Advertisment

ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି

ପୂର୍ବରୁ ସକାଳୁଆ ସ୍କୁଲ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର।

author-image
Jitendra Garnayak
Loka Seva Bhavan

Loka Seva Bhavan

ଆସନ୍ତାକାଲିଠାରୁ ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସକାଳ ୭ଟାରୁ ଦିନ
୧୧ଟା ୩୦ ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ। ଏନେଇ ବିଜ୍ଞପ୍ତି ଜାରି ହୋଇଛି।

Advertisment

ପୂର୍ବରୁ ସକାଳୁଆ ସ୍କୁଲ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍କୁଲଗୁଡ଼ିକ ମଧ୍ୟ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଖୋଲିବ। 

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୩୭.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୭.୨, ଝାରସୁଗୁଡାରେ ୩୭.୨, ଭୁବନେଶ୍ୱରରେ ୩୬.୬, ହୀରାକୁଦରେ ୩୬, କେନ୍ଦୁଝରରେ ୩୫.୮ ଓ ସମ୍ବଲପୁରରେ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। 

Advertisment

୨ ଦିନ ଭିତରେ ତାପମାତ୍ରା ୫ ଡିଗ୍ରୀ ଯାଏଁ ବଢ଼ିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ବଢୁଥିବା ତାତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ହୋଇଛି। ଅଂଶୁଘାତ ଓ ଡାଇରିଆ ଭଳି ଅସୁସ୍ଥତା ଉପରେ ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ଅଂଶୁଘାତ ଜନିତ ଅସୁସ୍ଥତାର ଚିକିତ୍ସା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୌଣସି ଅଘଟଣ ଏଡ଼ାଇବାକୁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

Anganwadi Center