Advertisment

ଆଡମିଶନ୍ ସରିଲା: ଖାଲିପଡ଼ିଛି ଲକ୍ଷେ ୧୧ ହଜାର ସିଟ୍‌

ଚଳିତବର୍ଷ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡରେ ଆଡମିଶନ ଶେଷ ହୋଇଥିବା ସତ୍ତ୍ୱେ ୧ ଲକ୍ଷ ୧୧ ହଜାର ସିଟ୍‌ ଫାଙ୍କା ପଡିଛି। ଯାହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ଚିନ୍ତାରେ ପଡ଼ିଯାଇଛି।

author-image
Manoranjan Sial
undefined

College

ଆଡମିଶନ୍ ସରିଲା। କିନ୍ତୁ ଖାଲି ପଡୁଛି କ୍ଲାସ୍‌। ଡିଗ୍ରୀ କଲେଜ ଗୁଡିକରେ ଏବେ ଏଭଳି ହାଲ୍‌। ଜେନେରାଲ ଷ୍ଟ୍ରିମ୍‌ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ପ୍ରଥମ ପର୍ଯ୍ୟାୟ ଆଡମିଶନ୍‌ ପରେ ମଧ୍ୟ ଯୁକ୍ତ ତିନିରେ ଖାଲି ପଡିଛି ଲକ୍ଷ ଲକ୍ଷ ସିଟ୍‌। ଚଳିତବର୍ଷ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡରେ ଆଡମିଶନ ଶେଷ ହୋଇଥିବା ସତ୍ତ୍ୱେ ୧ ଲକ୍ଷ ୧୧ ହଜାର ସିଟ୍‌ ଫାଙ୍କା ପଡିଛି। ଯାହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ଚିନ୍ତାରେ ପଡ଼ିଯାଇଛି।

Advertisment

ସେପଟେ ଯୁକ୍ତ ଦୁଇରେ ମଧ୍ୟ ସମାନ ସ୍ଥିତି। ହଜାର ହଜାର ସିଟ୍‌ ଖାଲି ପଡିବା ପରେ ଯୁକ୍ତ ଦୁଇରେ ଦ୍ୱିତୀୟ ପର୍ଯ୍ୟାୟ ଆଡ୍‌ମିଶନ କରାଯାଇଛି। ଆର୍ଥିକ ଅନଗ୍ରସର ଓ ମଧ୍ୟବିତ୍ତ ଶ୍ରେଣୀର ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ପିଲାଙ୍କ ଯୁକ୍ତି, ବୈଷୟିକ ଶିକ୍ଷାରେ ଆତ୍ମନିର୍ଭର ଓ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ଏହା ପ୍ରଥମ ପସନ୍ଦ ପାଲଟୁଛି।

ରାଜ୍ୟରେ ମୋଟ୍‌ ୧୦୪୦ ଡିଗ୍ରୀ କଲେଜରେ ୨ ଲକ୍ଷ ୭୦ ହଜାର ୧୬୩ ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ ଲକ୍ଷେ ୫୯ ହଜାର ୫୫ ସିଟରେ ପିଲା ଆଡମିଶନ୍‌ କରିଛନ୍ତି। ଏବେ ମଧ୍ୟ ଲକ୍ଷେ ୧୧ ହଜାର ୧୦୮ ସିଟ ଫାଙ୍କା ପଡ଼ିଛି। କଳାରେ ୪୮ ହଜାର ୪୫୪, ଫିଜିକାଲ୍ ସାଇନ୍ସ ରେ ୨୬ ହଜାର ୫ ଶହ, ବାୟୋଲୋଜିକାଲ ସାଇନ୍ସରେ ୧୨ ହଜାର ୩୪୨, ବାଣିଜ୍ୟରେ ୧୭ ହଜାର ୬୯ ସିଟ୍ ଖାଲି ପଡିଛି।

Advertisment

ଲକ୍ଷାଧିକ ସିଟ୍‌ ଖାଲି ପଡିବା ପରେ ଉଚ୍ଚ ଶିକ୍ଷା ବିଭାଗ ଏବେ ଚିନ୍ତା କରୁଛି ଯୁକ୍ତ ଦୁଇ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ଆଡମିଶନ୍ କରିବା ପାଇଁ। ଏଥିପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯାଇ ଆଡମିଶନ୍ ଟାଇମ୍ ଲାଇନ୍ ଦିଆଯିବ। ତେବେ ଏଠି ପ୍ରଶ୍ନ ଉଠୁଛି, କାହିଁକି ଉଚ୍ଚ ଶିକ୍ଷାର ମାନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଭଳି ହେଉନାହିଁ? ଆଡମିଶନ୍ ପ୍ରକ୍ରିୟାରେ ଜଟିଳତା ପାଇଁ ଆଡମିଶନ ହାର କମୁଛି କି ? ନା ଯୁକ୍ତ ଦୁଇ ପରେ ଡ୍ରପ୍‌ ଆଉଟ ହେଉଛନ୍ତି ଛାତ୍ରଛାତ୍ରୀ? ସରକାର ଜେନେରାଲ୍ ଷ୍ଟ୍ରିମ୍‌ରେ ନିଯୁକ୍ତି ସୁଯୋଗ ଯୋଗାଇବାରେ ବିଫଳ ହେଉଥିବାରୁ, ସ୍ଥିତି ଏଭଳି ବୋଲି ଶିକ୍ଷାବିତଙ୍କ ମତ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତ ହେଲା, ଜଟିଳ ଆଡମିଶନ୍ ପ୍ରକ୍ରିୟା ଲାଗି ସିଟ୍ ଖାଲି ପଡୁଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କିନ୍ତୁ ଏ ସଂପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।

Odisha Education Department