୭୯୬ଟି ଏଏସଓ ପଦବୀ ପୂରଣ ପାଇଁ ସରକାରଙ୍କ ନିଷ୍ପତ୍ତି, ବିଜ୍ଞପ୍ତି ଖୁବଶୀଘ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସଚିବାଳୟ ସେବାରେ ଖାଲିଥିବା ମୋଟ ୮୨୨ଟି ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପଦବୀ ମଧ୍ୟରୁ ୭୯୬ଟି ପଦ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ଏହି ପଦବୀ ପାଇଁ ସପ୍ତାହକ ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ସରକାର ଅନୁରୋଧ କରିବେ ବୋଲି ଜଣାପଡ଼ିଛି। ତେବେ ରାଜ୍ୟ ସରକାର ଏହି ନିଯୁକ୍ତିରେ ପଛୁଆ ବର୍ଗଙ୍କ ପାଇଁ ମୋଟ ପଦବୀର ୧୧.୨୫ ପ୍ରତିଶତ ସଂରକ୍ଷିତ ଓ […]

sachivalaya

sachivalaya

Ordigital Desk
  • Published: Wednesday, 18 August 2021
  • Updated: 19 August 2021, 01:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସଚିବାଳୟ ସେବାରେ ଖାଲିଥିବା ମୋଟ ୮୨୨ଟି ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପଦବୀ ମଧ୍ୟରୁ ୭୯୬ଟି ପଦ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ଏହି ପଦବୀ ପାଇଁ ସପ୍ତାହକ ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ସରକାର ଅନୁରୋଧ କରିବେ ବୋଲି ଜଣାପଡ଼ିଛି। ତେବେ ରାଜ୍ୟ ସରକାର ଏହି ନିଯୁକ୍ତିରେ ପଛୁଆ ବର୍ଗଙ୍କ ପାଇଁ ମୋଟ ପଦବୀର ୧୧.୨୫ ପ୍ରତିଶତ ସଂରକ୍ଷିତ ଓ ମୋଟ ପଦବୀର ୫୦ ପ୍ରତିଶତ ଅଣସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଓଡ଼ିଶା ସଚିବାଳୟ ସେବା କ୍ୟାଡ଼ରରେ ଖାଲି ପଡ଼ିଥିବା ୭୯୬ଟି ଏଏସଓ ପଦବୀରେ ନିଯୁକ୍ତି ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ବିଜ୍ଞାପନ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କ୍ଷମତାପ୍ରାପ୍ତ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ଗୃହ ବିଭାଗର ସୂଚନା ଅନୁସାରେ, ୫୩୩ଜଣ ଏଏସଓ ପଦୋନ୍ନତି ପାଇଁ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିବାରୁ ଏଏସଓରେ ୮୨୨ଟି ପଦବୀ ଖାଲି ପଡ଼ିଛି। ୨୧୦ଟି ଏଏସଓ ପଦବୀ ପୂରଣ ନିମନ୍ତେ ଅର୍ଥ ବିଭାଗ ଚଳିତବର୍ଷ ଫେବୃୟାରୀ ୨୨ତାରିଖରେ ଅନୁମୋଦନ କରିଥିଲା । କିନ୍ତୁ ଏହି ୨୧୦ଟି ଏଏସଓ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଏପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରିନାହାନ୍ତି। ଏବେ ଆଉ ୫୮୬ଟି ଏଏସଓ ପଦବୀରେ ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ସମ୍ମତି ମିଳିବା ପରେ ଏକକାଳୀନ ୭୯୬ଟି ଏଏସଓ ପଦବୀ ପାଇଁ ଓପିଏସସି କର୍ତ୍ତୃପକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ। ଏହି ମୋଟ ୭୯୬ଟି ପଦବୀ ମଧ୍ୟରୁ ୫୦ ପ୍ରତିଶତ ପଦବୀ(୪୪୭ଟି) ଅଣସଂରକ୍ଷିତ ଥିବାବେଳେ ଅନୁସୂଚିତ ଜନଜାତି(୨୨.୫୦%) ପାଇଁ ୧୭୮ଟି, ଅନୁସୂଚି ଜାତି(୧୬.୨୫%) ବର୍ଗ ନିମନ୍ତେ ୧୦୯ଟି ଓ ଏସଇବିସି(୧୧.୨୫%)ରେ ୬୨ଟି ପଦବୀ ସଂରକ୍ଷିତ ରଖାଯାଇଛି । ଏହି ସମସ୍ତ ପଦବୀ ନିମନ୍ତେ ଚଳିତମାସ ଶେଷ ସୁଦ୍ଧା ଅବା ସେପ୍ଟେମ୍ବର ପ୍ରଥମାର୍ଦ୍ଧରେ ବିଜ୍ଞପ୍ତି ଜାରି ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ସଚିବାଳୟର ୫୦୦ଟି ଏଏସଓ ପଦବୀରେ ନିଯୁକ୍ତି ପାଇଁ ଓପିଏସସି କର୍ତ୍ତୃପକ୍ଷ ୨୦୧୯ ଜାନୁୟାରୀ ୨୦ତାରିଖରେ ପରୀକ୍ଷା କରିଥିଲେ। ପ୍ରାୟ ୨ଲକ୍ଷ ପରୀକ୍ଷାର୍ଥୀ ଏଥିରେ ସାମିଲ ହୋଇଥିଲେ ଓ ରାଜ୍ୟର ୩୩ଟି ଜୋନର ୪୮୪ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ଲିଖିତ ପରୀକ୍ଷା ୧ଲକ୍ଷ ୫୨ହଜାର ୮୧୩ଜଣ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ସ୍କିଲ ଟେଷ୍ଟ ପାଇଁ ମାତ୍ର ୯୮୩ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ଆଉ ଏଥିରୁ ୯୨୨ଜଣ ସ୍କିଲ ଟେଷ୍ଟ ଦେଇଥିଲେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଏଏସଓରେ ମୋଟ ୧୫୮୦ଟି ଅନୁମୋଦିତ ପଦବୀ ଥିବାବେଳେ ସେଥିରୁ ମାତ୍ର ୭୫୮ଟି ପଦବୀରେ ଏଏସଓ କାର୍ଯ୍ୟରତ ଅଛନ୍ତି। ବାକି ପଦବୀ ଖାଲି ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos