Advertisment

ୟୁପିଏସ୍‌ସି ପରୀକ୍ଷା ପାଇଁ ପେବୃଆରୀ ୧୨ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର୍ଥୀ ପାଇଁ ଆସନ୍ତା ଫେବୃଆରୀ ୧୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ବିଜ୍ଞପ୍ତିରେ ପରୀକ୍ଷା ସହିଜ ଜଡ଼ିତ ଥିବା ସମସ୍ତ ସୂଚନା ପରୀକ୍ଷାର୍ଥୀ ପାଇପାରିବେ। ତିନୋଟି ପ୍ରକ୍ରିୟାରେ ୟୁପିଏସ୍‌ସି ପରୀକ୍ଷା କରାଯାଇଥାଏ। ପ୍ରଥମେ ପ୍ରିଲିମ ଓ ଦ୍ୱିତୀୟରେ ମେନ ଏବଂ ପୂର୍ବ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପରୀକ୍ଷାର୍ଥୀଙ୍କର ତୃତୀୟ ପ୍ରକ୍ରିୟାରେ ଇଣ୍ଟରଭ୍ୟୁ କରାଯାଇଥାଏ। ବିଜ୍ଞପ୍ତିର ପ୍ରକାଶର ତାରିଖ ୨୦୨୦ ଫେବୃଆରୀ ୧୨ ରେଜିଷ୍ଟ୍ରେସନ୍‌ ୧୨ ଫେବୃଆରୀରୁ ଆରମ୍ଭ […]

author-image
Puspanjali Panda
ୟୁପିଏସ୍‌ସି ପରୀକ୍ଷା ପାଇଁ ପେବୃଆରୀ ୧୨ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି

upsc2

ନୂଆଦିଲ୍ଲୀ: ୟୁପିଏସ୍‌ସି ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର୍ଥୀ ପାଇଁ ଆସନ୍ତା ଫେବୃଆରୀ ୧୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ବିଜ୍ଞପ୍ତିରେ ପରୀକ୍ଷା ସହିଜ ଜଡ଼ିତ ଥିବା ସମସ୍ତ ସୂଚନା ପରୀକ୍ଷାର୍ଥୀ ପାଇପାରିବେ। ତିନୋଟି ପ୍ରକ୍ରିୟାରେ ୟୁପିଏସ୍‌ସି ପରୀକ୍ଷା କରାଯାଇଥାଏ। ପ୍ରଥମେ ପ୍ରିଲିମ ଓ ଦ୍ୱିତୀୟରେ ମେନ ଏବଂ ପୂର୍ବ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପରୀକ୍ଷାର୍ଥୀଙ୍କର ତୃତୀୟ ପ୍ରକ୍ରିୟାରେ ଇଣ୍ଟରଭ୍ୟୁ କରାଯାଇଥାଏ।

Advertisment

ବିଜ୍ଞପ୍ତିର ପ୍ରକାଶର ତାରିଖ
୨୦୨୦ ଫେବୃଆରୀ ୧୨

ରେଜିଷ୍ଟ୍ରେସନ୍‌ ୧୨ ଫେବୃଆରୀରୁ ଆରମ୍ଭ ହେବ।

ରେଜିଷ୍ଟ୍ରେସନ୍‌ର ଶେଷ ତାରିଖ ୩ ମାର୍ଚ୍ଚ ରଖାଯାଇଛି।

ପ୍ରିଲିମ ପରୀକ୍ଷାର ତାରିଖ ୩୧ ମେ, ୨୦୨୦

ସୂଚନାଯୋଗ୍ୟ, ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଭାରତୀୟ ପ୍ରଶାସନିକ ସେବା (ଆଇଏସ୍‌), ଭାରତୀୟ ପୁଲିସ ସେବା (ଆଇପିଏସ୍‌), ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌), ଭାରତୀୟ ରାଜସ୍ୱ ସେବା (ଆଇଆର୍‌ଏସ୍‌) ବିଭାଗରେ ଅଫିସରମାନଙ୍କୁ ଚୟନ କରାଯାଇଥାଏ। ପ୍ରତିବର୍ଷ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ପାଖାପାଖି ୧୦ ଲକ୍ଷ ପିଲା ଆବେଦନ କରିଥା’ନ୍ତି।