Advertisment

ଓଡ଼ିଆ ଭୁଲି ବସିଲେଣି ଓଡ଼ିଶାର ପିଲା !

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଜାମଦା ବ୍ଲକର କୁଦରସାହି ଗାଁରେ ଧୀରେ ଧୀରେ ଲୋପ ପାଇଯାଉଛି ଓଡ଼ିଆ ଭାଷା ।

ଅଦ୍ୟତନ ହୋଇଛି
 Students

Students

Advertisment

ଓଡ଼ିଶାର ପିଲା, କିନ୍ତୁ ସତେ ଯେମିତି ଓଡ଼ିଆରେ ପାଠ ପଢ଼ିବାକୁ ସେମାନଙ୍କ ଅଧିକାର ନାହିଁ । କାରଣ ଗାଁରେ ଓଡ଼ିଆ ସ୍କୁଲ ନାହିଁ କି ଓଡ଼ିଆ ଶିକ୍ଷାର ମୂଳଦୂଆ ପକାଇବାକୁ ଅଙ୍ଗନବାଡ଼ିଟିଏ ବି ନାହିଁ । ଏଭଳି ସ୍କୁଲ ସମସ୍ୟା ଭିତରେ ଛନ୍ଦି ହୋଇ ଝାଡ଼ଖଣ୍ଡର ସ୍କୁଲରେ ହିନ୍ଦୀରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍ କୁଦରସାହିର କୋମଳମତି ଛାତ୍ରଛାତ୍ରୀ। ସ୍ଥିତି ଏମିତି ହେଲାଣି ଯେ, ଏହି ଆଦିବାସୀ ଅଧ୍ୟୁଷିତ ସୀମାନ୍ତବର୍ତ୍ତି  ଗାଁ ଧୀରେ ଧୀରେ ଓଡ଼ିଆ ଭାଷା ଭୁଲି ବସିଲାଣି। 

Advertisment

ଓଡ଼ିଶାର ପିଲା, ହେଲେ ପାଠ ପଢ଼ୁଛନ୍ତି ଝାଡ଼ଖଣ୍ଡର ସ୍କୁଲରେ। କାରଣ ଏହି ଗାଁରେ ସାକ୍ଷରତା ହାର ଖୁବ୍ କମ୍ ଥିବା ବେଳେ, ଆଗାମୀ ପୀଢ଼ି ଓଡ଼ିଆ ଛାଡ଼ି, ହିନ୍ଦୀ ପଢ଼ୁଛନ୍ତି। ବହି ଖାତା ଓ ପଢ଼ା ଲେଖା ସବୁକିଛି ହିନ୍ଦୀ ଭାଷାରେ । ମାତୃଭାଷାରୁ ବଞ୍ଚିତ ହେବାକୁ ବାଧ୍ୟ କରିଛି ସ୍କୁଲର ଅଭାବ । ୫୦ରୁ ଅଧିକ ଆଦିବାସୀ ପରିବାର ରହୁଥିବା ଏହି ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଗାଁରେ, ପ୍ରାଥମିକ, ଉଚ୍ଚପ୍ରାଥମିକ ସ୍କୁଲ ତ ଦୂରର କଥା ଅଙ୍ଗନବାଡ଼ି ଟିଏ ବି ନାହିଁ। ତେଣୁ ଲୋକମାନେ ସୀମା ସେପଟେ ଥିବା ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମ ଅନ୍ତର୍ଗତ କାଠଭାରୀ ସ୍କଲକୁ ପଠାଉଛନ୍ତି ପିଲାଙ୍କୁ ଶିକ୍ଷିତ କରିବାକୁ।

ତେବେ ସମସ୍ୟା ଏହାକି କୁଦରସାହି ଗାଁରୁ ୭ କିଲୋମିଟର ଦୂରରେ ମୋରଣ୍ଡା ପଞ୍ଚାୟତରେ ଓଡ଼ିଆ ସ୍କୁଲ ଓ ଅଙ୍ଗନବାଡ଼ି ରହିଛି। ହେଲେ ସେଠାକୁ ଯିବା ପାଇଁ ପିଲାଙ୍କୁ ପ୍ରତିଦିନ ଖାଲଖମା ଭର୍ତ୍ତି ରାସ୍ତାରେ ଯିବାକୁ ପଡ଼ିବ । ତେଣୁ ତା ଅପେକ୍ଷା ଗାଁ ପାଖ ଝାଡ଼ଖଣ୍ଡର ସ୍କୁଲକୁ ପିଲାଙ୍କୁ ପଠାଇବାକୁ ଉଚିତ ମଣୁଛନ୍ତି ଅଭିଭାବକ । ସେପଟେ ଜାମଦା ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି ଏନେଇ ଉପରୋକ୍ତ ଅଧିକାରୀଙ୍କୁ ଜଣାଇ କୁଦରସାହି ଗାଁରେ ସ୍କୁଲ ଖୋଲିବା ପାଇଁ ଉଦ୍ୟମ କରିବେ।

Advertisment
Odisha Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe