Advertisment

ଘୁଞ୍ଚିଲା ଚଳିତ ବର୍ଷ ୟୁପିଏସସି ପ୍ରିଲିମ୍ ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିଲା ଚଳିତ ବର୍ଷ ହେବାକୁ ଥିବା ୟୁପିଏସସି ପରୀକ୍ଷା। ଜୁନ୍ ୨୭ରେ ଚଳିତ ବର୍ଷର ପ୍ରିଲିମ ପରୀକ୍ଷା ହେବାର ଥିଲା। ହେଲେ କରୋନା ମହାମାରୀର ପ୍ରକୋପ ପାଇଁ ଏହି ଅବଧିକୁ ଘୁଞ୍ଚାଇଛି ୟୁପିଏସସି। ନୂଆ ତାରିଖ ଅକ୍ଚୋବର ୧୦ ତାରିଖ ସ୍ଥିର କରାଯାଇଛି। ଗତବର୍ଷ ମଧ୍ୟ କରୋନା ପାଇଁ ପ୍ରିଲିମ ପରୀକ୍ଷା ଘୁଞ୍ଚିଥିଲା। ଆଉ ଅକ୍ଚୋବର ପ୍ରଥମ ସପ୍ତାହରେ ଏହି ପରୀକ୍ଷା ହୋଇଥିଲା। ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ଆୟୋଜିତ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଘୁଞ୍ଚିଲା ୟୁପିଏସସି ୨୦୨୦ ପ୍ରିଲିମସ ପରୀକ୍ଷା

upsc

ନୂଆଦିଲ୍ଲୀ: ଘୁଞ୍ଚିଲା ଚଳିତ ବର୍ଷ ହେବାକୁ ଥିବା ୟୁପିଏସସି ପରୀକ୍ଷା। ଜୁନ୍ ୨୭ରେ ଚଳିତ ବର୍ଷର ପ୍ରିଲିମ ପରୀକ୍ଷା ହେବାର ଥିଲା। ହେଲେ କରୋନା ମହାମାରୀର ପ୍ରକୋପ ପାଇଁ ଏହି ଅବଧିକୁ ଘୁଞ୍ଚାଇଛି ୟୁପିଏସସି। ନୂଆ ତାରିଖ ଅକ୍ଚୋବର ୧୦ ତାରିଖ ସ୍ଥିର କରାଯାଇଛି। ଗତବର୍ଷ ମଧ୍ୟ କରୋନା ପାଇଁ ପ୍ରିଲିମ ପରୀକ୍ଷା ଘୁଞ୍ଚିଥିଲା। ଆଉ ଅକ୍ଚୋବର ପ୍ରଥମ ସପ୍ତାହରେ ଏହି ପରୀକ୍ଷା ହୋଇଥିଲା।

Advertisment

ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ଆୟୋଜିତ ହେବାକୁ ଥିବା ସିବିଏସଇ, ମାଟ୍ରିକ, ଅନ୍ୟାନ୍ୟ କମ୍ପିଟେଟିଭ ପରୀକ୍ଷାକୁ ମଧ୍ୟ ସରକାର ଘୁଞ୍ଚାଇଛନ୍ତି। ତେଣୁ ୟୁପିଏସସି ପରୀକ୍ଷା ତାରିଖ ମଧ୍ୟ ଘୁଞ୍ଚାଇବାକୁ ବିଦ୍ୟାର୍ଥୀ ଦାବି କରୁଥିଲେ। ଆଉ ୟୁପିଏସସି କରୋନା ସଂକ୍ରମଣର ଭୟାବହତାକୁ ବିଚାରକୁ ନେଇ ପରୀକ୍ଷା ତାରିଖ ଘୁଞ୍ଚାଇଛି।

https://twitter.com/PTI_News/status/1392767506796843010?s=20