Advertisment

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଦୁଇ ଦିନ ଧରି ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଟ୍ରେଡ୍ ୟୁନିୟନ। ଆଉ ଏହାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନୁମୋଦନ କ୍ରମେ ପରୀକ୍ଷା ନିୟନ୍ତ୍ରକ ପରୀକ୍ଷା ଘୁଞ୍ଚାଯାଇଥିବା ନେଇ ଘୋଷଣା କରିଛନ୍ତି। ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ସେହିପରି […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ଘୁଞ୍ଚିଲା

utkal

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଦୁଇ ଦିନ ଧରି ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଟ୍ରେଡ୍ ୟୁନିୟନ। ଆଉ ଏହାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି।

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନୁମୋଦନ କ୍ରମେ ପରୀକ୍ଷା ନିୟନ୍ତ୍ରକ ପରୀକ୍ଷା ଘୁଞ୍ଚାଯାଇଥିବା ନେଇ ଘୋଷଣା କରିଛନ୍ତି। ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

ସେହିପରି ଭାରତ ବନ୍ଦ ଡାକରା ଯୋଗୁଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ଘୁଞ୍ଚିଛି। ୨୮ ଓ ୨୯ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ନେଇ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।  ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

Advertisment

କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଅହେତୁକ ଦରବୃଦ୍ଧି ଓ ଇପିଏଫଧାରୀଙ୍କ ଜମା ଉପରେ ସୁଧହାର ହ୍ରାସ ଆଦି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ବ୍ୟାଙ୍କ ୟୁନିୟନ ମଧ୍ୟ ସାମିଲ ହେବ। ଫଳରେ ବ୍ୟାଙ୍କ ସେବା ମଧ୍ୟ ପ୍ରଭାବିତ ହେବ।

ଅଲ୍ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ କହିଛନ୍ତି, ଆମେ ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରୁଛୁ। ବୀମା ଓ ଅନ୍ୟ କମ୍ପାନୀମାନେ ମଧ୍ୟ ଧର୍ମଘଟରେ ସାମିଲ ହେବେ।