Balangir
ତୁରେକେଲା ବ୍ଲକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସଂଘକୁ ନେଇ କଣ୍ଟାବାଞ୍ଜି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ବ୍ରଜମୋହନ ମିଶ୍ର ନିର୍ବାଚିତ ହୋଇଛନ୍ତି।
ସେହିପରି ସମ୍ପାଦକ ଭାବେ ଅମର ବାଗ, କୋଷାଧ୍ୟକ୍ଷ ବିକାଶ ବର୍ଗେ, କାର୍ଯ୍ୟକାରୀ ସଭାପତି ସପ୍ତମ ବେହେରା, ଉପ ସଭାପତି ସୌରବ ବେହେରା, ସହ ସମ୍ପାଦକ ବିମଲ ହାତୀ, ଉପଦେଷ୍ଟା ରତୀନ୍ଦ୍ର ରାଏ, ଅଗସ୍ତି ସୁନା, ସବିତା ମହାପାତ୍ର,ବିରଞ୍ଚି ନାରାୟଣ ଦାସ, କ୍ରିଷ୍ଣାନନ୍ଦ ପାଣିଗ୍ରାହୀ, କ୍ରିୟାସିଲ ସଦସ୍ୟ ପ୍ରେମାନନ୍ଦ ବରୀହା, ଶାନ୍ତିଲତା ଭୋଇ, ସୀମା ମୁଗ୍ରୀ, ପ୍ରକାଶ ମେହେର, ମଶୀଭୂଷଣ ସାଗର, ଜାନକିରାମ ସାମ୍ବେଦମ, ଦିନେଶ ମହାନନ୍ଦ, କାନ୍ତିଲତା ବର୍ଗେ, ତାପଶ ମଲିକ, ବବୃ ନାୟକ, କେଦାର ତାଣ୍ଡି,ସୁଶାନ୍ତ ରାଉତଙ୍କୁ ଚୟନ କରାଯାଇଛି।
ବୈଠକରେ ତୁରେକେଲା ବ୍ଲକ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରି ଉପସ୍ଥିତ ଥିଲେ। ଆଗାମୀ ଦିନରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଂଘ କାର୍ଯ୍ୟକରିବା ବୋଲି ସୂଚନା ଦେଇଛନ୍ତି ନୂତନ ଭାବରେ ଚୟନ ହୋଇଥିବା ସଭାପତି ବ୍ରଜମୋହନ ମିଶ୍ର।
ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Balangir_1691846838.jpg)