Advertisment

UPSC ପ୍ରିଲିମ୍ସ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ (UPSC) ସିଭିଲ୍ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିଛି। UPSC ତା’ର ଅଫିସିଆଲ୍ ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରିଛି। ଅକ୍ଟୋବର ୧୦, ୨୦୨୧ରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଯେଉଁ ପ୍ରାର୍ଥୀମାନେ ରେଜିଷ୍ଟ୍ରେସନ୍ କରିଛନ୍ତି, ସେମାନେ ନିଜର ଇ-ଆଡମିଟ୍ କାର୍ଡ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.in କିମ୍ବା upsconline.nic.inକୁ ଯାଇ ଡାଉନଲୋଡ୍ କରିପାରିବେ। ବିନା ଆଡମିଟ୍ କାର୍ଡରେ ପ୍ରାର୍ଥୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
UPSC ପ୍ରିଲିମ୍ସ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ

UPSC

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ (UPSC) ସିଭିଲ୍ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରିଛି। UPSC ତା’ର ଅଫିସିଆଲ୍ ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରିଛି। ଅକ୍ଟୋବର ୧୦, ୨୦୨୧ରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଯେଉଁ ପ୍ରାର୍ଥୀମାନେ ରେଜିଷ୍ଟ୍ରେସନ୍ କରିଛନ୍ତି, ସେମାନେ ନିଜର ଇ-ଆଡମିଟ୍ କାର୍ଡ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.in କିମ୍ବା upsconline.nic.inକୁ ଯାଇ ଡାଉନଲୋଡ୍ କରିପାରିବେ। ବିନା ଆଡମିଟ୍ କାର୍ଡରେ ପ୍ରାର୍ଥୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ।

Advertisment

ଏହା ପୂର୍ବରୁ UPSC ପରୀକ୍ଷା ଜୁନ୍ ୨୭ ତାରିଖରେ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। ତେବେ ଭାରତରେ କୋଭିଡ୍-୧୯ ସଂକ୍ରମଣ କାରଣରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ଯାହା ପରେ ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି। କୋଭିଡ୍-୧୦ ପ୍ରୋଟୋକଲ ଅନୁସାରେ ପୂରା ଦେଶରେ ପେନ୍ ଓ ପେପରରେ ପରୀକ୍ଷା ଆୟୋଜିତ କରାଯିବ।

ଇ-ଆଡମିଟ୍ କାର୍ଡ ଲିଙ୍କ ପରୀକ୍ଷାର ତାରିଖ ଯାଏ ଉପଲବ୍ଧ ରହିବ। ଆଡମିଟ୍ କାର୍ଡ ସମ୍ବନ୍ଧିତ କୌଣସି ସମସ୍ୟା ଥିଲେ, ଆଶାୟୀ ପ୍ରାର୍ଥୀ ମାନେ ହେଲ୍ପ ଡେକ୍ସର ସହାୟତା ନେଇପାରିବେ। ଅନ୍ୟ ସବୁ ସୁବିଧା ଅଫିସିଆଲ୍ ୱେବସାଇଟରେ ଜାରି କରାଯିବ।

Advertisment

କେମିତି କରିବେ UPSC CSE ପ୍ରିଲିମ୍ସ ଆଡମିଟ୍ କାର୍ଡ ୨୦୨୧
୧: ପ୍ରଥମେ ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯିବେ।
୨: ହୋମ୍ ପେଜରେ ଦେଖାଯାଉଥିବା ଲାଟେଷ୍ଟ ଆନାଉନ୍ସମେଣ୍ଟ ସେକ୍ସନକୁ କ୍ଲିକ୍ କରିବେ।
୩: ଏହା ପରେ ରୋଲ୍ ନମ୍ବର ବା ରେଜିଷ୍ଟ୍ରେସନ୍ ନମ୍ବରର ବିକଳ୍ପ ଚୟନ କରିବେ।
୪: ନିଜର ଡିଟେଲ୍ସ ଦେଇ ଲଗ୍ ଇନ୍ କରନ୍ତୁ।
୫: ଆଡମିଟ୍ କାର୍ଡ ସ୍କ୍ରିନରେ ଉପଲବ୍ଧ ହେବ, ଏହାକୁ ଡାଉନ୍ ଲୋଡ୍ କରନ୍ତୁ।