Advertisment

ବିଦ୍ୟୁତ୍‌ ବିଭାଗରେ ୩୫୩ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ ନିଗମ ଲିମିଟେଡ୍(UPRVNL) ପକ୍ଷରୁ ଖାଲି ପଡ଼ିଥିବା ୩୫୩ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୭ ମାର୍ଚ୍ଚରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୮ ଏପ୍ରିଲ ରହିଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ମୋଟ ପଦବୀ ଓ ଏହାର ନାମ ମୋଟ ୩୫୩ଟି ପଦବୀ ରହିଛି। ଏଥିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଆକାଉଣ୍ଟ ଅଫିସର, ଆସିଷ୍ଟାଣ୍ଟ ରିଭ୍ୟୁ ଅଫିସର, ଫାର୍ମାସିଷ୍ଟ, ଟେକ୍ନିସିଆନ୍‌ […]

ବିଦ୍ୟୁତ୍‌ ବିଭାଗରେ ୩୫୩ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

jobbb

Advertisment

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ ନିଗମ ଲିମିଟେଡ୍(UPRVNL) ପକ୍ଷରୁ ଖାଲି ପଡ଼ିଥିବା ୩୫୩ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୭ ମାର୍ଚ୍ଚରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୮ ଏପ୍ରିଲ ରହିଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ।

Advertisment

ମୋଟ ପଦବୀ ଓ ଏହାର ନାମ

ମୋଟ ୩୫୩ଟି ପଦବୀ ରହିଛି। ଏଥିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଆକାଉଣ୍ଟ ଅଫିସର, ଆସିଷ୍ଟାଣ୍ଟ ରିଭ୍ୟୁ ଅଫିସର, ଫାର୍ମାସିଷ୍ଟ, ଟେକ୍ନିସିଆନ୍‌ ଓ ଷ୍ଟାଫ୍‌ ନର୍ସ ପରି ପଦବୀ ରହିଛି।

ଯୋଗ୍ୟତା

  • ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦ ପାଇଁ ଆବେଦନ କରିବାକୁ ହେଲେ ଇଞ୍ଜିନିୟରିଂ ଯୋଗ୍ୟତା ଆବଶ୍ୟକ। ଏଥି ସହିତ ଆବେଦନକାରୀ କ୍ୟାରିଅର୍‌ରେ ୬୫ ପ୍ରତିଶତ ମାର୍କ ରଖିଥିବେ।
  • ଆକାଉଣ୍ଟ ଅଫିସର ପଦ ପାଇଁ ଏମ୍‌ବିଏ ଡିଗ୍ରୀ ଆବଶ୍ୟକ।
  • ଟେକ୍ନିକାଲ୍‌ ଗ୍ରେଡ୍‌ ପଦ ପାଇଁ ଆବେଦନକାରୀ ଦଶମ ପାସ୍‌ କରିଥିବା ସହିତ ଆଇଟିଆଇ କରିଥିବା ଆବଶ୍ୟକ।
  • ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା ରହିଛି।
Advertisment

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୨୧ ବର୍ଷ

ଅଧିକ ସୂଚନା ପାଇବା ପାଇଁ ଆବେଦନକାରୀ UPRVNLର ଅଫିସିଆଲ୍‌ ୱେବସାଇଟ୍‌ www.uprvunl.org କୁ ଭିଜିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe