Advertisment

୨୯ରେ ସ୍କୁଲ ଛୁଟି

ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ଅଗଷ୍ଟ ୨୯ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Matric Exam

Students

ଅଗଷ୍ଟ ୨୮ (ଗୁରୁବାର) ହେଉଛି ନୂଆଖାଇ। ଏହି ଦିନଟି ସରକାରୀ ଛୁଟି। ତେଣୁ ସ୍ୱାଭାବିକ ଭାବେ ସ୍କୁଲଗୁଡ଼ିକ ମଧ୍ୟ ଛୁଟି। କିନ୍ତୁ ତା’ ପରଦିନଟିକୁ ଅର୍ଥାତ୍ ୨୯ ତାରିଖକୁ ବି ଛୁଟି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

Advertisment

ଆଜି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ପାଖକୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ନୂଆଁଖାଇ ପର୍ବ ପଲକ୍ଷେ ଓଡ଼ିଶା ସରକାର ଆଗ୍ରହର ସହିତ ଚଳିତ ଶିକ୍ଷା ବର୍ଷର ଗୋଟିଏ ସ୍ଥାନୀୟ/ପରିଦର୍ଶନ ଛୁଟି ବଦଳରେ ଅଗଷ୍ଟ ୨୯ ତାରିଖ (ଶୁକ୍ରବାର)କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଆଜି ରାଜସ୍ୱ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅଗଷ୍ଟ ୨୯ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଥିଲା।

Advertisment

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ନୂଆଖାଇ ପର୍ବ ଉପଲକ୍ଷେ ରାଜ୍ୟ ସରକାର ଆଗ୍ରହର ସହିତ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ରାଜସ୍ୱ ଓ ମ୍ୟାଜିଷ୍ଟେରିଆଲ କୋର୍ଟଗୁଡ଼ିକ ଛୁଟି ରହିବ।

ସରକାର ଅଗଷ୍ଟ ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ କାର୍ଯ୍ୟ ଦିବସ ଘୋଷଣା କରିଛନ୍ତି। ପ୍ରତିମାସର ଦ୍ୱିତୀୟ ଶନିବାର ସରକାରୀ ଛୁଟି ରହୁଥିବା ବେଳେ ସେହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ।

କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ। ତେବେ ନୂଆଖାଇ ପରଦିନ ମଧ୍ୟ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେ ଦିନ ଆତ୍ମୀୟ ସ୍ୱଜନ ମାନେ ପରସ୍ପର ସହ ସାକ୍ଷାତ କରି ‘ନୂଆଖାଇ ଜୁହାର’ କରନ୍ତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ପାରିବାରିକ, ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ଦିନ। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Nuakhai Holiday Nuakhai Festival