ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟରେ ଚାକିରି ସୁଯୋଗ, ଖାଲି ପଡ଼ିଛି ୧୩୦ ପଦବୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟରେ ଖାଲି ପଡିଥିବା ୧୩୦ଟି ୟଙ୍ଗ ପ୍ରଫେସନାଲ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୟଙ୍ଗ ପ୍ରଫେସନାଲମାନଙ୍କର ନିଯୁକ୍ତି ଚୁକ୍ତି ଆଧାରରେ ହେବ। ମୋଟ ପଦବୀ-୧୩୦ ୟଙ୍ଗ ପ୍ରଫେସନାଲ ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀମାନେ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ। ଚାରି ବର୍ଷର ଅଭିଜ୍ଞତା ମଧ୍ୟ ଥିବା ଦରକାର। କିମ୍ବା ମାଷ୍ଟର ଡିଗ୍ରୀ (MBA / MA […]

labour-and-employment-ministry

Madhupriya Mistry
  • Published: Monday, 13 June 2022
  • , Updated: 13 June 2022, 03:07 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟରେ ଖାଲି ପଡିଥିବା ୧୩୦ଟି ୟଙ୍ଗ ପ୍ରଫେସନାଲ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୟଙ୍ଗ ପ୍ରଫେସନାଲମାନଙ୍କର ନିଯୁକ୍ତି ଚୁକ୍ତି ଆଧାରରେ ହେବ।

ମୋଟ ପଦବୀ-୧୩୦

ୟଙ୍ଗ ପ୍ରଫେସନାଲ

ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀମାନେ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ। ଚାରି ବର୍ଷର ଅଭିଜ୍ଞତା ମଧ୍ୟ ଥିବା ଦରକାର। କିମ୍ବା ମାଷ୍ଟର ଡିଗ୍ରୀ (MBA / MA ଅର୍ଥନୀତି / ସାଇକୋଲୋଜି / ସମାଜବିଜ୍ଞାନ / ଅପରେସନ୍ସ ରିସର୍ଚ୍ଚ / ଷ୍ଟାଟିଷ୍ଟିକ / ସୋଶାଲ ୱାର୍କ / ମ୍ୟାନେଜମେଣ୍ଟ /ଫାଇନାନ୍ସ / କମର୍ସ / କମ୍ପ୍ୟୁଟର ପ୍ରୟୋଗ ଇତ୍ୟାଦି) ଏବଂ ଦୁଇ ବର୍ଷର ଅଭିଜ୍ଞତା ଦରକାର। ଏଥିସହିତ ଦଶମ, ଦ୍ୱାଦଶ ଏବଂ ସ୍ନାତକୋତ୍ତରରେ ପ୍ରାର୍ଥୀ ଅତିକମରେ ୫୦% ମାର୍କ ରଖିଥିବା ଆବଶ୍ୟକ।

ବୟସ ସୀମା- ୨୪ରୁ ୪୦ ବର୍ଷ ଭିତରେ ଥିବା ଉଚିତ।

ମାସିକ ଦରମା- ୫୦,୦୦୦/-

ନିଯୁକ୍ତି ଅବଧି- ପ୍ରାରମ୍ଭରେ ନିଯୁକ୍ତି ଅବଧି ଦୁଇ ବର୍ଷ ପାଇଁ ହେବ ଏବଂ ଏହା ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

କିଭଳି କରିବେ ଆବେଦନ?

- ସର୍ବପ୍ରଥମେ NCS ୱେବସାଇଟ୍ www.ncs.gov.in  ରେ ନିଜର ଏକ ଆକାଉଣ୍ଟ ଖୋଲିବାକୁ ପଡିବ।

- ଏହାପରେ ଗୁଗୁଲ୍ ଫର୍ମ ଲିଙ୍କ୍ https://rb.gy/sgc51t କୁ ଯାଇ ସେଠାରେ ଦିଆଯାଇଥିବା ଫର୍ମ ପୂରଣ କରନ୍ତୁ। ଆବେଦନ କରିବା ଶେଷ ତାରିଖ ଜୁନ୍‌ ୨୨ ରହିଛି।

ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ

Read detailed notification

Related story