Advertisment

ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକ ଓ ଅନ୍ୟାନ୍ୟ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୭୮ଟି ପଦବୀ ପୂରଣ ନିମନ୍ତେ ଦରଖାସ୍ତ ଆହ୍ୱାନ କରିଛି। ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକ, ବୈଜ୍ଞାନିକ ଓ ଅନ୍ୟାନ୍ୟ ପଦବୀ ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୨୭ ରହିଛି। ଏହି ସବୁ ପଦବୀ ପାଇଁ ଆବେଦନ କରିବାକୁ ପ୍ରଥମେ ୟୁପିଏସ୍‌ସିର ଅଫିସିଆଲ ୱେବ୍‌ସାଇଟ୍‌- upsconline.nic.in କୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକ ଓ ଅନ୍ୟାନ୍ୟ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ

Job Vacancy

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୭୮ଟି ପଦବୀ ପୂରଣ ନିମନ୍ତେ ଦରଖାସ୍ତ ଆହ୍ୱାନ କରିଛି। ଆସିଷ୍ଟାଣ୍ଟ ପ୍ରଫେସର, ଅଧ୍ୟାପକ, ବୈଜ୍ଞାନିକ ଓ ଅନ୍ୟାନ୍ୟ ପଦବୀ ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୨୭ ରହିଛି।

Advertisment

ଏହି ସବୁ ପଦବୀ ପାଇଁ ଆବେଦନ କରିବାକୁ ପ୍ରଥମେ ୟୁପିଏସ୍‌ସିର ଅଫିସିଆଲ ୱେବ୍‌ସାଇଟ୍‌- upsconline.nic.in କୁ ଯାଆନ୍ତୁ। ସେଠାରେ ହୋମ୍‌ପେଜ୍‌ରେ Online Recruitment Application (ORA) for Various Recruitment Posts’ରେ କ୍ଲିକ୍ କରନ୍ତୁ। ଯେଉଁ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେଥିରେ Apply now ରେ କ୍ଲିକ୍ କରନ୍ତୁ। ଏହା ପରେ ଏକ ଲଗ୍‌ ଇନ୍ ପେଜ୍‌ ସ୍କ୍ରିନ୍‌ରେ ଆସିବ। ଏଥିରେ ଆବଶ୍ୟକ ଡକ୍ୟୁମେଣ୍ଡ ଅପ୍‌ଲୋଡ୍ କରନ୍ତୁ। ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢ଼ି ରଖନ୍ତୁ।

ଦରଖାସ୍ତ ଆବେଦନ ଫି’ ୨୫ ଟଙ୍କା ରଖାଯାଇଛି। ଏସ୍‌ସି, ଏସ୍‌ଟି, ମହିଳା ଓ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କୁ କୌଣସି ଫି‘ ଦେବାକୁ ପଡ଼ିବ ନାହିଁ।

Advertisment