Advertisment

ବିଶ୍ଵର ଶ୍ରେଷ୍ଠ ୨୦୦ରୁ ଭାରତର ୩ଟି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: କ୍ୟୁଏସ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୨ର ଶ୍ରେଷ୍ଠ ୨୦୦ ତାଲିକାରେ ଭାରତର ତିନୋଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସସି), ବେଙ୍ଗାଲୁରୁ ଗବେଷଣା କ୍ଷେତ୍ରରେ ବିଶ୍ୱରେ ୧ ନମ୍ବର ସ୍ଥାନ ଅଧିକାର କରିଛି । କ୍ୟୁଏସ କ୍ୱାକ୍ୱାରେଲି ସାଇମଣ୍ଡସ୍‍ ପକ୍ଷରୁ ବୁଧବାର ଏହି ବୈଶ୍ୱିକ ଉଚ୍ଚଶିକ୍ଷା ବିଶ୍ଳେଷଣ ରିପୋର୍ଟ ପ୍ରକାଶ ପାଇଛି। ଏହି ସଂସ୍ଥାର ୧୮ଶ ସଂସ୍କରଣରେ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ତାଲିକା ସ୍ଥାନ ପାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ […]

ଅଦ୍ୟତନ ହୋଇଛି
ବିଶ୍ଵର ଶ୍ରେଷ୍ଠ ୨୦୦ରୁ ଭାରତର ୩ଟି ବିଶ୍ୱବିଦ୍ୟାଳୟ

IIT-BOMBAY

Advertisment

ନୂଆଦିଲ୍ଲୀ: କ୍ୟୁଏସ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୨ର ଶ୍ରେଷ୍ଠ ୨୦୦ ତାଲିକାରେ ଭାରତର ତିନୋଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସସି), ବେଙ୍ଗାଲୁରୁ ଗବେଷଣା କ୍ଷେତ୍ରରେ ବିଶ୍ୱରେ ୧ ନମ୍ବର ସ୍ଥାନ ଅଧିକାର କରିଛି । କ୍ୟୁଏସ କ୍ୱାକ୍ୱାରେଲି ସାଇମଣ୍ଡସ୍‍ ପକ୍ଷରୁ ବୁଧବାର ଏହି ବୈଶ୍ୱିକ ଉଚ୍ଚଶିକ୍ଷା ବିଶ୍ଳେଷଣ ରିପୋର୍ଟ ପ୍ରକାଶ ପାଇଛି। ଏହି ସଂସ୍ଥାର ୧୮ଶ ସଂସ୍କରଣରେ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ତାଲିକା ସ୍ଥାନ ପାଇଛି।

Advertisment

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଇଆଇଟି, ବମ୍ବେ ଏହି ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରେ ୧୭୭ତମ ସ୍ଥାନ, ଆଇଆଇଟି ଦିଲ୍ଲୀ ୧୮୫ତମ ସ୍ଥାନ ଏବଂ ଆଇଆଇଏସସି ବେଙ୍ଗାଲୁରୁ ୧୮୬ତମ ସ୍ଥାନ ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଶିକ୍ଷାମନ୍ତ୍ରୀ ପୋଖରିଆଲ କହିଛନ୍ତି ଯେ ଭାରତ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏବେ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଉଛି ଏବଂ ବିଶ୍ୱଗୁରୁ ଭାବେ ମୁଣ୍ଡ ଟେକୁଛି।

https://twitter.com/DrRPNishank/status/1402559433259962371?s=20

ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଜଣେ ଗୁରୁ ପାଇଥିବାରୁ ମଧ୍ୟ ସମରୂପେ ଗର୍ବ ଅନୁଭବ କରୁ । ପ୍ରଧାନମନ୍ତ୍ରୀ ମୋଦି ନିରବଚ୍ଛିନ୍ନ ଭାବେ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଶିକ୍ଷା କ୍ଷେତ୍ରର ଅନ୍ୟ ହିତଧାରକମାନଙ୍କ କଥା ସଦାସର୍ବଦା ଚିନ୍ତା କରିଆସୁଛନ୍ତି । ପୋଖରିଆଲ ଆହୁରି କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି- ୨୦୨୦ ଏବଂ ‘ଇନଷ୍ଟିଚୁଟ୍‍ ଅଫ୍‍ ଏମିନେନ୍ସ’ ଭରି ପ୍ରୟାସ ଆମର ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କୁ ବିଶ୍ୱ ସ୍ତରରେ ଏଭଳି ମାନ୍ୟତା ହାସଲ କରିବା ଦିଗରେ ସହାୟକ ହୋଇପାରିଛି । କ୍ୟୁଏସ ଆଣ୍ଡ ଟାଇମ୍ସ ଗ୍ରୁପ୍‍ ପକ୍ଷରୁ ଘୋଷଣା କରାଯାଇଥିବା ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରୁ ଏହା ସହଜରେ ଅନୁମାନ କରାଯାଇପାରିବ ବୋଲି ସେ କହିଛନ୍ତି।

Advertisment

ସେହିପିର ଏହି ପ୍ରସଙ୍ଗରେ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଇଆଇଏସସି ବେଙ୍ଗାଲୁରୁ, ଆଇଆଇଟି ବମ୍ବେ ଏବଂ ଆଇଆଇଟି ଦିଲ୍ଲୀକୁ ଅଭିନନ୍ଦନ। ଭାରତର ଅଧିକ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ଯେପରି ବିଶ୍ୱସ୍ତରରେ ଉତ୍କର୍ଷତା ହାସଲ କରିବ ଏବଂ ଯୁବକମାନଙ୍କ ମଧ୍ୟରେ ଜ୍ଞାନ ଓ ମେଧାଶକ୍ତି ବୃଦ୍ଧି ପାଇବ ସେଥିପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି"।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe