ବିଦ୍ୟୁତ୍‌ ବିଭାଗରେ ୩୫୩ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ ନିଗମ ଲିମିଟେଡ୍(UPRVNL) ପକ୍ଷରୁ ଖାଲି ପଡ଼ିଥିବା ୩୫୩ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୭ ମାର୍ଚ୍ଚରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୮ ଏପ୍ରିଲ ରହିଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ମୋଟ ପଦବୀ ଓ ଏହାର ନାମ ମୋଟ ୩୫୩ଟି ପଦବୀ ରହିଛି। ଏଥିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଆକାଉଣ୍ଟ ଅଫିସର, ଆସିଷ୍ଟାଣ୍ଟ ରିଭ୍ୟୁ ଅଫିସର, ଫାର୍ମାସିଷ୍ଟ, ଟେକ୍ନିସିଆନ୍‌ […]

jobbb

Puspanjali Panda
  • Published: Thursday, 12 March 2020
  • , Updated: 12 March 2020, 02:53 PM IST

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ ନିଗମ ଲିମିଟେଡ୍(UPRVNL) ପକ୍ଷରୁ ଖାଲି ପଡ଼ିଥିବା ୩୫୩ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୭ ମାର୍ଚ୍ଚରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୮ ଏପ୍ରିଲ ରହିଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ।

ମୋଟ ପଦବୀ ଓ ଏହାର ନାମ

ମୋଟ ୩୫୩ଟି ପଦବୀ ରହିଛି। ଏଥିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଆକାଉଣ୍ଟ ଅଫିସର, ଆସିଷ୍ଟାଣ୍ଟ ରିଭ୍ୟୁ ଅଫିସର, ଫାର୍ମାସିଷ୍ଟ, ଟେକ୍ନିସିଆନ୍‌ ଓ ଷ୍ଟାଫ୍‌ ନର୍ସ ପରି ପଦବୀ ରହିଛି।

ଯୋଗ୍ୟତା

  • ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦ ପାଇଁ ଆବେଦନ କରିବାକୁ ହେଲେ ଇଞ୍ଜିନିୟରିଂ ଯୋଗ୍ୟତା ଆବଶ୍ୟକ। ଏଥି ସହିତ ଆବେଦନକାରୀ କ୍ୟାରିଅର୍‌ରେ ୬୫ ପ୍ରତିଶତ ମାର୍କ ରଖିଥିବେ।
  • ଆକାଉଣ୍ଟ ଅଫିସର ପଦ ପାଇଁ ଏମ୍‌ବିଏ ଡିଗ୍ରୀ ଆବଶ୍ୟକ।
  • ଟେକ୍ନିକାଲ୍‌ ଗ୍ରେଡ୍‌ ପଦ ପାଇଁ ଆବେଦନକାରୀ ଦଶମ ପାସ୍‌ କରିଥିବା ସହିତ ଆଇଟିଆଇ କରିଥିବା ଆବଶ୍ୟକ।
  • ଷ୍ଟାଫ୍ ନର୍ସ ଓ ଫାର୍ମାସିଷ୍ଟ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା ରହିଛି।

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୨୧ ବର୍ଷ

ଅଧିକ ସୂଚନା ପାଇବା ପାଇଁ ଆବେଦନକାରୀ UPRVNLର ଅଫିସିଆଲ୍‌ ୱେବସାଇଟ୍‌ www.uprvunl.org କୁ ଭିଜିଟ୍‌ କରନ୍ତୁ।

Related story