Advertisment

୭୨୦ରୁ ୭୨୦ ରଖିଥିଲେ ୬ ପିଲା, ସାନି ପରୀକ୍ଷା ପରେ ହେଲା ଏପରି ଅବସ୍ଥା

ହରିୟାଣାର ବାହାଦୂରଗଡ଼ରେ ଥିବା ହରଦୟାଲ ପବ୍ଲିକ ସ୍କୁଲରେ ମୋଟ ୪୯୪ ଜଣ ପିଲା ପୁନଃ ପରୀକ୍ଷା ଦେଇଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
NEET

NEET

ନିଟ-ୟୁଜିର ମୂଳ ପରୀକ୍ଷାରେ ହରିୟାଣାର ଗୋଟିଏ କେନ୍ଦ୍ରର ୬ ଜଣ ପିଲା ୭୨୦ରୁ ୭୨୦ ମାର୍କ ରଖି ଟପ୍ପର ହୋଇଥିଲେ। କିନ୍ତୁ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଜୁନ ୨୪ରେ ପୁନଃ ପରୀକ୍ଷା ବାଧ୍ୟତାମୂଳକ କରିଥିଲେ।

Advertisment

ପୁନଃ ପରୀକ୍ଷାରେ ଏକଦା ନିଟ-ୟୁଜିରେ ଟପ୍ପର ହୋଇଥିବା ୬ ଜଣ ପିଲାଙ୍କ ମଧ୍ୟରୁ କେହି ବି ୬୮୨ ମାର୍କ ଅତିକ୍ରମ କରିପାରି ନାହାନ୍ତି। ଏଥିରୁ ମୂଳ ପରୀକ୍ଷାରେ ପ୍ରଶପତ୍ର ଲିକ୍‌ ଓ ଅନିୟମିତତା ହୋଇଥିବା ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି।

ନିଟ୍‌ ତଥ୍ୟକୁ ବିଶ୍ଲେଷଣ କରିବା ପରେ ଜଣାପଡ଼ିଛି ଯେ ହରିୟାଣାର ବାହାଦୂରଗଡ଼ରେ ଥିବା ହରଦୟାଲ ପବ୍ଲିକ ସ୍କୁଲରେ ମୋଟ ୪୯୪ ଜଣ ପିଲା ପୁନଃ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପିଲା ସର୍ବାଧିକ ୬୮୨ ମାର୍କ ରଖିଛନ୍ତି। ସେହିପରି କେବଳ ୧୩ ଜଣ ପିଲା ୬୦୦ ମାର୍କ ଅତିକ୍ରମ କରି ପାରିଛନ୍ତି। ଏହା ମେ’ ୫ରେ ଅନୁଷ୍ଠିତ ମୂଳ ପରୀକ୍ଷା ତୁଳନାରେ ଯଥେଷ୍ଟ କମ।

Advertisment

ଏହି ପରୀକ୍ଷା କେନ୍ଦ୍ରକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଏଠାକାର ୬ ଜଣ ପିଲା ୭୨୦ରୁ ୭୨୦ ମାର୍କ ରଖିଥିଲେ। ଗୋଟିଏ କେନ୍ଦ୍ରରୁ ୬ ଜଣ ପିଲା ପରଫେକ୍ଟ ୭୨୦ ମାର୍କ ରଖି ଥିବାରୁ ବିବାଦ ସହ ଅନିୟମିତତାର ଅଭିଯୋଗ ଆସିଥିଲା।

ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବା ସହ ପିଲାଙ୍କୁ ମିଳିଥିବା ଗ୍ରେସ ମାର୍କକୁ ବାତିଲ କରିଥିଲେ। ଏଥିସହ ସନ୍ଦେହ ଘେରରେ ଥିବା ୧୫୬୩ ପିଲାଙ୍କୁ ପୁନଃ ପରୀକ୍ଷା ଦେବାକୁ କହିଥିଲେ। ଏହା ମଧ୍ୟରୁ କେବଳ ୮୦୦ ଜଣ ପିଲା ପରୀକ୍ଷା ଦେଇଥିଲେ।

ମେ’ ୫ରେ ଏହି କେନ୍ଦ୍ରରେ ୫୦୦ରୁ ଅଧିକ ପିଲା ନିଟ-ୟୁଜି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ୭୨୦ରୁ ୭୨୦, ଜଣେ ୭୨୦ରୁ ୭୧୯ ଓ ଆଉ ଜଣେ ୭୨୦ରୁ ୭୧୮ ମାର୍କ ରଖିଥିଲେ। ଏହାକୁ ନେଇ ସନ୍ଦେହ ହେବାରୁ ସୁପ୍ରିମକୋର୍ଟ ପୁନଃ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୁନଃ ପରୀକ୍ଷା ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି। 

ଆଜି ଏନଟିଏ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ-ୟୁଜିର ସହର ଓ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ଜାରି କରାଯାଇଛି। ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହରୱାରୀ ଓ ପରୀକ୍ଷା କେନ୍ଦ୍ରୱାରୀ ରେଜଲ୍ଟ ପ୍ରକାଶ ପାଇଛି। ଏହା ଦ୍ୱାରା ଯଦି ବହୁମାତ୍ରାରେ ଅନିୟମିତତା ହୋଇଥିବା ଜଣାପଡ଼ିବ, ତା’ହେଲେ ପୁଣିଥରେ ପୂରା ଦେଶରେ ପରୀକ୍ଷା ହେବ ବୋଲି ସୁପ୍ରିମ କୋର୍ଟ କହିଥିଲେ।

ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୪ ଲକ୍ଷ ପିଲା ଭାଗ ନେଇଥିଲେ। ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା।

NEET NEET Result