Advertisment

ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଦ୍ୱିତୀୟ ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୪୯ ହଜାର ୭୦ ଜଣ, ବାଣିଜ୍ୟରେ ୩ ହଜାର ୧ ଶହ ୮୨ ଜଣ ଓ ବିଜ୍ଞାନରେ ୧୬ ହଜାର ୯ଶହ ୨୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Student

ଯୁକ୍ତ ଦୁଇ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। କଳାରେ ୪୯ ହଜାର ୭୦ ଜଣ, ବାଣିଜ୍ୟରେ ୩ ହଜାର ୧ ଶହ ୮୨ ଜଣ ଓ ବିଜ୍ଞାନରେ ୧୬ ହଜାର ୯ଶହ ୨୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସେହିପରି ସଂସ୍କୃତରେ ୩୫୩ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫୭୩ ଜଣ ଛାତ୍ରଛାତ୍ରୀ ମନୋନୟନ ହୋଇଛନ୍ତି। ପ୍ରଥମ ମେଧା ତାଲିକାରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି।

Advertisment

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ। ଏହା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ କଲେଜରେ ନାମ ଲେଖାଇଥିଲେ। ଆଜି ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ଚାଲିବ ନାମଲେଖା।

Odisha Plus 2 Result