Advertisment

ଏକାସଙ୍ଗେ ୨ଟି ଡିଗ୍ରୀ କୋର୍ସ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଡିଗ୍ରୀ ପାଠ୍ୟକ୍ରମକୁ ନେଇ ଗୋଟିଏ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଶିକ୍ଷାର୍ଥୀଙ୍କୁ ଗୋଟିଏ ସମୟରେ ୨ଟି ପୂର୍ଣ୍ଣକାଳୀନ ଡିଗ୍ରୀ କୋର୍ସ କରିବାର ଅନୁମତି ମିଳିବ। ଏ ସମ୍ପର୍କରେ ୟୁଜିସି ଯୋଜନା କରିଥିବା ଅଧ୍ୟକ୍ଷ ଜଗଦୀଶ କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଶିକ୍ଷାର୍ଥୀମାନେ ଗୋଟିଏ ବିଶ୍ୱବିଦ୍ୟାଳୟରେ କିମ୍ବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗୋଟିଏ ସମୟରେ ୨ଟି ପୂର୍ଣ୍ଣକାଳୀନ ଡିଗ୍ରୀ କୋର୍ସ କରିବାକୁ ଅନୁମତି ପାଇବେ। ଏ ସମ୍ପର୍କରେ ୟୁଜିସି ପକ୍ଷରୁ ଖୁବଶୀଘ୍ର […]

ଏକାସଙ୍ଗେ ୨ଟି ଡିଗ୍ରୀ କୋର୍ସ କରିପାରିବେ ଛାତ୍ରଛାତ୍ରୀ

UGC

Advertisment

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଡିଗ୍ରୀ ପାଠ୍ୟକ୍ରମକୁ ନେଇ ଗୋଟିଏ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଶିକ୍ଷାର୍ଥୀଙ୍କୁ ଗୋଟିଏ ସମୟରେ ୨ଟି ପୂର୍ଣ୍ଣକାଳୀନ ଡିଗ୍ରୀ କୋର୍ସ କରିବାର ଅନୁମତି ମିଳିବ। ଏ ସମ୍ପର୍କରେ ୟୁଜିସି ଯୋଜନା କରିଥିବା ଅଧ୍ୟକ୍ଷ ଜଗଦୀଶ କୁମାର ସୂଚନା ଦେଇଛନ୍ତି।

Advertisment

ତାଙ୍କ କହିବା ଅନୁଯାୟୀ, ଶିକ୍ଷାର୍ଥୀମାନେ ଗୋଟିଏ ବିଶ୍ୱବିଦ୍ୟାଳୟରେ କିମ୍ବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗୋଟିଏ ସମୟରେ ୨ଟି ପୂର୍ଣ୍ଣକାଳୀନ ଡିଗ୍ରୀ କୋର୍ସ କରିବାକୁ ଅନୁମତି ପାଇବେ। ଏ ସମ୍ପର୍କରେ ୟୁଜିସି ପକ୍ଷରୁ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ।

ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ବେଳେ ସେ କହିଛନ୍ତି, “ନୂଆ ଜାତୀୟ ଶିକ୍ଷା ନୀତିରେ ଯେଉଁ ସବୁ କଥା ଘୋଷଣା କରାଯାଇଛି ଓ ଶିକ୍ଷାର୍ଥୀମାନଙ୍କୁ ଏକାଧିକ ଦକ୍ଷତା ହାସଲ କରିବାକୁ ଅନୁମତି ଦେବା ପାଇଁ ୟୁଜିସି ନୂତନ ନିର୍ଦ୍ଦେଶାବଳୀ ଜାରି କରିବ।

Advertisment

ଏହାଦ୍ୱାରା ପିଲାମାନେ ଗୋଟିଏ ସମୟରେ ଦୁଇଟି ଡିଗ୍ରୀ କୋର୍ସ କରିବାକୁ ସୁଯୋଗ ପାଇବେ। ଏପରି ନିଷ୍ପତ୍ତି ପରେ ପିଲାମାନେ ସଂପୂର୍ଣ୍ଣ ଫିଜିକାଲ ମୋଡ କିମ୍ବା ଫିଜିକାଲ ଓ ଅନଲାଇନ ମୋଡ୍‌ କିମ୍ବା ସଂପୂର୍ଣ୍ଣ ଅନଲାଇନ ମୋଡରେ ଉଭୟ କୋର୍ସ କରିପାରିବେ। ଦୁଇଟି ୟୁଜି/ପିଜି ଡିଗ୍ରୀ ଓ ଡିପ୍ଲୋମା କୋର୍ସ କରିବାକୁ ପିଲାମାନଙ୍କୁ ସୁଯୋଗ ମିଳିବ।

ଭାରତର ବଡ଼ବଡ଼ ବଡ଼ବଡ଼ ବିଶ୍ୱ ବିଦ୍ୟାଳୟଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଅନଲାଇନରେ କେଉଁ ସବୁ ଡିଗ୍ରୀ କୋର୍ସ ରହିବ, ତା’ର ନିଷ୍ପତ୍ତି ନେବେ। ଏ ସମ୍ପର୍କିତ ନୂଆ ଗାଇଡଲାଇନ ଦୁଇ ସପ୍ତାହ ମଧ୍ୟରେ ଜାରି କରାଯିବ ବୋଲି ଜଗଦୀଶ କୁମାର କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏକାସଙ୍ଗେ ୨ଟି ଡିଗ୍ରୀ କୋର୍ସ ନିୟମ ୨୦୨୨-୨୩ ଶିକ୍ଷାବର୍ଷରୁ ହିଁ ଲାଗୁ କରିବାକୁ ୟୁଜିସି ଯୋଜନା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe