଓ ସି ବର୍ଗର ବିଭିନ୍ନ ପଦବୀ ଓ ସେବା ନିମନ୍ତେ କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ ରିକ୍ର‌୍ୟୁଟମେଂଟ ପରୀକ୍ଷା ରୁଲସ-୨୦୨୨କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

Advertisment

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ରୁଲସକୁ ଅନୁମୋଦନ ମିଳିବା ପରେ ଗ୍ରୁପ ବି ଓ ସି ବର୍ଗର ପଦବୀଗୁଡ଼ିକ ନିମନ୍ତେ ଷ୍ଟାଫ ସିଲେକ୍ସନ୍ ଆୟୋଗ ଏହି ଏକକ ପରୀକ୍ଷା କରିବାକୁ ସକ୍ଷମ ହେବେ । ଗ୍ରୁପ୍ ବି ଓ ସି ବର୍ଗର ବିଭିନ୍ନ ପଦବୀ ଓ ସେବାରେ ନିଯୁକ୍ତି ପାଇଁ ରାଜ୍ୟର ସମସ୍ତ ଆଶାୟୀ ପରୀକ୍ଷାର୍ଥୀ ଏଣିକି ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ । ଏହା ଦ୍ୱାରା ପରୀକ୍ଷାର୍ଥୀମାନଙ୍କ ସମୟ ଓ ଅର୍ଥ ବ୍ୟୟ କମ୍ ହେବା ସହ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ । ପୂର୍ବରୁ ଏ ସଂକ୍ରାନ୍ତ ଜାରି ସମସ୍ତ ନିୟମାବଳୀ ଓ ନିର୍ଦ୍ଦେଶନାମା କିମ୍ବା ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅକାମୀ ହୋଇଯିବ ଓ ଏହି ନୂଆ ନିୟମାବଳୀ କାର୍ଯ୍ୟକାରୀ ହେବ ।

ସେହିପରି ଓଡ଼ିଶା ସଚିବାଳୟ ସେବାରେ କାର୍ଯ୍ୟନିର୍ବାହୀ ସହାୟକ,ବ୍ୟକ୍ତିଗତ ସହାୟକ, ବ୍ୟକ୍ତିଗତ ସଚିବ ଭଳି ପଦବୀର ପୁନଃର୍ବିନ୍ୟାସକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶା ସଚିବାଳୟ ସେବା ବର୍ଗରେ ଖାଲିଥିବା ୨୫ଟି ପଦବୀକୁ ଉଚ୍ଛେଦ କରି ସେହି ସ୍ଥାନରେ ବରିଷ୍ଠ ବ୍ୟକ୍ତିଗତ ସଚିବ ସ୍ତରରେ ୧୧ଟି, ପ୍ରମୁଖ ବ୍ୟକ୍ତିଗତ ସଚିବସ୍ତରରେ ୮ଟି, ବରିଷ୍ଠ ପ୍ରମୁଖ ବ୍ୟକ୍ତିଗତ ସଚିବସ୍ତରରେ ୧ଟି ପଦବୀ ଉନ୍ନୀତ ସହ ସୃଷ୍ଟି କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏବେ ରାଜ୍ୟ ସଚିବାଳୟ ସେବା ବର୍ଗରେ ମୋଟ ୩୦୩୭ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଛି । ଫାଇଭ-ଟି ଓ ମୋ ସରକାର କାର୍ଯ୍ୟକାରୀ ହେବା ପରେ ଲୋକଙ୍କୁ ଦ୍ରୁତ ଜନସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ବ୍ୟକ୍ତିଗତ ସହାୟକମାନଙ୍କର ସହଯୋଗର ଆବଶ୍ୟକତା ଅନୁଭୂତ ହୋଇଛି ।

Advertisment