Advertisment

ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟରେ ଚାକିରି ସୁଯୋଗ, ଖାଲି ପଡ଼ିଛି ୧୩୦ ପଦବୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟରେ ଖାଲି ପଡିଥିବା ୧୩୦ଟି ୟଙ୍ଗ ପ୍ରଫେସନାଲ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୟଙ୍ଗ ପ୍ରଫେସନାଲମାନଙ୍କର ନିଯୁକ୍ତି ଚୁକ୍ତି ଆଧାରରେ ହେବ। ମୋଟ ପଦବୀ-୧୩୦ ୟଙ୍ଗ ପ୍ରଫେସନାଲ ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀମାନେ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ। ଚାରି ବର୍ଷର ଅଭିଜ୍ଞତା ମଧ୍ୟ ଥିବା ଦରକାର। କିମ୍ବା ମାଷ୍ଟର ଡିଗ୍ରୀ (MBA / MA […]

ଅଦ୍ୟତନ ହୋଇଛି
ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟରେ ଚାକିରି ସୁଯୋଗ, ଖାଲି ପଡ଼ିଛି ୧୩୦ ପଦବୀ

labour-and-employment-ministry

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟରେ ଖାଲି ପଡିଥିବା ୧୩୦ଟି ୟଙ୍ଗ ପ୍ରଫେସନାଲ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୟଙ୍ଗ ପ୍ରଫେସନାଲମାନଙ୍କର ନିଯୁକ୍ତି ଚୁକ୍ତି ଆଧାରରେ ହେବ।

Advertisment

ମୋଟ ପଦବୀ-୧୩୦

ୟଙ୍ଗ ପ୍ରଫେସନାଲ

ଶିକ୍ଷାଗତ ଯୋଗ୍ୟତା-ଇଚ୍ଛୁକ ପ୍ରାର୍ଥୀମାନେ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ। ଚାରି ବର୍ଷର ଅଭିଜ୍ଞତା ମଧ୍ୟ ଥିବା ଦରକାର। କିମ୍ବା ମାଷ୍ଟର ଡିଗ୍ରୀ (MBA / MA ଅର୍ଥନୀତି / ସାଇକୋଲୋଜି / ସମାଜବିଜ୍ଞାନ / ଅପରେସନ୍ସ ରିସର୍ଚ୍ଚ / ଷ୍ଟାଟିଷ୍ଟିକ / ସୋଶାଲ ୱାର୍କ / ମ୍ୟାନେଜମେଣ୍ଟ /ଫାଇନାନ୍ସ / କମର୍ସ / କମ୍ପ୍ୟୁଟର ପ୍ରୟୋଗ ଇତ୍ୟାଦି) ଏବଂ ଦୁଇ ବର୍ଷର ଅଭିଜ୍ଞତା ଦରକାର। ଏଥିସହିତ ଦଶମ, ଦ୍ୱାଦଶ ଏବଂ ସ୍ନାତକୋତ୍ତରରେ ପ୍ରାର୍ଥୀ ଅତିକମରେ ୫୦% ମାର୍କ ରଖିଥିବା ଆବଶ୍ୟକ।

ବୟସ ସୀମା- ୨୪ରୁ ୪୦ ବର୍ଷ ଭିତରେ ଥିବା ଉଚିତ।

ମାସିକ ଦରମା-୫୦,୦୦୦/-

ନିଯୁକ୍ତି ଅବଧି- ପ୍ରାରମ୍ଭରେ ନିଯୁକ୍ତି ଅବଧି ଦୁଇ ବର୍ଷ ପାଇଁ ହେବ ଏବଂ ଏହା ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

Advertisment

କିଭଳି କରିବେ ଆବେଦନ?

- ସର୍ବପ୍ରଥମେ NCS ୱେବସାଇଟ୍ www.ncs.gov.in  ରେ ନିଜର ଏକ ଆକାଉଣ୍ଟ ଖୋଲିବାକୁ ପଡିବ।

- ଏହାପରେ ଗୁଗୁଲ୍ ଫର୍ମ ଲିଙ୍କ୍ https://rb.gy/sgc51t କୁ ଯାଇ ସେଠାରେ ଦିଆଯାଇଥିବା ଫର୍ମ ପୂରଣ କରନ୍ତୁ। ଆବେଦନ କରିବା ଶେଷ ତାରିଖ ଜୁନ୍‌ ୨୨ ରହିଛି।

ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ

Read detailed notification

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe