Advertisment

ପ୍ରକାଶ ପାଇଲା CBSE ରେଜଲ୍ଟ, ବାଜି ମାରିଲେ ଛାତ୍ରୀ

ସିବିଏସଇ ବୋର୍ଡ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଅଫିସିଆଲ୍ ୱେବସାଇଟ୍ cbseresults.nic.in କିମ୍ବା cbse.gov.in ରେ ଫଳାଫଳ ଯାଞ୍ଚ କରିପାରିବେ।

ଅଦ୍ୟତନ ହୋଇଛି
CBSE Result

CBSE Result

Advertisment

ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ। ଚଳିତ ବର୍ଷ ୮୭.୯୮ % ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି। ଏଥିର ବାଜି ମାରିଛନ୍ତି ଛାତ୍ରୀ। ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୬.୪୦% ଅଧିକ ରହିଛି। ଛାତ୍ରୀଙ୍କ ମୋଟ୍‌ ପାସ୍‌ ହାର ୯୧.୫୨% ରହିଛି। ଛାତ୍ରଙ୍କ ପାସ୍‌ ହାର ୮୫.୧୨ ପ୍ରତିଶତ ରହିଛି।

Advertisment

ସେହିପରି ୧୨%ରୁ ଅଧିକ ପିଲା କୃତକାର୍ଯ୍ୟ ହୋଇ ପାରି ନାହାନ୍ତି। ଅନ୍ୟପଟେ ୫୦.୦୦ ପ୍ରତିଶତ ଟ୍ରାନ୍ସଜେଣ୍ଡର ପାସ୍‌ କରିଛନ୍ତି। ଗତ ଥର କେବଳ ୮୭.୩୩ % ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ପାସ୍ କରିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଫଳାଫଳ ୦.୬୫ % ଭଲ ହୋଇଛି।

ସିବିଏସଇ ବୋର୍ଡ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ୍ ୱେବସାଇଟ୍, cbseresults.nic.in କିମ୍ବା cbse.gov.in ରେ ଫଳାଫଳ ଯାଞ୍ଚ କରିପାରିବେ।

Advertisment

ସିବିଏସଇ ଦ୍ୱାଦଶ ଫଳାଫଳରେ କେରଳ ଆଗରେ ରହିଛି `କେରଳର ତ୍ରିଭେନ୍ଦ୍ରମରେ ୯୯.୯୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୯.୦୪ ପ୍ରତିଶତ ଅଛି।

ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୮.୪୭ % ରିହିଛି। ତା'ପଛକୁ ରହିଛି ବେଙ୍ଗାଲୁରୁ। ଏଠାରେ ପାସ୍‌ ହାର ୯୬.୯୫ ପ୍ରତିଶତ ଏବଂ ପଶ୍ଚିମ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪ ପ୍ରତିଶତ ରହିଛି।

CBSE CBSE Board Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe