Advertisment

OSSTET-୨୦୨୪ ପାଇଁ ବିଏସ୍‌ଇ ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡ୍‌ମିଟ୍‌ କାର୍ଡ

ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।

BSE Office

BSE Office

Advertisment

OSSTET (Odisha Secondary School Teachers’ Eligibility)- ୨୦୨୪ ପାଇଁ ଆଡ୍‌ମିଟ୍ କାର୍ଡ ଉପଲବ୍ଧ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)। ‍ବୋର୍ଡର ୱେବ୍‌ ସାଇଟ୍ www.bseodisha.ac.in ରେ ପ୍ରାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ ଉପଲବ୍ଧ ହେଉଛି। ବିଏସ୍‌ଇ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

Advertisment

OSSTET -୨୦୨୪ ଜାନୁଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ ସିଟିଂରେ ପ୍ରଥମ ପେପର ଓ ଦ୍ୱିତୀୟ ସିଟିଂରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଦିନ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ହେବ। ସେହିପରି ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ହେବ।

ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ। ଏହି ପରୀକ୍ଷା ପାଇଁ ସାରା ରାଜ୍ୟରେ ୧୮୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି ବୋଲି ବିଏସ୍‌ଇ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

Advertisment
OSSTET
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe