Advertisment

ଯାଜପୁରରେ ୨୪ ଓ ଭଦ୍ରକରେ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି

ଯାଜପୁର ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀ କହିଛନ୍ତି ଯେ ଧୀରେ ଧୀରେ ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Class Room

Class Room

Advertisment

ଗ୍ରୀଷ୍ମ ଛୁଟି ପରେ ଆସନ୍ତକାଲିଠାରୁ ସ୍କୁଲ୍‌ଗୁଡ଼ିକୁ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଡାଇରିଆ ବ୍ୟାପିଥିବା ଯୋଗୁ ଯାଜପୁର ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟଗୁଡ଼ିକୁ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଜୁନ ୨୫ ତାରିଖରେ ସ୍କୁଲ ଖୋଲିବ। ସେହିପରି ଭଦ୍ରକ ଜିଲ୍ଲାରେ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ଦେଇଛନ୍ତି ନିର୍ଦ୍ଦେଶ। 

Advertisment

ଯାଜପୁରରେ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲେ ହେଁ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଆସନ୍ତାକାଲିଠାରୁ ସ୍କୁଲରେ ଉପସ୍ଥିତ ରହିବାକୁ କୁହାଯାଇଛି। ସ୍କୁଲରେ ଥିବା ସମସ୍ତ ଜଳଉତ୍ସଗୁଡ଼ିକର ବିଶୋଧିକରଣ କରିବା ସହିତ ଓଭରହେଡ୍ ଟାଙ୍କିଗୁଡ଼ିକୁ ସଫା କରିବା ଓ ସ୍କୁଲ ପରିସରକୁ ସ୍ୱଚ୍ଛ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଙ୍ଗନବାଡ଼ି କର୍ମୀମାନଙ୍କୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି।ଆବଶ୍ୟକତା ଅନୁଯାୟୀ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଜିଲ୍ଲା ଓ ବ୍ଳକ ପ୍ରଶାସନକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯାଜପୁର ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀ କହିଛନ୍ତି ଯେ ଧୀରେ ଧୀରେ ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ୨୫ ତାରିଖରୁ ସ୍କୁଲ ଖୋଲିବ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ୨୪ ପର୍ଯ୍ୟନ୍ତ ବନ୍ଦ ରହିବ। ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ସେମାନଙ୍କ କେନ୍ଦ୍ରକୁ ସଫାସୁତରା ରଖିବା ପ୍ରତି ଧ୍ୟାନ ଦେବେ। ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜଳଉତ୍ସ ଥିବ, ସେଗୁଡ଼ିକର ବିଶୋଧିକରଣ କରାଯିବ। ପାନୀୟ ଜଳର ମାନ ପରୀକ୍ଷା କରାଯିବ। ସେଗୁଡ଼ିକ ପାନୀୟ ଉପଯୋଗୀ ହେଲେ ହିଁ ବ୍ୟବହାର କରାଯିବ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସୁରକ୍ଷିତ ଉତ୍ସରୁ ଜଳ ଉପଯୋଗ କରାଯିବ। 

Advertisment

ଯାଜପୁରରେ ପ୍ରତ୍ୟେକ ଦିନ ନୂଆ ଝାଡ଼ାବାନ୍ତି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଆଜି ଯାଜପୁର ରୋଡ୍‌ ଡାକ୍ତରଖାନାରେ ୫ ଜଣ ଆକ୍ରାନ୍ତ ଆଡମିସନ ହୋଇଛନ୍ତି। ଏଠାରେ ଏବେ ମୋଟ ୯ ଜଣ ଚିକିତ୍ସାଧୀନ ଅଛନ୍ତି। ଦାନଗଦି ଡାକ୍ତରଖାନାରେ ୨ ଜଣ ନୂଆ ଆଡମିଶନ ହୋଇଥିବା ବେଳେ ମୋଟ ୧୨ ଜଣ ଏବଂ ସୁକିନ୍ଦା ମେଡିକାଲରେ ୫ ଜଣ ନୂଆ ଆକ୍ରାନ୍ତଙ୍କ ସମେତ ୮ ଜଣ ଚିକିତ୍ସାଧୀନ ଅଛନ୍ତି। ଦାନଗଦି ଓ ଯାଜପୁର ରୋଡ୍‌ ମେଡିକାଲରୁ ୨ ଜଣ ରୋଗୀ କଟକ ସ୍ଥାନାନ୍ତର ହୋଇଛନ୍ତି। ଏହିପରି ଜିଲ୍ଲାରେ ମୋଟ ୧୫୮ ଜଣ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ସେହିପରି ଡାଇରିଆ ସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସମସ୍ତ ସ୍କୁଲ ଓ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  

Diarrhea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe