/odisha-reporter/media/post_attachments/uploads/2021/04/TCs.jpg)
TCs
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ଭିତରେ ଦୁନିଆର ସବୁଠାରୁ ବଡ଼ ଆଇଟି କମ୍ପାନୀ ଟାଟା କନସଲଟାଣ୍ଟ ସର୍ଭିସେସ୍ (TCS) ବେକାରୀ ଯୁବକଙ୍କୁ ବଡ଼ ଆଶ୍ୱସ୍ତି ଦେଲା ଭଳି ଘୋଷଣା କରିଛି। ଟିସିଏସ୍ ଆସନ୍ତାବର୍ଷ ୪୦ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ। କମ୍ପାନୀ ଗତ ବର୍ଷ ମଧ୍ୟ ଏତିକି ସଂଖ୍ୟକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଥିଲା।
ଟିସିଏସର ଏଚଆର୍ ମିଲିନ୍ଦ ଲକ୍କର କହିଛନ୍ତି, ଆମର ଅପରେଟିଂ ମଡେଲ୍ ବହୁତ ଭଲ। ଯାହା କ୍ୟାମ୍ପସରୁ ଆସୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏବେ ବର୍ଷକୁ ଚାରିଥର ଜାତୀୟ କ୍ୱାଲିଫାୟର୍ ଟେଷ୍ଟ ହେଉଛି, ଯାହା ଆମକୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସହାୟକ ହେଉଛି।
ସେହିପରି ଭାରତର ଦ୍ୱିତୀୟ ସବୁଠାରୁ ବଡ଼ ସଫ୍ଟୱେର୍ ସର୍ଭିସେସ୍ ଏକ୍ସପୋର୍ଟ ଇନଫୋସିସ୍ ଚଳିତ ବର୍ଷ ଭାରତ ଓ ବିଦେଶୀ କଲେଜର ୨୬ହଜାର ଫ୍ରେସର୍ସକୁ ନିଯୁକ୍ତି ଦେବାକୁ ଘୋଷଣା କରିଛି। କମ୍ପାନୀର ଚତୁର୍ଥ ତୈମାସିକ (ଜାନୁଆରୀରୁ ମାର୍ଚ୍ଚ) ପାଇଁ ଆଟାଚମେଣ୍ଟ ରେଟ୍ ମଧ୍ୟ ପ୍ରାୟ ଦୁଇଗୁଣା ହୋଇ ୧୫% ହୋଇଛି। କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରବୀଣ କୁମାର ରାଓ କହିଛନ୍ତି, କମ୍ପାନୀ ତା'ର କର୍ମଚାରୀଙ୍କ ସହ ଲଗାତର ଏନେଇ ଆଲୋଚନା କରୁଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୨୧ରେ ଶେଷ ହୋଇଥିବା ଚତୁର୍ଥ ତୈମାସିକରେ ଟିସିଏସର ଲାଭାଂଶ ୧୪.୯ ପ୍ରତିଶତରୁ ବଢ଼ି ୯୨୪୬ କୋଟି ଟଙ୍କା ହୋଇଛି। ଟିସିଏସ୍ ଶେଆର୍ ବଜାରକୁ ସୂଚନା ଦେଇ କହିଛି ଯେ ବର୍ଷକ ତଳେ ଅର୍ଥାତ୍ ୨୦୧୯-୨୦ର ଏହି ତୈମାସିକରେ କମ୍ପାନୀକୁ ୮୦୪୯ କୋଟି ଟଙ୍କାର ଲାଭ ହୋଇଥିଲା। ଅନ୍ୟପକ୍ଷରେ କମ୍ପାନୀର ଆୟ ୨୦୨୦-୨୧ର ଚତୁର୍ଥ ତୈମାସିକ (ଜାନୁଆରୀ-ମାର୍ଚ୍ଚ)ରେ ୯.୪ ପ୍ରତିଶତ ବଢ଼ି ୪୩,୭୦୫ କୋଟି ଟଙ୍କାରେ ପହଞ୍ଚିଛି। ବର୍ଷକ ତଳେ ଏହି ତୈମାସିକ ଆୟ ୩୯,୯୪୬ କୋଟି ଟଙ୍କା ଥିଲା।
ସେହିପରି ମାର୍ଚ୍ଚ, ୨୦୨୧ରେ ଇନଫୋସିସ ତୈମାସିକ ଲାଭ ୧୭.୫ ପ୍ରତିଶତ ବଢ଼ି ୫,୦୭୬ କୋଟି ଟଙ୍କାରେ ପହଞ୍ଚିଛି। କମ୍ପାନୀ ଏହାସହ ସର୍ବାଧିକ ୧୭୫୦ ଟଙ୍କା ପ୍ରତି ଶେଆର ଦରରେ ୯୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଶେଆରକୁ ପୁଣିଥରେ କିଣିବାକୁ ଘୋଷଣା କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
