/odisha-reporter/media/post_attachments/uploadimage/library/16_9/16_9_0/Exam_1711074725.jpg)
Exam
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଖାତା ମୂଲ୍ୟାୟନ। ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ। ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ଯାଏଁ ଚାଲିବ। ଖାତା ମୂଲ୍ୟାୟନ ପାଇଁ ୬୯ଟି ଅଫ୍ ଲାଇନ୍ ଓ ୪୧ ଅନଲାଇନ୍ ସେଣ୍ଟର କରାଯାଇଛି। ମୋଟ ୨୮ ଶହ ଅଧ୍ୟାପକ ଓ ଅଧ୍ୟାପିକା ଏଥିପାଇଁ ନିଯୁକ୍ତ ହୋଇଛନ୍ତି।
Advertisment
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୪ରୁ ୧୫ ତାରିଖ ଯାଏ କରାଯିବ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତ ବର୍ଷ ପ୍ରାୟ ସାଢେ ୩ ଲକ୍ଷ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି।
ସୂଚନାଯୋଗ୍ୟ, ଫେବ୍ରୁଆରୀ୧୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
