Advertisment

ତ୍ରୁଟି ମାନିଲେ ପରୀକ୍ଷା ନିୟନ୍ତ୍ରକ; କହିଲେ- ଯୁକ୍ତ ୨ ଫିଜିକ୍ସ ପିଲା ପାଇବେ ଗ୍ରେସମାର୍କ

ଯୁକ୍ତ ଦୁଇ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Ashok Nayak

Ashok Nayak

Advertisment

ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଛି ବୋଲି ମାନିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE କର୍ତ୍ତୃପକ୍ଷ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି, ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଥିଲା। ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା।

Advertisment

ସେ କହିଛନ୍ତି, କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ମୋଟ ୧୯ ନମ୍ବର ଚଏସ ଡେଫିସିଟ୍ ରହିଛି। ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପଟ ନେଇଥିବେ ଗ୍ରେସ୍ ମାର୍କ ପାଇବେ। ଆଟେମ୍ପଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ। ଯେତିକି ଚଏସ ଡେଫିସିଟ ପ୍ରଶ୍ନ ଆଟେମ୍ପଟ ନେଇଥିବେ ତାହାର ପୂରା ମାର୍କ ପାଇବେ। ତେଣୁ ସବୁ ପିଲାଙ୍କୁ ସମାନ ଗ୍ରେସ୍ ମାର୍କ ମିଳିବ ନାହିଁ।

ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ ଆହୁରି କହିଛନ୍ତି, କେବଳ ଗୋଟିଏ ପ୍ରଶ୍ନ ରେଗୁଲାର ପିଲାଙ୍କ ସିଲାବସକୁ କଭର କରିନି। ସେହି ଏକ ମାର୍କ ପିଲା ନିଶ୍ଚିତ ପାଇବେ। କେଉଁଠି ତ୍ରୁଟି ରହିଲା, ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଖୁବ୍ ଶୀଘ୍ର ଏକ୍ସପର୍ଟ କମିଟି ବସିବ। ଏକ୍ସପର୍ଟ କମିଟି ବସି ନିଷ୍ପତ୍ତି ନେବ।

Advertisment

ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ଗୋଟିଏ କି ଦୁଇଟି ନୁହେଁ, ଫିଜିକ୍ସରେ ସିଲାବସ୍ ବାହାରୁ ୨୭ ମାର୍କର ପ୍ରଶ୍ନ ଆସିଥିବା ଅଭିଯୋଗ ଆଣିଥିଲେ।

Plus 2 Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe