Advertisment

୨୦୨୫-୨୬ରୁ ବର୍ଷକୁ ୨ ଥର ସିବିଏସ୍‌ଇ ବୋର୍ଡ ପରୀକ୍ଷା!

ଆସନ୍ତା ମାସରେ ବୋର୍ଡ ସମସ୍ତ ସ୍କୁଲର ପ୍ରିନ୍ସିପାଲମାନଙ୍କ ସହ ଏ ସମ୍ପର୍କରେ କଥା ହେବ। ଦୁଇ ଥର ବୋର୍ଡ ପରୀକ୍ଷା ସମ୍ପର୍କରେ ସେମାନଙ୍କ ମତାମତ ମଧ୍ୟ ଗ୍ରହଣ କରାଯିବ ବୋଲି ଏହି ସୂତ୍ରରେ କୁହାଯାଇଛି।

author-image
Hemant Lenka
CBSE

CBSE

ଏଣିକି ବର୍ଷକୁ ଦୁଇ ଥର ସିବିଏସ୍‌ଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬ ଶିକ୍ଷା ବର୍ଷରୁ ଏହି ନିୟମ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଯୋଜନା କରୁଛି। ପିଲାଙ୍କୁ ଚାପ ମୁକ୍ତ ଓ ଅଧିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପରି ଯୋଜନା କରାଯାଉଛି। ସେହିପରି ଏବେ ସେମିଷ୍ଟର ବ୍ୟବସ୍ଥା ପାଇଁ କୌଣସି ଯୋଜନା ନଥିବା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

Advertisment

ସୂତ୍ର ଅନୁସାରେ, ଏବେ କେବଳ ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା କେମିତି ଅନୁଷ୍ଠିତ ହେବ, ତା’ ଉପରେ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ଶିକ୍ଷା ମନ୍ତ୍ରଣାଳୟ ସିବିଏସ୍‌ଇକୁ କହିଛି।

ଏଥିସହ ଆସନ୍ତା ମାସରେ ବୋର୍ଡ ସମସ୍ତ ସ୍କୁଲର ପ୍ରିନ୍ସିପାଲମାନଙ୍କ ସହ ଏ ସମ୍ପର୍କରେ କଥା ହେବ। ଦୁଇ ଥର ବୋର୍ଡ ପରୀକ୍ଷା ସମ୍ପର୍କରେ ସେମାନଙ୍କ ମତାମତ ମଧ୍ୟ ଗ୍ରହଣ କରାଯିବ ବୋଲି ଏହି ସୂତ୍ରରେ କୁହାଯାଇଛି।

Advertisment

୨୦୨୩ ମସିହା ଅଗଷ୍ଟ ୨୩ରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ୨୦୨୦ ଜାତୀୟ ଶିକ୍ଷା ନୀତି ଅଧିନରେ ନୂଆ କରିକୁଲମ ଫ୍ରେମୱାର୍କ ପ୍ରସ୍ତୁତ ହୋଇ ସାରିଛି। ଏଥିରେ ବର୍ଷକୁ ଦୁଇ ଥର ସିବିଏସ୍‌ଇ ବୋର୍ଡ ପରୀକ୍ଷା ଆୟୋଜନର ମଧ୍ୟ ବ୍ୟବସ୍ଥା ରହିଛି।

୨୦୨୪ ଫେବୃଆରୀ ୨୪ରେ ମଧ୍ୟ ଶ୍ରୀ ପ୍ରଧାନ ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା ହେବ ବୋଲି କହିଥିଲେ। ୨୦୨୫-୨୬ ଶିକ୍ଷା ବର୍ଷରୁ ଏହା ଲାଗୁ ହୋଇପାରେ ବୋଲି ସେ ସୂଚନା ଦେଇଥିଲେ।

CBSE