Advertisment

ମଦ ପିଇ ସ୍କୁଲ ଆସିଥିଲେ ସାର୍‌, ଚାକିରିରୁ ନିଲମ୍ୱିତ ହେଲେ

ଛାତ୍ରଛାତ୍ରୀମାନେ ଏନେଇ ଅଭିଭାବକଙ୍କଚ କହିଥିଲେ। ମଝିରେ ରହିବାର ଥିବାରୁ ସ୍କୁଲ ବନ୍ଦ ଥିଲା। ଆଜି ଅଭିବାବକମାନେ ସ୍କୁଲରେ ପହଞ୍ଚିଥିଲେ। ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଦୁଇ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ।

Teacher

Teacher

Advertisment

ମଦ ପିଇ ସ୍କୁଲ ଆସିଥିଲେ ସାର୍‌। ଗାଁ ଲୋକେ ଜାଣିପାରି ହଲ୍ଲାପଟା କରିବା ସହିତ ସ୍କୁଲରେ ତାଲା ପକାଇ ଦେଇଥିଲେ। ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପ୍ରଶାସନ। ସାରଙ୍କୁ ଚାକିରିରୁ ନିଲମ୍ୱିତ କରିଛି। ଆଜି ଏପରି ଖବର ଆସିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଅଞ୍ଚଳରୁ।

Advertisment

ମୁରିବାହାଲ ବ୍ଲକ୍‌ ଡଙ୍ଗରପଡା ପଞ୍ଚାୟତ ଦନ୍ଦରା ଗାଁରେ ରହିଛି ପ୍ରାଥମିକ ବିଦ୍ୟାଳୟ। ଏଠାରେ ଜୀବନ୍ୟାସ ମାଝୀ ଓ ଅଶୋକ ଦୀପ ଶିକ୍ଷକତା କରୁଛନ୍ତି। ଅଭିଯୋଗ ଅନୁସାରେ ଗତ ଶନିବାର ଜୀବନ୍ୟାସ ମାଝୀ ମଦ ପିଇ ସ୍କୁଲ ଆସିଥିଲେ। ମଦ ନିଶାରେ ସେ ପିଲାମାନଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  

ଛାତ୍ରଛାତ୍ରୀମାନେ ଏନେଇ ଅଭିଭାବକଙ୍କୁ କହିଥିଲେ। ମଝିରେ ରବିବାର ଥିବାରୁ ସ୍କୁଲ ବନ୍ଦ ଥିଲା। ଆଜି ଅଭିବାବକମାନେ ସ୍କୁଲରେ ପହଞ୍ଚିଥିଲେ। ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଦୁଇ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଖବର ପାଇ ମୁରିବାହାଲ ବିଇଓ ଶାନ୍ତନୁ ପରିହାରି ସ୍କୁଲରେ ପହଞ୍ଚିଥିଲେ। ଗାଁ ଲୋକ ଓ ଅଭିଭାବକଙ୍କୁ ବୁଝାଇ ଥିଲେ। ହେଲେ ଅଭିଭାବକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Advertisment

ଶେଷରେ ପ୍ରଶାସନ ଗାଁ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଥିଲା। ସ୍କୁଲରେ ନୂଆ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ସ୍କୁଲରୁ ଖୋଲିଥିଲା ତାଲା। ସେପଟେ ଜୀବନ୍ୟାସ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଛି। ସହକାରୀ ଶିକ୍ଷକ ଅଶୋକ ଦୀପଙ୍କୁ କାରଣ ଦର୍ଶା ନୋଟିସ୍‌ କରାଯାଇଛି।

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe