Advertisment

ସ୍କୁଲ୍‌ରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ, ଡିଇଓଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

କିଛି ସ୍କୁଲରେ ପ୍ରଧାନଶିକ୍ଷକମାନେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ମାଗୁଥିବା ନଜରକୁ ଆସିଛି।

author-image
Jitendra Garnayak
Admission

Admission

ସ୍କୁଲ୍‌ରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ ମଙ୍ଗଳବାର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍‌। ଏହି ନିର୍ଦ୍ଦେଶ ସମ୍ପର୍କରେ ସମସ୍ତ ପ୍ରଧାନଶିକ୍ଷକଙ୍କୁ ଅବଗତ କରିବାକୁ ଡିଇଓମାନଙ୍କୁ କୁହାଯାଇଛି।

Advertisment

କିଛି ସ୍କୁଲରେ ପ୍ରଧାନଶିକ୍ଷକମାନେ ନାମଲେଖା ପାଇଁ ପିଲାମାନଙ୍କ ଆଧାରକାର୍ଡ ଜମା କରିବାକୁ ଅଭିଭାବକମାନଙ୍କୁ କହୁଥିବା କଥା ସାମ୍ନାକୁ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।

ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନାହିଁ। ଆଧାର କାର୍ଡ ଥାଉ ବା ନଥାଉ ପିଲାମାନଙ୍କୁ ସ୍କୁଲ୍‌ରେ ନାମ ଲେଖାଇବାକୁ ଅବଶ୍ୟ ଅନୁମତି ମିଳିବ।

Advertisment

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତାଙ୍କ ଠିଚିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର କାର୍ଡ ନଥିବ, ସ୍କୁଲରେ ନାଁ ଲେଖାଇ ସାରିବା ପରେ ସେମାନେ କେମିତି ଆଧାର କାର୍ଡ ପାଇବେ, ସେଦିଗରେ ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲାର ବିଭିନ୍ନ ଅଫିସ ସହିତ ଯୋଗାଯୋଗ କରି ବ୍ୟବସ୍ଥା କରିପାରିବେ।

ଏହି ନିର୍ଦ୍ଦେଶ ପରେ ଯଦି କୌଣସି ସ୍କୁଲରେ ନାମ ଲେଖା ପାଇଁ ପିଲାଙ୍କୁ ଆଧାର କାର୍ଡ ମଗାଯାଏ, ତା’ହେଲେ ଏହାକୁ ଗମ୍ଭୀରତାର ସହିତ ନିଆଯିବ।

Admission Open