Advertisment

ଅକ୍ଟୋବର ୧ ସୁଦ୍ଧା ଆରମ୍ଭ ହେବ ପାଠପଢ଼ା: ୟୁଜିସି ଜାରି କଲା ଗାଇଡଲାଇନ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ୟୁଜିସି ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କରୋନା ସମୟରେ କେମିତି ପାଠପଢ଼ା ଆରମ୍ଭ କରିବେ, ସେ ବିଷୟରେ ଏହି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ଆସନ୍ତା ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରିବା ସହ ୟୁଜିସି ଅପଡେଟ ଏକାଡେମିକ କ୍ୟାଲେଣ୍ଡର ମଧ୍ୟ ପ୍ରକାଶ କରିଛି। ସେହିପରି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମ ଲେଖା ଓ ପରୀକ୍ଷା ତାରିଖ ମଧ୍ୟ ଘୋଷଣା […]

ଅକ୍ଟୋବର ୧ ସୁଦ୍ଧା ଆରମ୍ଭ ହେବ ପାଠପଢ଼ା: ୟୁଜିସି ଜାରି କଲା ଗାଇଡଲାଇନ

UGC

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ୟୁଜିସି ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କରୋନା ସମୟରେ କେମିତି ପାଠପଢ଼ା ଆରମ୍ଭ କରିବେ, ସେ ବିଷୟରେ ଏହି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

Advertisment

ଆସନ୍ତା ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରିବା ସହ ୟୁଜିସି ଅପଡେଟ ଏକାଡେମିକ କ୍ୟାଲେଣ୍ଡର ମଧ୍ୟ ପ୍ରକାଶ କରିଛି। ସେହିପରି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମ ଲେଖା ଓ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି।

ଗାଇଡଲାଇନରେ ୟୁଜିସି କହିଛି ଯେ ଅଣ୍ଡର ଗ୍ରାଜ୍ୟୁଏଟ ପାଠ୍ୟକ୍ରମର ନାମ ଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସରିବ। ପାଠପଢ଼ା ଅକ୍ଟୋବାର ୧ ସୁଦ୍ଧା ଆରମ୍ଭ କରାଯିବ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଯଥାଶୀଘ୍ର ବ୍ୟବସ୍ଥା କରନ୍ତୁ।

Advertisment

ସ୍ଥାନୀୟ ଅଞ୍ଚଳର ସଂକ୍ରମଣ ସ୍ଥିତିକୁ ଦେଖି କ୍ଲାସ ଅନଲାଇନ କିମ୍ବା ଅଫଲାଇନରେ ଆରମ୍ଭ କରାଯାଇ ପାରିବ। ଜୁଲାଇ ୩୧ ପୂର୍ବରୁ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଶେଷବର୍ଷ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ସାରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି।

ଏହାବାଦ୍‌ ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଥିବା ବେଳେ ଅକ୍ଟୋବର ୩୧ ସୁଦ୍ଧା ବଳକା ସିଟ୍‌ ପାଇଁ ଆଡମିଶନ ସାରିବାକୁ କୁହାଯାଇଛି।


ମହାମାରୀ କରୋନା ସଂକ୍ରମଣ ପାଇଁ ଦେଶର ଏକାଧିକ ବିଶ୍ୱବିଦ୍ୟାଳୟ ଓ କଲେଜ ୨୦୨୦-୨୧ ବର୍ଷ ଶେଷ ପରୀକ୍ଷା ଏଯାଏ କରିନାହାନ୍ତି। ତେବେ ୟୁଜିସି ଶେଷବର୍ଷ ପରୀକ୍ଷାକୁ ଯେମିତି ହେଲେ ଆୟୋଜନ କରିବାକୁ କହିଛି। ଏହି ପରୀକ୍ଷା ଉଭୟ ଅଫଲାଇନ କିମ୍ବା ଅନଲାଇନରେ କରାଯାଇ ପାରିବ। ପରୀକ୍ଷା ବେଳେ ସମସ୍ତେ ଗାଇଡଲାଇନ ପାଳନ କରିବାକୁ ବାଧ୍ୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe