Advertisment

୨୦ରେ ଭୁବନେଶ୍ୱର ଓ କଟକ ମହାନଗରରେ ସ୍କୁଲ୍‌ ଛୁଟି

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍‌ ଛୁଟି ରଖିବାକୁ ନିର୍ଦ୍ଦେଶ

ଅଦ୍ୟତନ ହୋଇଛି
School

School

Advertisment

ଜୁନ୍ ୨୦ ତାରିଖରେ ଭୁବନେଶ୍ୱର ଓ କଟକ ମହାନଗରରେ ସମସ୍ତ ସ୍କୁଲ୍‌ ଛୁଟି ରହିବ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ରାଜ୍ୟର ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରରେ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଜୁନ୍ ୨୦ ତାରିଖରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଣୁ ବିପୁଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସେହିଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ବୋଲି କଟକ ଓ ଭୁବନେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି।  

ସୂଚନାଯୋଗ୍ୟ, ରାଜ୍ୟରେ ଜୁନ୍ ୨୦ରୁ ସ୍କୁଲ୍‌ଗୁଡ଼ିକ ଖୋଲିବ। ଗ୍ରୀଷ୍ମ ଛୁଟି ପାଇଁ ସ୍କୁଲଗୁଡ଼ିକ ବନ୍ଦ ଥିବା ବେଳେ ସେହିଦିନଠାରୁ ପୁଣି ପାଠପଢ଼ା ଆରମ୍ଭ ହେବ। ବେସରକାରୀ ସ୍କୁଲଗୁଡ଼ିକ ମଧ୍ୟ ସେହିଦିନଠାରୁ ଖୋଲୁଛି। ଅବଶ୍ୟ କିଛି କିଛି ବେସରକାରୀ ସ୍କୁଲ ଗତକାଲି ଠାରୁ ଖୋଲି ସାରିଥିବା ଜଣାପଡ଼ିଛି। ଭୁବନେଶ୍ୱର ଓ କଟକରେ ମଧ୍ୟ ୨୦ ତାରିଖରୁ ସବୁ ସରକାରୀ ଓ ବହୁ ବେସରକାରୀ ସ୍କୁଲ ଖୋଲିଥା’ନ୍ତା। କିନ୍ତୁ ସରକାରଙ୍କ ନୂଆ ନିର୍ଦ୍ଦେଶ ଯୋଗୁ ଏହି ଦୁଇ ମହାନଗର ନିଗମରେ ସ୍କୁଲଗୁଡ଼ିକ ଜୁନ୍ ୨୧ ତାରିଖରୁ ଖୋଲିବ ବୋଲି ଜଣାପଡ଼ିଛି।     

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe