Advertisment

ଆସନ୍ତା ଶିକ୍ଷାବର୍ଷରୁ ଖୋଲିବ ୧୮ଟି ସରକାରୀ ଡିଗ୍ରୀ କଲେଜ

ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ । ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ଏହି ସରକାରୀ ଡିଗ୍ରୀ କଲେଜ ଖୋଲିବ।

degree colleges

degree colleges

Advertisment

ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ । ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ଏହି ସରକାରୀ ଡିଗ୍ରୀ କଲେଜ ଖୋଲିବ । ତେବେ ଏଥିରେ ଉପକୂଳ ଓଡ଼ିଶାର ଗୋଟିଏ ବି ଜିଲ୍ଲା ସାମିଲ ନାହିଁ । ଯଦିଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏ ବି ସରକାରୀ ଡିଗ୍ରୀ କଲେଜ ନାହିଁ ।

Advertisment

ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଜାରି ବିଜ୍ଞପ୍ତି ଅନୁସାରେ ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ କଲେଜ ନଥିବା ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ(କଳା) ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହି ସମସ୍ତ କଲେଜ ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ଶିକ୍ଷାଦାନ ଆରମ୍ଭ କରିବ ।

ଗଜପତି ଜିଲ୍ଲାର ଗୁମ୍ମା, ଗଞ୍ଜାମର ଧରାକୋଟ, କଳାହାଣ୍ଡିର ଥୁଆମୂଳା-ରାମପୁର, କନ୍ଧମାଳର ଖଜୁରିପଡ଼ା, କୋରାପୁଟର ବନ୍ଧୁଗାଁ ଓ ନାରାୟଣପାଟଣା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଂ, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟା, କୋଷାମଗୁଡ଼ୁା, ଝରିଗାଁ ଓ ରାଇଗଡ଼, ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, ଗୁରୁଣ୍ଡିଆ, କୁଆଁରମୁଣ୍ଡା, ରାୟଗଡ଼ା ଜିଲ୍ଲାର କାଶୀପୁର, ରାମନାଗୁଡ଼ା ଓ ଚନ୍ଦ୍ରପୁରଠାରେ ଏହି ଡିଗ୍ରୀ କଲେଜ ଖୋଲିବ ।
ଏସବୁ କଲେଜ ନିମନ୍ତେ ସବୁ ବ୍ଲକ ମୁଖ୍ୟାଳୟଠାରୁ ୫କିମି ପରିସୀମାରେ ୧୦ଏକର ଜମି ଯୋଗାଇ ଦେବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି କଲେଜଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ ହେବ ।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ମୋଟ ୪୯ଟି ସରକାରୀ ଡିଗ୍ରୀ କଲେଜ ରହିଛି । ଉପକୂଳ ଓଡ଼ିଶାର ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏ ବି ସରକାରୀ ଡିଗ୍ରୀ କଲେଜ ନଥିବାବେଳେ ଯାଜପୁର ଜିଲ୍ଲାରେ ଗୋଟିଏ ସରକାରୀ ଡିଗ୍ରୀ କଲେଜ ରହିଥିବା ଉଚ୍ଚଶିକ୍ଷା ବିଭାଗର ୱେବସାଇଟରୁ ଜଣାପଡ଼ିଛି।

Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe