Advertisment

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ

ଜୁଲାଇ ୬ ତାରିଖ ଆବେଦନର ଶେଷ ତାରିଖ ରହିଛି।

author-image
Tapaswini Nayak
Sutdent

Sutdent

ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ପ୍ରକ୍ରିୟା। ଅନଲାଇନରେ ଆବେଦନ କରିବେ ଛାତ୍ରଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ www.samsodisha.gov.in ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ।

Advertisment

ମୋଟ୍ ୨ହଜାର ୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଆଡିମିଶନ କରାଯିବ। ଏଥିପାଇଁ କଳାରେ ୨ଲକ୍ଷ ୯୪ହଜାର ୮୪୦, ବିଜ୍ଞାନରେ ଲକ୍ଷେ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ହଜାର ୧୦୪ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ହଜାର ୫୦୪ ସିଟ୍ ଉପଲବ୍ଧ ରହିଛି।

ଜୁଲାଇ ୬ ତାରିଖ ଆବେଦନର ଶେଷ ତାରିଖ ରହିଛି। ଜୁଲାଇ ୧୮ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ତାରିଖ ଭିତରେ ନାଁ ଲେଖାଇବେ।

Advertisment

ସୂଚନାଯୋଗ୍ୟ, ମେ’ ୨୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କଳାରେ ପାସ୍‌ ହାର ୮୦.୯୫% ଥିବା ବେଳେ ବିଜ୍ଞାନର ପାସ୍‌ ହାର ୮୬.୯୩ % ଓ ବାଣିଜ୍ୟର ପାସ୍‌ ହାର ୮୨.୨୭% ଥିଲା। ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତ ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା।

Plus Two Exam