Advertisment

ମାଟ୍ରିକ ପରୀକ୍ଷା ପରିଚାଳନାରେ ପ୍ରୟୋଗ ହେବ AI

ଆସନ୍ତା ଫେବ୍ରୁଆରୀ ୨୦ରୁ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ।

ଅଦ୍ୟତନ ହୋଇଛି
Exam

Exam

Advertisment

ପ୍ରଥମ ଥର ପାଇଁ ଏଥର ମାଟ୍ରିକ ପରୀକ୍ଷା ପରିଚାଳନାରେ ପ୍ରୟୋଗ ହେବ Artificial Intelligence ତଥା କୃତ୍ରିମ ବୁଦ୍ଧିମତା। AI ମାଧ୍ୟମରେ ହେବ ମାଟ୍ରିକ ପରୀକ୍ଷାର ୱେବକାଷ୍ଟିଂ। ଏଥିପାଇଁ ଷ୍ଟ୍ରଙ୍ଗରୁମଠୁ ଆରମ୍ଭ କରି DEO ଅଫିସ ଓ ପରୀକ୍ଷା ହଲରେ AI କ୍ୟାମେରା ଲାଗିବ। ଏହି AI କ୍ୟାମେରାକୁ ଅପରେଟିଂ ପାଇଁ କମାଣ୍ଡ ରୁମରେ ରହିବେ ୭ରୁ ୮ ଜଣ କର୍ମଚାରୀ। ପରୀକ୍ଷା ପରିଚାଳନାରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତା’ହେଲେ 
କମାଣ୍ଡ ରୁମକୁ ସିଧାସଳଖ ଜଣାଇବ ଏହି AI କ୍ୟାମେରା। ଆଜି ମାଟ୍ରିକ ପରୀକ୍ଷା ସୂଚୀ ଘୋଷଣା କରି ଏହି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

Advertisment

ଆସନ୍ତା ଫେବ୍ରୁଆରୀ ୨୦ରୁ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବାକୁ ଥିବାବେଳେ ପ୍ରଥମ ଦିନ ଅର୍ଥାତ ଫେବ୍ରୁଆରୀ ୨୦ରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ ପରୀକ୍ଷା ହେବ। ସେହିପରି ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସବୁଦିନ ସକାଳ ୯ଟାରେ ଗୋଟିଏ ସିଟିଂରେ ପରୀକ୍ଷା ହେବ।

ଚଳିତ ବର୍ଷ ୨ ହଜାର ୯ଶହ ୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଅନ୍ୟପଟେ ମାର୍ଚ୍ଚ ୬ରୁ ୧୫ ମାର୍ଚ୍ଚ ଯାଏଁ ହେବ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା। ଏଥିପାଇଁ ପରୀକ୍ଷା ହେବାର ଦୁଇ ଘଣ୍ଟା ପୂର୍ବରୁ ଅନଲାଇନ ମାଧ୍ୟମରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନପତ୍ର ପଠେଇବ ବୋର୍ଡ କର୍ତ୍ତୃପକ୍ଷ। ବୋର୍ଡ ୱେବସାଇଟରୁ ସ୍କୁଲ କୋଡ ଆଇଡି ଓ ପାସୱାର୍ଡ ବ୍ୟବହାର କରି ସ୍କୁଲ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଡାଉନଲୋଡ କରିପାରିବେ ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।  

Advertisment
Odisha 10th Board Exam Matric Exam Artificial Intelligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe