Advertisment

ପାକିସ୍ତାନରୁ ଡିଗ୍ରୀ ହାସଲ କଲେ ଭାରତରେ ମିଳିବନି ଚାକିରି

ନୂଆଦିଲ୍ଲୀ: ପାକିସ୍ତାନରୁ ଉଚ୍ଚଶିକ୍ଷାରର ଡିଗ୍ରୀ ହାସଲ କରିଥିଲେ ଭାରତରେ ମିଳିବନି ଚାକିରିବ। ପାକିସ୍ତାନ ଶିକ୍ଷାନୁଷ୍ଠାନ ପ୍ରଦାନ କରୁଥିବା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଭାରତରେ ବୈଧ ନୁହେଁ। ଏହାକୁ ଦୃଷ୍ଟିରେ ରଖି ୟୁଜିସି ଓ ଏଆଇସିଟିଇ ପକ୍ଷରୁ ଶିକ୍ଷାର୍ଥୀଙ୍କୁ  ପାଇଁ ନୂଆ ପରାମର୍ଶ ଜାରି କରାଯାଇଛି। ଏଥିରେ ଶିକ୍ଷାର୍ଥୀମାନଙ୍କୁ ପାକିସ୍ତାନ ବିଶ୍ୱବିଦ୍ୟାଳୟରୁ କୌଣସି ଡିଗ୍ରୀ ହାସଲ ନ କରିବାକୁ କୁହାଯାଇଛି। ଯଦି କେହି ପାକିସ୍ତାନରୁ ଡିଗ୍ରୀ ହାସଲ କରିବେ, ତା’ହେଲେ ସେମାନେ ଭାରତରେ ଚାକିରିକ ପାଇଁ ଆବେଦନ କରିପାରିବେ […]

ପାକିସ୍ତାନରୁ ଡିଗ୍ରୀ ହାସଲ କଲେ ଭାରତରେ ମିଳିବନି ଚାକିରି

Pakistan

Advertisment

ନୂଆଦିଲ୍ଲୀ: ପାକିସ୍ତାନରୁ ଉଚ୍ଚଶିକ୍ଷାରର ଡିଗ୍ରୀ ହାସଲ କରିଥିଲେ ଭାରତରେ ମିଳିବନି ଚାକିରିବ। ପାକିସ୍ତାନ ଶିକ୍ଷାନୁଷ୍ଠାନ ପ୍ରଦାନ କରୁଥିବା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଭାରତରେ ବୈଧ ନୁହେଁ। ଏହାକୁ ଦୃଷ୍ଟିରେ ରଖି ୟୁଜିସି ଓ ଏଆଇସିଟିଇ ପକ୍ଷରୁ ଶିକ୍ଷାର୍ଥୀଙ୍କୁ  ପାଇଁ ନୂଆ ପରାମର୍ଶ ଜାରି କରାଯାଇଛି।

Advertisment

ଏଥିରେ ଶିକ୍ଷାର୍ଥୀମାନଙ୍କୁ ପାକିସ୍ତାନ ବିଶ୍ୱବିଦ୍ୟାଳୟରୁ କୌଣସି ଡିଗ୍ରୀ ହାସଲ ନ କରିବାକୁ କୁହାଯାଇଛି। ଯଦି କେହି ପାକିସ୍ତାନରୁ ଡିଗ୍ରୀ ହାସଲ କରିବେ, ତା’ହେଲେ ସେମାନେ ଭାରତରେ ଚାକିରିକ ପାଇଁ ଆବେଦନ କରିପାରିବେ ନାହିଁ।

ସମସ୍ତ ଶିକ୍ଷାର୍ଥୀମାନଙ୍କୁ ୟୁଜିସି ଓ ଏଆଇସିଟିଇ ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ପାକିସ୍ତାନ ଯିବାକୁ ବାରଣ କରାଯାଇଛି। ସେହିପରି ବିଦେଶରେ ରହୁଥିବା କୌଣସି ଭାରତୀୟ ନାଗରିକ ମଧ୍ୟ ଆଦୌ ପାକିସ୍ତାନରେ ଥିବା ଡିଗ୍ରୀ କଲେଜ/ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ସେମାନେ ଏପରି କରନ୍ତି, ତା’ହେଲେ ଭାରତରେ ସେମାନଙ୍କୁ ପାକିସ୍ତାନ ଡିଗ୍ରୀ ବଦଳରେ କୌଣସି ଚାକିରି ମିଳିବ ନାହିଁ।

Advertisment

ତେବେ ଶରଣାର୍ଥୀ ଓ ସେମାନଙ୍କ ପିଲାମାନଙ୍କ କ୍ଷେତ୍ରରେ ନିୟମ କୋହଳ କରାଯିବ। ପାକିସ୍ତାନରେ ଉଚ୍ଚ ଶିକ୍ଷା ଲାଭ କରି ଭାରତରେ ନାଗରିକତ୍ୱ ହାସଲ କରିଥିବା ଶରଣାର୍ଥୀଙ୍କୁ ଦେଶରେ ଚାକିରି ମିଳିପାରିବ। କିନ୍ତୁ ଏହା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ। ସୁରକ୍ଷା କ୍ଲିୟରାନ୍ସ ପରେ ହିଁ ଭାରତୀୟ ନାଗରିକ ହୋଇଥିବା ଶରଣାର୍ଥୀଙ୍କୁ ଦେଶରେ ଚାକିରି ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe