Advertisment

୧୪ରେ ଖୋଲିବ ସ୍କୁଲ୍‌, କିନ୍ତୁ ୨୮ରୁ ଯିବେ ପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିବ। କିନ୍ତୁ ନୂଆ ନିର୍ଦ୍ଦେଶ ଅନୁଯାୟୀ, ପିଲାମାନେ ସେହି ଦିନଠାରୁ ସ୍କୁଲ୍ ଯିବେ ନାହିଁ। ଫେବ୍ରୁଆରୀ ୨୮ ତାରିଖରୁ ପିଲାମାନେ ସ୍କୁଲ୍ ଯିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଏନେଇ ଚିଠି ଲେଖିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ […]

ଅଦ୍ୟତନ ହୋଇଛି
ବଦଳିପାରେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି

Class Room

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିବ। କିନ୍ତୁ ନୂଆ ନିର୍ଦ୍ଦେଶ ଅନୁଯାୟୀ, ପିଲାମାନେ ସେହି ଦିନଠାରୁ ସ୍କୁଲ୍ ଯିବେ ନାହିଁ। ଫେବ୍ରୁଆରୀ ୨୮ ତାରିଖରୁ ପିଲାମାନେ ସ୍କୁଲ୍ ଯିବେ।

Advertisment

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଏନେଇ ଚିଠି ଲେଖିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରାୟ ଦୁଇ ବର୍ଷ ଧରି ସ୍କୁଲ୍ ଗୁଡ଼ିକ ବନ୍ଦ ହୋଇ ପଡ଼ିଥିବାରୁ ସେଗୁଡ଼ିକୁ ସଫା କରିବାକୁ, ଏହା ପରିସରେ ବଢ଼ିଥିବା ଅନାବନା ଗଛ କାଟିବାକୁ, ଛୋଟମୋଟ ମରାମତି କରିବାକୁ ତଥା ଏକ ପରିଷ୍କାର ପରିବେଶ ସୃଷ୍ଟି କରିବାକୁ ଆଉ ଅଧିକ ସମୟ ଦେବାକୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଅନୁରୋଧ କରିଥିଲେ। ସେମାନେ ଆହୁରି ମଧ୍ୟ କହିଥିଲେ ଯେ ଏହା ମଧ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଆଉ ପୋଲିଂ ଷ୍ଟାଫ୍‌ଙ୍କ ମଧ୍ୟରେ ଅଧିକାଂଶ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ରହିବେ। ସେମାନେ ଟ୍ରେନିଂ ଓ ଅନ୍ୟାନ୍ୟ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ରହିବେ। ଏହା ସହିତ ଭୋଟ୍ ପାଇଁ ସ୍କୁଲ୍ ଗୁଡ଼ିକୁ ବ୍ୟବହାର କରିବାକୁ ପଡ଼ିବ। ଜିଲ୍ଲାପାଳମାନଙ୍କ ଏହି ରିପୋର୍ଟ ଆଧାରରେ ସରକାର ୧୪ ବଦଳରେ ୨୮ରୁ ପିଲାମାନେ ସ୍କୁଲ୍ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Advertisment

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ପିଲାଙ୍କର ଅନ୍‌ଲାଇନ୍ କ୍ଲାସ ଚାଲିବ। ୧୪ରୁ ସମସ୍ତ ଶିକ୍ଷକ ଓ କର୍ମଚାରୀ ସ୍କୁଲ୍‌ ଯିବେ। ସ୍କୁଲକୁ ଯାଇ ସେମାନେ ଏହା ପରିସରର ସଫେଇ କାର୍ଯ୍ୟ ତଦାରଖ କରିବେ।

ସୂଚନାଯୋଗ୍ୟ, ଗତ ୭ ତାରିଖରୁ ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ ଖୋଲି ସାରିଛି। ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ବି ଖୋଲି ସାରିଛି। କରୋନା ହ୍ରାସ ପାଇଥିବାରୁ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ଥିବା ସ୍କୁଲ୍ ଗୁଡ଼ିକୁ ମଧ୍ୟ ଫେବ୍ରୁଆରୀ ୧୪ ତାରିଖରୁ ଖୋଲିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏମିତିକି ଫେବ୍ରୁଆରୀ ୧୪ରୁ ପ୍ଲେ ସ୍କୁଲ୍‌ ଗୁଡ଼ିକୁ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe