Advertisment

UK PM in India: ଭାରତରେ କ୍ୟାମ୍ପସ ପ୍ରତିଷ୍ଠା କରିବେ ବ୍ରିଟେନର ୯ ବଡ଼ ବିଶ୍ୱବିଦ୍ୟାଳୟ

ଭାରତ-ବ୍ରିଟେନ ଶୈକ୍ଷିକ ସମ୍ପର୍କ ଓ ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ ଦିଗରେ ଏପରି କାର୍ଯ୍ୟକ୍ରମ ବେଶ ଗୁରୁତ୍ୱ ବହନ କରୁଛି। ଏହି କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ଶିକ୍ଷାର୍ଥୀମାନଙ୍କୁ ବିଶ୍ୱ ସ୍ତରୀୟ ଶିକ୍ଷା ପାଇଁ ଆଉ ଦେଶ ଛାଡ଼ିବାକୁ ପଡ଼ିବ ନାହିଁ।

UK1

representational image

Advertisment

ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଐତିହାସିକ ପଦକ୍ଷେପ। ଭାରତ ଓ ବ୍ରିଟେନ ମଧ୍ୟରେ ଶୈକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ବଡ଼ ଘୋଷଣା କରିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀ। ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର(Keir Starmer) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) ମିଳିତ ଭାବେ ବଡ଼ ପଦକ୍ଷେପ ନେଇଛନ୍ତି।

Advertisment

ଉଭୟ ଘୋଷଣା କରିଛନ୍ତି ଯେ ସାଉଥାମ୍ପଟନ ସମେତ ବ୍ରିଟେନର ୯ଟି ବଡ଼ ବିଶ୍ୱବିଦ୍ୟାଳୟ ଭାରତରେ ସେମାନଙ୍କ କ୍ୟାମ୍ପସ ଖୋଲିବେ। ଏହା ଦୁଇ ଦେଶ ମଧ୍ୟରେ ଶୈକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଉଭୟ ନେତା ଆଶା ରଖିଛନ୍ତି। 

ସାଉଥାମ୍ପଟନ ବିଶ୍ୱବିଦ୍ୟାଳୟର ଗୁରୁଗ୍ରାମ ଶାଖା ନିକଟରେ ଉଦଘାଟନ ହୋଇଛି। ଏବେ ସେଠାରେ ପ୍ରଥମ ବ୍ୟାଚ୍‌ ଶିକ୍ଷାର୍ଥୀଙ୍କ ପଞ୍ଜିକରଣ ଚାଲିଛି। ଆଗକୁ ଦେଶର ଆଉ ୮ଟି ବିଶ୍ୱବିଦ୍ୟାଳୟ ସେମାନଙ୍କ କ୍ୟାମ୍ପସ ପ୍ରତିଷ୍ଠା କରିବେ। 

Advertisment

ଭାରତ-ବ୍ରିଟେନ ଶୈକ୍ଷିକ ସମ୍ପର୍କ ଓ ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ ଦିଗରେ ଏପରି କାର୍ଯ୍ୟକ୍ରମ ବେଶ ଗୁରୁତ୍ୱ ବହନ କରୁଛି। ଏହି କାର୍ଯ୍ୟକ୍ରମ ଜରିଆରେ ଭାରତୀୟ ଶିକ୍ଷାର୍ଥୀମାନଙ୍କୁ ବିଶ୍ୱ ସ୍ତରୀୟ ଶିକ୍ଷା ପାଇଁ ଆଉ ଦେଶ ଛାଡ଼ିବାକୁ ପଡ଼ିବ ନାହିଁ। ସେହିପରି ମିଳିତ ଗବେଷଣା ଓ ଏକାଡେମିକ ଭାଗିଦାରୀ ସହ ଦକ୍ଷତା ବିକାଶରେ ଏହା ସହାୟକ ହେବ। 

ବର୍ତ୍ତମାନ ସୁଦ୍ଧା ବ୍ରିଟେନର ୫ଟି ପ୍ରସିଦ୍ଧ ବିଶ୍ୱବିଦୃଳୟ ସେମାନଙ୍କ କ୍ୟାମ୍ପସ ଭାରତର କିଛି ବଡ଼ବଡ଼ ସହରରେ ଖୋଲିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ସାଉଥାମ୍ପଟନ ବିଶ୍ୱବିଦ୍ୟାଳୟ ସହ ମୁମ୍ବାଇରେ ଏଣ୍ଟରପ୍ରାଇଜେସ କ୍ୟାମ୍ପସ ଖୋଲିବାକୁ ୟୁଜିସି ଠାରୁ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ଅନୁମତି ପାଇ ସାରିଛି। ୨୦୨୬ରେ ଏଠାରେ ପାଠପଢ଼ା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। 

ଭାରତୀ କ୍ୟାମ୍ପସ ଖୋଲିଥିବା ବ୍ରିଟେନ ବିଶ୍ୱବିଦ୍ୟାଳୟ

୧- ୟୁନିଭର୍ସିଟି ଅଫ ସାଉଥାମ୍ପଟନ- ଗୁରୁଗ୍ରାମ( କ୍ୟାମ୍ପସ କାର୍ଯ୍ୟକ୍ଷମ ହୋଇ ସାରିଛି)

୨- ୟୁନିଭର୍ସିଟି ଅଫ ଲିଭରପୁଲ- ବେଙ୍ଗାଲୁରୁ 

୩- ୟୁନିଭର୍ସିଟି ଅଫ ୟୋର୍କ- ମୁମ୍ବାଇ 

୪- ୟୁନିଭର୍ସିଟି ଅଫ ଆବେରଡିନ – ମୁମ୍ବାଇ 

୫- ୟୁନିଭର୍ସିଟି ଅଫ ବ୍ରିଷ୍ଟଲ – ମୁମ୍ବାଇ 

Keir Starmer PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe