/odisha-reporter/media/media_files/2026/03/06/ias-2026-03-06-15-57-24.jpg)
ଟପ୍ପର ଅନୁଜ ଅଗ୍ନିହୋତ୍ରୀ
ସିଭିଲ ସିର୍ଭସେସ ପରୀକ୍ଷା(ସିଏସ୍ଇ) ୨୦୨୫ର ଚୂଡ଼ାନ୍ତ ରେଜଲ୍ଟ ଆଜି ୟୁପିଏସ୍ଇ(UPSC) ପକ୍ଷରୁ ଘୋଷଣା କରାଯାଇଛି। ଯେଉଁ ଆଶାୟୀମାନେ ଏହି ପରୀକ୍ଷା ଦେଇଛନ୍ତି, ସେମାନେ ଚୂଡ଼ାନ୍ତ ମେରିଟ ଲିଷ୍ଟକୁ ଅଫିସିଆଲ ୱେବସାଇଟ upsc.gov.inରେ ଦେଖିପାରିବେ।
ଆଶାୟୀଙ୍କ ଲିଖିତ ପରୀକ୍ଷା ଓ ପର୍ସନାଲ ଟେଷ୍ଟ(ସାକ୍ଷାତକାର)କୁ ଆକଳନ କରି ଚୂଡ଼ାନ୍ତ ରେଜଲ୍ଟ ଆଜି ଜାରି କରାଯାଇଛି। ଦେଶର ବିଭିନ୍ନ ପ୍ରଶାସନିକ ସେବାରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ନାଁ ଓ ରୋଲ ନମ୍ବରକୁ ୟୁପିଏସ୍ସି ପିଡିଏଫ ଜରିଆରେ ସାର୍ବଜନୀନ କରିଛନ୍ତି।
ବିଭିନ୍ନ ପ୍ରଶାସନିକ ସେବାରେ ୧୦୮୭ ପଦ ଖାଲି ରହିଥିବା ବେଳେ ୯୫୮ ଜଣଙ୍କ ନାଁ ସିଏସ୍ଇ ପରୀକ୍ଷା ୨୦୨୫ ଜରିଆରେ ନିଯୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି। କମିଶନ ପକ୍ଷରୁ ୨୫୮ ଜଣଙ୍କୁ ସଂରକ୍ଷିତ ତାଲିକାରେ ରଖାଯାଇଥିବା ବେଳେ ୩୪୮ ଜଣଙ୍କ ନାଁ ପ୍ରୋଭିଜନାଲ ଭାବେ ପ୍ରସ୍ତାବ ଦିଆଯାଇଛି। ଅତିରିକ୍ତ ଭାବେ ୨ ଜଣ ଆଶାୟୀଙ୍କ ରେଜଲ୍ଟକୁ ସ୍ଥିଗତି ରଖାଯାଇଥିବା ୟୁପିଏସ୍ସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ସିଏସ୍ଇ ଆଶାୟୀମାନେ ଆଇଏଏସ୍, ଆଇପିଏସ୍, ଆଇଏଫଏସ, ଆଇଆରଏସ୍ ଓ ଭାରାତୀୟ ଟ୍ରେଡ ସର୍ଭିସ ଓ କେନ୍ଦ୍ରୀୟ ସେବାର ଗ୍ରୁପ ଏ ଓ ଗ୍ରୁପ ବି ପଦରେ ନିଯୁକ୍ତ ପାଇବେ। ସିଏସ୍ଇ ୨୦୨୫ ଜରିଆରେ ୟୁପିଏସ୍ସି କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଶାସନିକ ସେବାରେ ଖାଲିଥିବା ୭୭୯ଟି ପଦକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି।
ସିଏସ୍ଇ ୨୦୨୫ରେ ୨୭୩୬ ଜଣ ଆଶୟୀ ସାକ୍ଷାତକାରକୁ ଆସିଥିଲେ। ସମସ୍ତଙ୍କୁ ପଛରେ ପକାଇ ୟୁପିଏସ୍ଇର ସିଏସ୍ଇ ୨୦୨୫ରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ଅନୁଜ ଅଗ୍ନିହୋତ୍ରୀ। ସେହିପରି ରାଜେଶ୍ୱରୀ ସୁଭେ ଦ୍ୱିତୀୟ ଓ ଅକଂଶ ଧୂଲ ତୃତୀୟ ସ୍ଥାନରେ ରହିଛନ୍ତି। ୪ର୍ଥ ସ୍ଥାନରେ ରାଘବ ଝୁନଝୁନୱାଲା, ୫ମରେ ଈଶାନ ଭଟ୍ଟନାଗର,୬ଷ୍ଠରେ ଜିନିଆ ଅରୋରା, ୭ମରେ ଏଆର ରାଜା ମୋହିଦ୍ଦିନ, ୮ମରେ ପକଶାଲ, ୯ମରେ ଆସ୍ଥା ଜୈନ ଓ ୧୦ମରେ ଉଜ୍ଜ୍ୱଲ ପ୍ରିୟଙ୍କ ଅଛନ୍ତି।
ଜେନେରାଲ ବର୍ଗର ୩୧୭ ଜଣ, ଆର୍ଥିକ ଦୁର୍ବଳ ବର୍ଗର ୧୦୪ ଜଣ, ଓବିସି ବର୍ଗର ୩୦୬ ଜଣ, ଏସ୍ସି ବର୍ଗର ୧୫୮ ଜଣ, ଏସ୍ଟି ବର୍ଗର ୭୩ ଜଣ ଆଶାୟୀ କୃତକାର୍ଯ୍ୟ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
